ETV Bharat / entertainment

Armaan Kohli Assault Case: ବଢିପାରେ ଅରମାନଙ୍କ ଅଡୁଆ, ପୁଣି ଖୋଲିବ 8ବର୍ଷ ପୁରୁଣା ମାମଲା - ଅରମାନ କୋହଲି ସୋଫିଆ ହୟାତ ବିଗ୍ ବସ୍ 7

ପୁଣି ଥରେ ଅରମାନ କୋହଲିଙ୍କ ବିଷୟରେ ଏକ ବଡ଼ ଖବର ଆସିଛି । 2014 ମସିହାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲା ପୁଣି ଖୋଲିପାରେ । ଏଭଳି ପରିସ୍ଥିତିରେ ଅଭିନେତାଙ୍କ ଅସୁବିଧା ପୁଣି ବଢିପାରେ ବୋଲି ଆଶଙ୍କା ରହିଛି । ଅଧିକ ପଢନ୍ତୁ

ବଢିପାରେ ଅରମାନ କୋହଲିଙ୍କ ମୁସ୍କିଲ, ପୁଣି ଖୋଲିବ ଆଠ ବର୍ଷ ପୁରୁଣା ମାମଲା

author img

By

Published : Jul 18, 2022, 5:36 PM IST

ହାଇଦ୍ରାବାଦ: ବଲିଉଡ ଚଳଚ୍ଚିତ୍ରରେ ଅଭିନୟ ଅପେକ୍ଷା ଅଧିକ ବିବାଦ କାରଣରୁ ଚର୍ଚ୍ଚାରେ ଥିବା ଅରମାନ କୋହଲିଙ୍କୁ କିଏ ଭୁଲି ପାରିବ ? କେତେବେଳେ ନିଜ ଗର୍ଲଫ୍ରେଣ୍ଡକୁ ଚାପୁଡ଼ା ମାରିବା ଘଟଣାରେ ତ ପୁଣି କେତେବେଳେ ଡ୍ରଗ୍ସ ମାମଲାରେ ଚର୍ଚ୍ଚାରେ ଥାନ୍ତି । ଏହି ବିବାଦରେ ଫସିବା ପରେ ଏବେ ପୁଣି ଥରେ ବଲିଉଡର କରିଡରରୁ ଅରମାନ କୋହଲିଙ୍କ ବିଷୟରେ ଏକ ବଡ଼ ଖବର ଆସିଛି । ଉଲ୍ଲେଖଯୋଗ୍ୟ, 2014 ମସିହାରେ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲା ପୁଣି ଖୋଲିପାରେ । ଏଭଳି ପରିସ୍ଥିତିରେ ଅଭିନେତାଙ୍କ ଅସୁବିଧା ପୁଣି ବଢିପାରେ ।

ଅରମାନଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା

'ବିଗ୍ ବସ୍ 7' ଙ୍କ ଘରେ ଅରମାନ କୋହଲି ଏବଂ ତାଙ୍କ ସହ-ପ୍ରତିଯୋଗୀ ସୋଫିଆ ହୟାତଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଏହି ଯୁକ୍ତି ବେଳେ ଅରମାନ ସୋଫିଆଙ୍କ ଉପରେ ମଧ୍ୟ ହାତ ଉଠାଇଥିଲେ । 'ବିଗ୍ ବସ୍' ଘରୁ ବାହାରିବା ପରେ 2014 ମସିହାରେ ସୋଫିଆ ତାଙ୍କ ବିରୋଧରେ ମୁମ୍ବାଇ ସାନ୍ତା କ୍ରୁଜ୍ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଅରମାନକୁ ଲୋନାଭାଲା ପୋଲିସ ରିଆଲିଟି ସୋ’ରୁ ଗିରଫ କରିଥିଲା । ବର୍ତ୍ତମାନ ଆଠ ବର୍ଷ ପରେ ମହାରାଷ୍ଟ୍ର ପୋଲିସ ସୋଫିଆ ହୟାତଙ୍କୁ ସୂଚିତ କରିଛନ୍ତି କି, ସେମାନେ ଏହି ମାମଲାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଶୀଘ୍ର ଏହି ମାମଲାକୁ ପୁଣି ଥରେ ଆଗକୁ ନିଆଯିବ। ମଡେଲ-ଅଭିନେତ୍ରୀ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି ଏବଂ ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି ଯେ, ସେ ଭାରତକୁ ଫେରିବାକୁ ଚିନ୍ତା କରୁଛନ୍ତି। ସେ ଏହି କଥାକୁ ନେଇ ଆଶ୍ଚର୍ଯ୍ୟ କି, ଏହି ମାମଲାର ଶୁଣାଣି ପାଇଁ ପ୍ରଶାସନକୁ ଆଠ ବର୍ଷ ସମୟ ଲାଗିଗଲା ।

ମିଡିଆ ରିପୋର୍ଟ ଅନୁଯାୟୀ ସୋଫିଆ ହାୟାତ୍ ଦାବି କରିଛନ୍ତି ଯେ, ଅରମାନ କୋହଲି ତାଙ୍କୁ କ୍ଷମା ମାଗିଥିଲେ ଏବଂ ସେ କ୍ଷମା ମଧ୍ୟ କରି ଦେଇଥିଲେ । ତେବେ ସେ ଚାହୁଁଛନ୍ତି ଯେ, ପୁଣି ଏହି ମାମଲା ଖୋଲାଯାଉ ଏବଂ ସମାଜରେ ଏକ ଉଦାହରଣ ସୃଷ୍ଟି କରାଯାଉ । ସୋଫିଆ ଏହା ମଧ୍ୟ ଦାବି କରିଛନ୍ତି ଯେ 'ବିଗ୍ ବସ୍ 7' ହୋଷ୍ଟ ସଲମାନ ଖାନ ସେ ସମୟରେ ଅରମାନ କୋହଲିଙ୍କୁ ଜାମିନ ଦେବାରେ ସାହାଯ୍ୟ କରିଥିଲେ । ବର୍ତ୍ତମାନ ପୋଲିସ ଅଧିକାରୀ ଜାଣିବାକୁ ଚାହାଁନ୍ତି ଯେ କ'ଣ ସେ ପୁଣି ଏହି ମାମଲାକୁ ଜାରି ରଖିବାକୁ ଚାହୁଁଛନ୍ତି ? ତେବେ ହଁ, ସୋଫିଆ ଏହି ଲଢେଇ ଜାରି ରଖିବାକୁ ଚାହୁଁଛନ୍ତି ବୋଲି ସେ ଖୋଦ୍‌ କହିଛନ୍ତି । ତେଣୁ ବର୍ତ୍ତମାନ ଅରମାନ କୋହଲିଙ୍କ ବିରୋଧରେ ଏହି ମାମଲା ମୁମ୍ବାଇରେ ପୁଣି ଖୋଲିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.