ମୁମ୍ବାଇ: 'ଦ ଆର୍ଚିସ' ପରେ ବେଦାଙ୍ଗ ରାଇନା ନିର୍ଦ୍ଦେଶକ ବାସନ ବାଲାଙ୍କ ଆଗାମୀ ଚଳଚ୍ଚିତ୍ର 'ଜିଗ୍ରା'ରେ ନଜର ଆସିବେ । ଆଲିଆ ଭଟ୍ଟଙ୍କ ସହିତ ସ୍କ୍ରିନ୍ ସେୟାର୍ କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ବେଦାଙ୍ଗ ଆଲିଆ ଭଟ୍ଟଙ୍କ ଭାଇ ଭୂମିକାରେ ନଜର ଆସିବେ । ଏନେଇ ଆର୍ଚିସ ଅଭିନେତା ବେଦାଙ୍ଗ ନିଜର ପ୍ରତିକ୍ରିୟା ଦେବା ସମୟରେ ପ୍ରକାଶ କରିଛନ୍ତି ।
ବେଦାଙ୍ଗ ରାଇନା ନିକଟରେ ଜୋୟା ଅଖତରଙ୍କ ଫିଲ୍ମ 'ଦ ଆର୍ଚିସ' ସହିତ ଡେବ୍ୟୁ କରିଛନ୍ତି । ଏଥିସହ ସେ ଅନ୍ୟ ଚଳଚ୍ଚିତ୍ରରେ ମଧ୍ୟ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କୁ ସୁହାନା ଖାନ, ଖୁସି କପୁର, ଅଗସ୍ତ୍ୟ ନନ୍ଦା, ମିହିର ଅହୁଜା, ଯୁବରାଜ ମେଣ୍ଡା ଏବଂ ଡଟ୍ଙ ସହ 'ଦ ଆର୍ଚିସ'ରେ ଦେଖିବାକୁ ମିଳିଥିଲା । ତେବେ ଜିଗ୍ରା ସମ୍ବନ୍ଧୀୟ ଏକ ସାକ୍ଷାତକାରରେ ବେଦାଙ୍ଗଙ୍କୁ ପଚରାଯାଇଥିଲା ଯେ ତାଙ୍କୁ ଜିଗ୍ରାରେ ଆଲିଆଙ୍କ ସହ ଦେଖିବାକୁ ମିଳିବ କି ନାହିଁ । ଯାହାର ଉତ୍ତରରେ ସେ କହିଥିଲେ ଯେ, ସମସ୍ତେ ମୋତେ ସମାନ ପ୍ରଶ୍ନ ପଚାରୁଛନ୍ତି, ମୁଁ ଜାଣେ ନାହିଁ ଏହା କେଉଁ ବିଷୟରେ ? ଏହା ପରେ ଯେତେବେଳେ ତାଙ୍କୁ ଜିଗ୍ରାରେ ଆଲିଆ ଭଟ୍ଟଙ୍କ ଭାଇ ଭୂମିକାରେ ଅଭିନୟ କରିବାକୁ ପଚରାଯାଇଥିଲା । ସେତେବେଳେ ସେ କହିଥିଲେ ଯେ ଏହା ଅତ୍ୟନ୍ତ ମଜାଦାର ଅଟେ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହିଭଳି ପ୍ରୋଜେକ୍ଟର ଅଂଶ ହେବା ଅତ୍ୟନ୍ତ ଉତ୍ସାହଜନକ ଅଟେ । କିନ୍ତୁ ଗୁଜବ ସବୁବେଳେ ରହିବ । ଏହା ବ୍ୟତୀତ ବେଦାଙ୍ଗଙ୍କୁ ପଚରାଯାଇଥିଲା ଯେ କେବେ ଆଲିଆ ଭଟ୍ଟଙ୍କ ଭାଇ ଭୂମିକାରେ ଅଭିନୟ କରିବା କେତେ ରୋମାଞ୍ଚକର ଏବଂ ମଜାଦାର ହେବ ? ଏହାର ଉତ୍ତରରେ ସେ କହିଛନ୍ତି ଯେ ଏହା ଏକ ମଜାଦାର ସୁଯୋଗ ହେବ । ତେବେ ଏହା କେଉଁ ପ୍ରକାରର ଚଳଚ୍ଚିତ୍ର ତାହା ଉପରେ ନିର୍ଭର କରେ ।
ଏହା ମଧ୍ୟ ପଢନ୍ତୁ- Alia Bhatt New Movie: ଧମାଲ ମଚାଇବ ଜିଗ୍ରା ! ଦମଦାର ମୋସନ୍ ପୋଷ୍ଟର ସହ ରିଲିଜ ଡେଟ୍ ଘୋଷଣା
ପ୍ରକାଶ ଥାଉକି, ଏହି ଚଳଚ୍ଚିତ୍ର ମାଧ୍ୟମରେ ଆଲିଆ ଭଟ୍ଟ ପ୍ରଥମ ଥର ପାଇଁ ନିର୍ମାତା ଭାବରେ କରଣ ଜୋହରଙ୍କ ସହ ହାତ ମିଳାଇଛନ୍ତି । ଏହି ଚଳଚ୍ଚିତ୍ରଟି ଧର୍ମା ପ୍ରଡକ୍ସନ୍ସ ଏବଂ ଆଲିଆଙ୍କ ଇଣ୍ଟରନାଲ ସନ୍ସାଇନ ପ୍ରଡକ୍ସନ୍ ହାଉସ୍ ଦ୍ୱାରା ନିର୍ମିତ । ଆଲିଆ ଭଟ୍ଟ କେବଳ 'ଜିଗ୍ରା' ପ୍ରଡ୍ୟୁସ୍ କରୁନାହାଁନ୍ତି, ବରଂ ତାଙ୍କୁ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ମଧ୍ୟ ଦେଖିବାକୁ ମିଳିବ । 27 ସେପ୍ଟେମ୍ବର 2024ରେ 'ଜିଗ୍ରା' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭସନ ବାଲା।