ETV Bharat / entertainment

କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ କ୍ଲିନ୍ ଚିଟ୍ - Aryan Khan gets clean chit in drugs case

ମୁମ୍ବାଇର ପ୍ରସିଦ୍ଧ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ କୋର୍ଟରୁ ମିଳିଲା କ୍ଲିନ୍ ଚିଟ୍ । NDPS କୋର୍ଟରେ ଶୁକ୍ରବାର ଦିନ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି । ଅଧିକ ପଢନ୍ତୁ

କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ମିଳିଲା କ୍ଲିନ୍ ଚିଟ୍

author img

By

Published : May 27, 2022, 1:43 PM IST

Updated : May 27, 2022, 2:03 PM IST

ମୁମ୍ବାଇ: ମୁମ୍ବାଇର ପ୍ରସିଦ୍ଧ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡର କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ କୋର୍ଟରୁ ମିଳିଲା କ୍ଲିନ୍ ଚିଟ୍ । NDPS କୋର୍ଟରେ ଶୁକ୍ରବାର ଦିନ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରିଛି । ଦାଖଲ ହୋଇଥିବା ଚାର୍ଜସିଟରେ ଆର୍ଯ୍ୟନ୍ ଖାନଙ୍କ ନାମ ଉଲ୍ଲେଖ ନଥିଲା । ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ ।

କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ କ୍ଲିନ୍ ଚିଟ୍

ଆର୍ଯ୍ୟନ୍ ଖାନଙ୍କୁ ବଡ ଆଶ୍ବସ୍ତି

କ୍ରୁଜ୍ ଡ୍ରଗ୍ସ ମାମଲାରେ ଚାର୍ଟସିଟରେ ମୁନ୍‌ମୁନ୍ ଧମେଚା ଏବଂ ଅରବାଜ୍ ମର୍ଚାଣ୍ଟଙ୍କୁ କ୍ଲିନ୍ ଚିଟ୍ ମିଳିନାହିଁ । ଡ୍ରଗ୍ସ ମାମଲାରେ ଉଭୟଙ୍କୁ ଅଭିଯୁକ୍ତ ବୋଲି ଉଲ୍ଲେଖ କରାଯାଇଛି । 6 ଜଣଙ୍କ ବିରୋଧରେ କୌଣସି ପ୍ରମାଣ ମିଳିଲା ନାହିଁ । ଯେଉଁମାନଙ୍କ ବିରୁଦ୍ଧରେ ପ୍ରମାଣ ମିଳିଲା ନାହିଁ ସେମାନଙ୍କ ମଧ୍ୟରେ ଆର୍ଯ୍ୟନ୍ ଖାନ୍, ସାହୁ, ଆନନ୍ଦ, ସୁନୀଲ ସେହ, ଅରୋରା ସାମିଲ ଅଛନ୍ତି । ଅବଶିଷ୍ଟ 14 ଜଣଙ୍କ ବିରୋଧରେ କ୍ରୁଜ୍ ଡ୍ରଗ୍ସରେ ଏକ ମାମଲା ରୁଜୁ କରାଯାଇଛି । ତାଙ୍କୁ ଏକ କ୍ଲିନ୍ ଚିଟ୍ ମିଳିନାହିଁ । ଏହି 14 ଜଣଙ୍କ ବିରୋଧରେ ମାମଲା ରୁଜୁ ହେବ ।

କଣ ଥିଲା ମାମଲା ?

ଗତ ଅକ୍ଟୋବର ୨ ତାରିଖରେ ମୁମ୍ବାଇର ଏକ କ୍ରୁଜରେ ପାର୍ଟି ଚାଲିଥିବା ବେଳେ ଚଢାଉ କରିଥିଲା ଏନସିବି ଟିମ୍‌ । ଯେଉଁଥିରେ ଆର୍ଯ୍ୟନ୍ ଖାନଙ୍କ ସମେତ ମୋଟ 19 ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣାସ୍ଥଳରୁ 6 ଜଣଙ୍କୁ ଗିରଫ କରାଯାଇଥିଲା । ଯାହା ପରେ ସମସ୍ତ ଅଭିଯୁକ୍ତ ବିଭିନ୍ନ ସମୟରେ ଜାମିନରେ ବାହାରକୁ ଆସିଥିଲେ। ଜଣେ ଅଭିଯୁକ୍ତ ବର୍ତ୍ତମାନ ଜେଲରେ ଅଛନ୍ତି । ଏହି ମାମଲାରେ ୨୮ ଦିନ ଧରି ଜେଲରେ ରହିବା ପରେ ଅକ୍ଟୋବର ୨୮ ତାରିଖରେ ଆର୍ଯ୍ୟନ ଖାନଙ୍କୁ ଜାମିନ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 27, 2022, 2:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.