ETV Bharat / entertainment

ଲାଡଲି ଆରାଧ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଐଶ୍ୱର୍ଯ୍ୟା, ଲେଖିଲେ ମାଇଁ ଲଭ୍‌ ମାଇଁ ଲାଇଫ୍‌ - ଐଶ୍ବର୍ଯ୍ୟା ଅଭିଷେକ ବଚ୍ଚନ ଝିଅ ଆରାଧ୍ୟା

ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଲାଡଲି ଝିଅ ଆରାଧ୍ୟା ବଚ୍ଚନଙ୍କ ଆଜି ଜନ୍ମଦିନ । ଏହି ଅବସରରେ ଐଶ୍ବର୍ଯ୍ୟା ଏକ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଲାଡଲି ଆରାଧ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଐଶ୍ୱର୍ଯ୍ୟା,

author img

By

Published : Nov 16, 2022, 1:28 PM IST

ମୁମ୍ବାଇ: ଆଜି ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଲାଡଲି ଝିଅ ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ। 16 ନଭେମ୍ବରରେ ଆରାଧ୍ୟା ତାଙ୍କର 11 ତମ ଜନ୍ମଦିନ ପାଳନ କରୁଛନ୍ତି । ଏଥି ସହିତ, ଏହି ଅବସରରେ ଐଶ୍ବର୍ଯ୍ୟା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଝିଅ ଆରାଧ୍ୟା ପ୍ରତି ଭଲପାଇବା ବ୍ୟକ୍ତ କରିଛନ୍ତି । ଅଭିନେତ୍ରୀ ଆରାଧ୍ୟାଙ୍କ ସହ ଏକ ଲିପ୍‌ କିସ୍‌ କରୁଥିବା ଏକ ଫଟୋ ସେୟାର କରିଛନ୍ତି । ତେବେ ଐଶ୍ବର୍ଯ୍ୟା ଆରାଧ୍ୟାଙ୍କୁ ଏହିଭଳି ଓ୍ବିଶ୍‌ କରିବା କେତେକ ଲୋକଙ୍କୁ ପସନ୍ଦ ଆସୁଥିବାବେଳେ ଆଉ କିଛି ଲୋକ ଏହାକୁ ନେଇ ଜୋରସୋର ଟ୍ରୋଲ କରୁଛନ୍ତି ।

ଐଶ୍ବର୍ଯ୍ୟା ରାୟ ରାତି ପ୍ରାୟ 12 ଟା ସମୟରେ ଆରାଧ୍ୟାଙ୍କ ଜନ୍ମଦିନ ଅବସରରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ଫଟୋରେ ଆରାଧ୍ୟା ଏବଂ ଐଶ୍ବର୍ଯ୍ୟା ଲିପ୍‌ କିସ୍‌ କରୁଥିବାର ନଜର ଆସିଛନ୍ତି ଏବଂ ପଛ ପଟେ ଫୁଲରେ 11 ଲେଖାଯାଇଛି। ଲାଗୁଛି କି, ଏହା ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟିର ଫଟୋ । ଏପହି ଫଟୋ ସେୟାର କରି ଐଶ୍ବର୍ଯ୍ୟା ଲେଖିଛନ୍ତି, '❤️MY LOVE… MY LIFE… I LOVE YOU, MY AARADHYA ❤️🥰💖😍💝😘💗🤗💞💕'

ଐଶ୍ବର୍ଯ୍ୟା ରାୟଙ୍କ ପୋଷ୍ଟ ପରେ ବିବାଦ ଆରମ୍ଭ ହୋଇଛି ଏବଂ ତାଙ୍କୁ ସୋସିଆଲ ମିଡିଆରେ ତୀବ୍ର ଟ୍ରୋଲ କରାଯାଉଛି । କିଛି ଲୋକ କହିଛନ୍ତି ଯେ ପିଲାଙ୍କୁ ଓଠରେ ଚୁମ୍ବନ ଦେବା ଆମ ସଂସ୍କୃତିର ଏକ ଅଂଶ ନୁହେଁ, କେତେକ କହୁଛନ୍ତି ଯେ ସୋସିଆଲ ମିଡିଆରେ ଏହିପରି ଫଟୋ ସେୟାର କରାଯିବା ଉଚିତ ନୁହେଁ । ଜଣେ ୟୁଜର ଲେଖିଛନ୍ତି, 'ଜଣେ ମାଆ ଝିଅର ଓଠରେ ଚୁମ୍ବନ କରିବା ଆଦୌ ଠିକ୍ ନୁହେଁ', ଆଉ ଜଣେ ଲେଖିଛନ୍ତି, 'ପିଲାଟିର ଓଠରେ ଚୁମ୍ବନ ଦେବା ଅତ୍ୟନ୍ତ ଅଦ୍ଭୁତ ଅଟେ।' ଏଥି ସହିତ, ଅନ୍ୟ ଜଣେ ଲେଖିଛନ୍ତି, 'ତୁମର ଏହିପରି ଭଲ ପାଇବା ଠିକ୍, କିନ୍ତୁ ଏହିପରି ଫଟୋ ସେୟାର କରାଯିବା ଉଚିତ ନୁହେଁ।'

ଏଥି ସହିତ ଐଶ୍ବର୍ଯ୍ୟା ରାୟଙ୍କ କିଛି ପ୍ରଶଂସକ ତାଙ୍କୁ ସମର୍ଥନ କରୁଛନ୍ତି ଏବଂ ଟ୍ରୋଲ ଗୁଡିକୁ ମଧ୍ୟ ଉପଯୁକ୍ତ ଉତ୍ତର ଦେଉଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, 'ଏହି ପୋଷ୍ଟରେ ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଲୋକଙ୍କ ପାଇଁ ମୁଁ ବହୁତ ଖରାପ ଅନୁଭବ କରୁଛି। ଥରେ ମନ୍ତବ୍ୟ ଦେବା ପୂର୍ବରୁ, ମନେରଖନ୍ତୁ ଯେ ଆପଣଙ୍କର ମାଆ ଏବଂ ଭଉଣୀ ମଧ୍ୟ ଅଛନ୍ତି । ଏହି ସମୟରେ, ଅନ୍ୟ ଜଣେ ଲେଖିଥିଲେ, 'ଏକ ମା- ଝିଅ ସମ୍ପର୍କକୁ ବିଚାର କରିବା ବନ୍ଦ କର । ଏହା କେବଳ ଏକ ଚୁମ୍ବନ, ଯାହାର ଅର୍ଥ ପ୍ରେମ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.