ETV Bharat / entertainment

ହମାସକୁ ସମର୍ଥନ କରି ବନ୍ଧା ହେଲେ ଅଭିନେତ୍ରୀ ମୈସା ଅବଦେଲ ହାଦୀ - Arab Israeli Actress Maisa Abdel Hadi

ହମାସକୁ ସମର୍ଥନ କରିବା ପଡିଲା ମହଙ୍ଗା । ଆରବ ଇସ୍ରାଏଲୀୟ ଅଭିନେତ୍ରୀ ମୈସା ଅବଦେଲ ହାଦୀ ଆତଙ୍କବାଦୀଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ହମାସକୁ ସମର୍ଥନ କରି ଗିରଫ ହେଲେ ଅଭିନେତ୍ରୀ ମୈସା ଅବଦେଲ ହାଦୀ

author img

By ETV Bharat Odisha Team

Published : Oct 26, 2023, 8:17 AM IST

ହାଇଦ୍ରାବାଦ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ସାରା ଦେଶ । ବର୍ତ୍ତମାନ ଇସ୍ରାଏଲର ଲୋକପ୍ରିୟ ଅଭିନେତ୍ରୀ ହମାସକୁ ସମର୍ଥନ କରିବା ପଡିଲା ମହଙ୍ଗା । ଆରବ ଇସ୍ରାଏଲୀୟ ଅଭିନେତ୍ରୀ ମୈସା ଅବଦେଲ ହାଦୀଙ୍କୁ ହମାସକୁ ସମର୍ଥନ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ଇସ୍ରାଏଲରେ ହମାସ ଆତଙ୍କବାଦୀ ଗୋଷ୍ଠୀର ଭୟଙ୍କର ଆକ୍ରମଣକୁ ମୈସା ଅବଦେଲ ହାଦୀ ସମର୍ଥନ କରିଥିବା ଜଣାପଡିଛି । ଏହାକୁ ଆଧାର ପୋଲିସ ଏଲହାଦିଙ୍କୁ ସୋମବାର ଅର୍ଥାତ୍ ଅକ୍ଟୋବର ୨୩ ତାରିଖ ଦିନ ଗିରଫ କରିଛି । ତାଙ୍କୁ ଗୁରୁବାର ଅର୍ଥାତ୍ ଅକ୍ଟୋବର ୨୬ ଯାଏଁ ହାଜତରେ ରଖାଯିବ । ପୋଲିସର ସୂଚନାନୁସାରେ, ଏହି ଅଭିନେତ୍ରୀ ଅନେକ ବିବୃତ୍ତି ଦେଇଛନ୍ତି ଯାହା ଅକ୍ଟୋବର 7ରେ ଇସ୍ରାଏଲର ସାଧାରଣ ନାଗରିକଙ୍କ ବିରୋଧରେ ହମାସ ଦ୍ୱାରା କରାଯାଇଥିବା ହିଂସା ଏବଂ ବିନାଶକୁ ସମର୍ଥନ କରୁଥିବା ଦର୍ଶାଉଛି ।

ସୂଚନା ଥାଉ କି, ଅଭିନେତ୍ରୀ ଇନଷ୍ଟାଗ୍ରାମରେ ହମାସର ବନ୍ଧକ ଥିବା 85 ବର୍ଷୀୟ ୟାଫା ଆଦରଙ୍କ ଫଟୋ ସହ ହସୁଥିବା ଇମୋଜି ସେୟାର କରିଥିଲେ । ଏହା ସହିତ ସେ ହମାସ ବାହିନୀର ଆଉ ଏକ ଫଟୋ ସେୟାର କରିଥିଲେ । 7 ଅକ୍ଟୋବରରେ ଆତଙ୍କବାଦୀଙ୍କ ଦ୍ବାରା ଧରାପଡିଥିବା ବନ୍ଧକମାନଙ୍କ ମଧ୍ୟରେ ଆଦର ମଧ୍ୟ ଥିଲେ । ଏହି ପୋଷ୍ଟର ସେୟାର କରି ସେ କ୍ୟାପସନରେ ଲେଖିଥିଲେ, "ଚଲୋ ବର୍ଲିନ୍ ଷ୍ଟାଇଲରେ" । ଏହି ପୋଷ୍ଟ 1989ରେ ବର୍ଲିନ୍ ପ୍ରାଚୀର ଭାଙ୍ଗିବାକୁ ସୂଚିତ କରେ ।

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା, ହମାସକୁ କହିଲେ ରାବଣ

ସୋସିଆଲ ମିଡିଆରେ ଅବଦେଲଙ୍କ ପୋଷ୍ଟକୁ ଅନେକ ସମାଲୋଚନା କରାଯାଉଛି । ଜଣେ ୟୁଜର୍ସ ଲେଖିଛନ୍ତି, "ମୁଁ ତୁମ ପାଇଁ ଲଜ୍ଜିତ ଅଟେ । ତୁମେ ନିଜ ପାଇଁ ଲଜ୍ଜିତ ହେବା ଉଚିତ୍ । ତୁମେ ନାଜରେଥରେ ରୁହ, ଆମର ଟିଭି ଶୋ ଏବଂ ଚଳଚ୍ଚିତ୍ରରେ ଲାଇଭ୍ ଏବଂ ଅଭିନୟ କର, ଏବଂ ତାପରେ ଆମକୁ ପଛରେ ଛୁରାମାଡ଼ କର ।" ଅବଦେଲ ହାଦୀ ଅନେକ ଇସ୍ରାଏଲ୍ ଶୋରେ କାମ କରିଛନ୍ତି । ଏହା ବ୍ୟତୀତ ସେ ବ୍ରୈଡ ପିଟଙ୍କ ପ୍ରସିଦ୍ଧ ହଲିଉଡ ଚଳଚ୍ଚିତ୍ର "ୱାର୍ଲ୍ଡ ୱାର ଜେଡ"ରେ କାମ କରିଛନ୍ତି । ନିକଟରେ ଅଭିନେତ୍ରୀ ଲୋକପ୍ରିୟ ବ୍ରିଟିଶ ଧାରାବାହିକ "ବାଗଦାଦ ସେଣ୍ଟ୍ରାଲ" ରେ ମଧ୍ୟ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.