ହାଇଦ୍ରାବାଦ: ଅରବାଜ ଖାନଙ୍କ ପତ୍ନୀ ଶୌରା ଖାନ ଆଜି ତାଙ୍କ ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି । ବିବାହ ପରେ ଶୌରା ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ସେ ସ୍ବାମୀ ଅରବାଜ ଖାନଙ୍କ ସହ ଜନ୍ମଦିନ ପାଳନ କରିଥିବା ବେଳେ ପତ୍ନୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ଅରବାଜ । ସୋସିଆଲ ମିଡିଆରେ ଅରବାଜ ଉଭୟଙ୍କ ସୁନ୍ଦର ଫୋଟ ସେୟାର କରି ଏକ ଲମ୍ବା ନୋଟ୍ ସହ ପତ୍ନୀ ଶୌରାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।
ଅରବାଜ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଅରବାଜ ଶୌରାଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, 'ମୋର ଲଭ ଶୌରା ତୁମକୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ମୋତେ ତୁମ ପରି କେହି ଏତେ ହସାନ୍ତି ନାହିଁ । ମୁଁ ତୁମ ସହ ବୁଢା ହେବାକୁ ଚାହୁଁଛି । ତୁମେ ମୋ ସହ ଅଛ ଏହା ମୋ ପାଇଁ ଶ୍ରେଷ୍ଠ ଜିନିଷ । ସେ ଆହୁରି ଲେଖିଛନ୍ତି, ମୁଁ ଯେତେବେଳେ ତୁମ ସହ ପ୍ରଥମ ଡେଟରେ ଯାଇଥିଲି ସେତେବେଳେ ହିଁ ମୋତେ ଅନୁଭବ ହୋଇଥିଲା ଯେ ମୁଁ ତୁମ ସହ ପୁରା ଜୀବନ ବିତାଇବି । ମୁଁ ସବୁବେଳେ ଏହା ମନେ ପକାଉଛି ମୁଁ ଯେତେବେଳେ 'କୁବୁଲ ହେ' କହିଥିଲି । ଏହି ଶଦ୍ଦ ମୋ ଜୀବନର ସବୁଠାରୁ ଶ୍ରେଷ୍ଠ ଶଦ୍ଦ । ମୁଁ ତୁମକୁ ଭଲ ପାଏ ।'
ସେହିପରି ଅରବାଜଙ୍କ ଉଭଣୀ ଅର୍ପିତା ଖାନ ନିଜ ଭାଉଜ ଶୌରାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କହିରଖୁଛୁ କି, ୫୬ ବର୍ଷର ଅରବାଜ ନିଜ ଠାରୁ ୧୫ ବର୍ଷର ସାନ ଶୌରାଙ୍କୁ ବିବାହ କରିଛନ୍ତି । ଗତବର୍ଷ ଡିସେମ୍ବର ୨୪ରେ ଅରବାଜ ଖାନ ଏବଂ ଶୌରା ଖାନ ବିବାହ କରିଥିଲେ । ଏହି ଦମ୍ପତିଙ୍କ ବିବାହ ଉଭଣୀ ଅର୍ପିତା ଖାନଙ୍କ ବାସଭବନରେ ହୋଇଥିଲା । ଏହି ସମୟରେ ସାଙ୍ଗସାଥୀ, ପରିବା ସମେତ ଅନେକ ବଲିଉଡ ସେଲିବ୍ରିଟି ଏହି ବିବାହରେ ସାମିଲ ହୋଇଥିଲେ । ଅରବାଜଙ୍କ ଦ୍ବିତୀୟ ପତ୍ନୀ ଅଟନ୍ତି ଶୌରା ଖାନ ।
ଏହା ମଧ୍ୟ ପଢନ୍ତୁ: ଶୌରାଙ୍କୁ ଏମିତି ବିବାହ ପ୍ରସ୍ତାବ ଦେଇଥିଲେ ଅର୍ବାଜ୍
ସୂଚନା ଥାଉ କି, ଅରବାଜ ପୂର୍ବରୁ ଅଭିନେତା ତଥା ମଡେଲ ମଲାଇକା ଆରୋରାଙ୍କୁ ବିବାହ କରିଥିଲେ । ୨୦୧୬ରେ ଅଲଗା ହେବା ପରେ ସେମାନେ ୨୦୧୭ରେ ଛାଡ଼ପତ୍ର ନେଇଥିଲେ । ଉଭୟଙ୍କ ଏକ ପୁଅ ଅରହାନ ଖାନ ରହିଛନ୍ତି । ଏହା ପରେ ଅରବାଜ କିଛି ସମୟ ପାଇଁ ଜର୍ଜିଆ ଆଣ୍ଡ୍ରିଆନିଙ୍କୁ ଡେଟ୍ କରିଥିଲେ । ଏହାପରେ ସେ ସେଲିବ୍ରିଟି ମେକଅପ୍ ଆର୍ଟିଷ୍ଟ ଶୌରା ଖାନଙ୍କୁ ଡେଟ୍ କରିଥିଲେ । କୁହାଯାଉଛି ଯେ ରବିନା ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ତାଙ୍କ ନୂଆ ଚଳଚ୍ଚିତ୍ର 'ପାଟନା ଶୁକ୍ଲା'ର ସୁଟିଂ କରୁଥିବାବେଳେ ଅରବାଜ ଶୌରାଙ୍କୁ ଭେଟିଥିଲେ ।