ETV Bharat / entertainment

ହାତକୁ ଦୁଇ ହାତ ହେବେ ଅନୁଷ୍କା ଶେଟ୍ଟୀ, ମିଳିଗଲା ଜୀବନସାଥୀ ! - Anushka Shetty Telugu director

ଅନୁଷ୍କା ଶେଟ୍ଟୀ ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ । ଅଭିନେତ୍ରୀ ନିର୍ଦ୍ଦେଶକଙ୍କ ସହ ଦୁଇଟି ହିଟ୍ ଫିଲ୍ମ କରିଛନ୍ତି । ଅଧିକ ପଢନ୍ତୁ

ବିବାହ କରିବେ ଅନୁଷ୍କା ଶେଟ୍ଟୀ
ବିବାହ କରିବେ ଅନୁଷ୍କା ଶେଟ୍ଟୀ
author img

By

Published : Dec 23, 2022, 11:34 AM IST

ହାଇଦ୍ରାବାଦ: ବାହୁବଲୀ ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ପୁଣିଥରେ ତାଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ମେ' ମାସରେ 39 ବର୍ଷୀୟ ଦୁବାଇର ଜଣେ ବ୍ୟବସାୟୀଙ୍କୁ ବିବାହ କରିବେ ବୋଲି ଖବର ପ୍ରକାଶ ପାଇଥିଲା, କିନ୍ତୁ ତାହା ଖବରରେ ହିଁ ରହିଗଲା । ଇଣ୍ଡଷ୍ଟ୍ରିରେ ବର୍ତ୍ତମାନର ଗୁଜବ ଉଠୁଛି କି, ଅନୁଷ୍କା ଜଣେ ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବାକୁ ଯାଉଛନ୍ତି ଯାହାଙ୍କ ସହ ସେ ଦୁଇଟି ହିଟ୍ ଫିଲ୍ମ କରିଛନ୍ତି । ଖବର ଅନୁଯାୟୀ ଅନୁଷ୍କା ଶେଟ୍ଟୀଙ୍କ ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ୍‌ ରହିବେ।

ପ୍ରଭାସଙ୍କ ସହ ବିବାହ ଖବର ସାମ୍ନାକୁ ଆସିଥିଲା

ଅଭିନେତ୍ରୀଙ୍କୁ ତାଙ୍କ ପ୍ରଶଂସକମାନେ ସ୍ବିଟି ନାମରେ ଡାକନ୍ତି । ଅତୀତରେ ଅନୁଷ୍କା ଅନେକ ସେଲିବ୍ରିଟିଙ୍କ ସହ ଜଡିତ ଥିବା ଖବର ସାମ୍ନାକୁ ଆସିଛି । ବାହୁବଲୀ ପରେ ସେ ପ୍ରଭାସଙ୍କୁ ଡେଟ କରୁଥିବା ଶୁଣିବାକୁ ମିଳିଥିଲା ​​ଏବଂ ଉଭୟ ବିବାହ କରିବାକୁ ଯୋଜନା କରୁଥିବା ଖବର ମଧ୍ୟ ଆସିଥିଲା । ଏହି ଖବର ଭାଇରାଲ ହେବା ମାତ୍ରେ ଅଭିନେତ୍ରୀ ତାଙ୍କ ନିରବତାକୁ ଭାଙ୍ଗି ସମସ୍ତ ଗୁଜବ ଉପରୁ ପରଦା ଉଠାଇଥିଲେ।

ସେ କହିଥିଲେ, “ମୁଁ ପ୍ରଭାସଙ୍କୁ ୧୫ ବର୍ଷରୁ ଅଧିକ ସମୟରୁ ଜାଣିଛି ଏବଂ ସେ ମୋର ଜଣେ ବିଶେଷ ତଥା ସ୍ପେଶାଲ୍‌ ବନ୍ଧୁ । ଯଦି ଆମ ମଧ୍ୟରେ କିଛି ଥାଆନ୍ତା, ତେବେ ଏହା ବାହାରକୁ ଆସିଥାନ୍ତା । ସେମିତି କିଛି ନାହିଁ। ” ଏହା ପୂର୍ବରୁ କିଛି ରିପୋର୍ଟରେ କୁହାଯାଇଥିଲା ଯେ ଅଭିନେତ୍ରୀ ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳିଥିଲା ​​ଯେ ଅନୁଷ୍କା ରଣଜୀ ଟ୍ରଫିରେ ଦକ୍ଷିଣ ଭାରତୀୟ ଦଳ ପାଇଁ ଖେଳୁଥିବା ଜଣେ କ୍ରିକେଟରଙ୍କୁ ପ୍ରେମ କରୁଥିଲେ । କିନ୍ତୁ ସେ ଏହି ସବୁ କଥାକୁ ଅସ୍ୱୀକାର କରି କହିଥିଲେ ଯେ ମୁଁ ଯେତେବେଳେ ବିବାହ କରିବି, ମୁଁ ନିଶ୍ଚିତ ଭାବରେ ସମସ୍ତଙ୍କୁ କହିବି।

ଜ୍ୟୋତିଷଙ୍କ ଭବିଷ୍ୟବାଣୀ

ପ୍ରଶଂସକମାନେ ଅନୁଷ୍କାଙ୍କ ବିବାହ ଯୋଜନା ବିଷୟରେ ଜାଣିବାକୁ ଆଗ୍ରହୀ ଥିବାରୁ ଜଣେ ଲୋକପ୍ରିୟ ସେଲିବ୍ରିଟି ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି ଯେ, ଅଭିନେତ୍ରୀ ଅନୁଷ୍କା 2022-2023 ମଧ୍ୟଭାଗରେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି । ପଣ୍ଡିତ ଜଗନ୍ନାଥ ଗୁରୁଜୀ କହିଛନ୍ତି ଯେ ଅନୁଷ୍କାଙ୍କ ଭବିଷ୍ୟତ ସ୍ୱାମୀ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିବେ ନାହିଁ, ବରଂ ଅନ୍ୟ କ୍ଷେତ୍ରର ଜଣେ ସଫଳ ବ୍ୟକ୍ତି ହେବେ । ଜ୍ୟୋତିଷ କହିଛନ୍ତି ଯେ ଅନୁଷ୍କା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ରାଣୀ ଭାବରେ ଆହୁରି ଅନେକ ବର୍ଷ ରାଜ୍‌ କରିବେ ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡିକ ବଡ଼ ହିଟ୍ ହେବ। ଅନୁଷ୍କା ପରବର୍ତ୍ତୀ ସମୟରେ ରାଘବ ଲରେନ୍ସଙ୍କ 'ଚନ୍ଦ୍ରମୁଖୀ ୨'ରେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.