ETV Bharat / entertainment

Indian Sports Honours: ଗ୍ଲାମର ଲୁକରେ ନଜର ଆସିଲେ ବିରୁଷ୍କା-ଦୀପଭୀର

author img

By

Published : Mar 24, 2023, 10:26 AM IST

ମୁମ୍ବାଇରେ ଚାଲିଥିବା ଇଣ୍ଡିଆନ୍ ସ୍ପୋର୍ଟସ୍ ସମ୍ମାନ 2023 ଇଭେଣ୍ଟରେ ନଜର ଆସିଲେ ଅନେକ ବଲିଉଡ ତାରକା । ପାପାରାଜି ପାଇଁ ଅନୁଷ୍କା-ବିରାଟ ଏବଂ ଦୀପିକା ପାଦୁକୋନ-ରଣଭୀର ସିଂଙ୍କ ଯୋଡିକୁ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ଇଣ୍ଡିଆନ୍ ସ୍ପୋର୍ଟସ୍ ସମ୍ମାନ 2023 ଇଭେଣ୍ଟରେ ନଜର ଆସିଲେ ସେଲିବ୍ରିଟି

ମୁମ୍ବାଇ: ଇଣ୍ଡିଆନ୍ ସ୍ପୋର୍ଟ୍ସ ସମ୍ମାନର ଚତୁର୍ଥ ସଂସ୍କରଣରେ ନଜର ଆସିଲେ ବଲିଉଡ ଲୋକପ୍ରିୟ ତାରକା । ଏହି ସମୟରେ ପାପାରାଜି ପାଇଁ ରେଡ କାର୍ପେଟରେ ଅନେକ ଲୋକପ୍ରିୟ ଦମ୍ପତିଙ୍କୁ ଏକାଠି ପୋଜ୍ ଦେଉଥିବାର ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ମଧ୍ୟ ପାପାରାଜିକୁ ଏକାଠି ପୋଜ୍‌ ଦେଇଥିଲେ । ଅନୁଷ୍କା ବିରାଟଙ୍କ ବ୍ୟତୀତ ଅଭିନେତା ଅଜୟ ଦେବଗନ୍, ଅଭିଷେକ ବଚ୍ଚନ, ଅଙ୍ଗଦ ବେଦୀ, ନେହା ଧୁପିଆ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ପରି ଅନେକ ସେଲିବ୍ରିଟିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନଜର ଆସିଥିଲେ । ଏଥିସହ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ତାଙ୍କ ପିତା ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ଏବଂ ସ୍ବାମୀ ରଣଭୀର ସିଂଙ୍କ ସହ ପାପାରାଜି ପାଇଁ ପୋଜ୍ ଦେଇଛନ୍ତି ।

ଏହି ପୁରସ୍କାର ବିତରଣ ଉତ୍ସବରେ ବିରାଟ ଏବଂ ଅନୁଷ୍କା ଗ୍ଲାମରସ୍ ଦେଖାଯାଉଥିଲେ, ଯେଉଁଠାରେ ଅନୁଷ୍କା ବାଇଗଣୀ ରଙ୍ଗର ଗାଉନରେ ନଜର ଆସିଥିବା ବେଳେ ବିରାଟ କୋହଲି ବ୍ଲାକ୍ ବ୍ଲେଜର, ନେଭି ବ୍ଲୁ ସାର୍ଟ ଏବଂ ବ୍ଲାକ ଫର୍ମାଲ୍ ପ୍ୟାଣ୍ଟରେ ସୁନ୍ଦର ଦେଖାଯାଉଥିଲେ । ବିରାଟ ଏବଂ ଅନୁଷ୍କା ଖୁସିରେ ପାପାରାଜି ପାଇଁ ପୋଜ୍ ଦେଇଥିଲେ । ଅନୁଷ୍କା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ବିରାଟଙ୍କୁ ହାର୍ଟ ଇମୋଜି ସହ ଏହି ଫଟୋ ସେୟାର କରିଛନ୍ତି । ତେବେ ଅନୁଷ୍କା ଶର୍ମାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଅନୁଷ୍କା ଶର୍ମାଙ୍କୁ ଚକଦା 'ଏକ୍ସପ୍ରେସ'ରେ ଦେଖିବାକୁ ମିଳିବ, ଯେଉଁଥିରେ ସେ କ୍ରିକେଟର ଝୁଲନ ଗୋସ୍ବାମୀ ଭୂମିକାରେ ନଜର ଆସିବେ ।

ତେବେ ଏହି ସମୟରେ ରଣଭୀର ଏବଂ ଦୀପିକାଙ୍କୁ ପିତା ପ୍ରକାଶ ପାଦୁକୋନଙ୍କ ସହ କଳା ଡ୍ରେସ କୋଡରେ ଏକାଠି ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ପ୍ରକାଶ ପାଦୁକୋନ ଦୁନିଆର 1 ନମ୍ବର ବ୍ୟାଡମିଣ୍ଟନ ଖେଳାଳି ହୋଇଛନ୍ତି। 1980 ରେ, ପ୍ରକାଶ ପାଦୁକୋନ୍ ପ୍ରଥମ ଭାରତୀୟ ଖେଳାଳି ଭାବରେ ଅଲ୍ ଇଂଲଣ୍ଡ ଓପନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଜିତିଥିଲେ । ରଣଭୀର ଏବଂ ଦୀପିକା ନିଜ ପିତାଙ୍କ ସହ ପାପାରାଜି ପାଇଁ ପୋଜ୍ ଦେଇଥିଲେ । ରଣଭୀର ସିଂ ଏବଂ ପ୍ରକାଶ ଦୁହେଁ ବ୍ଲାକସୁଟ ପିନ୍ଧିଥିବାବେଳେ ଦୀପିକା ବ୍ଲାକ ଶାଢୀରେ ନଜର ଆସିଥିଲେ ।

ଏଥିସହ ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଆଗାମୀ ଫିଲ୍ମ 'ମୈଦାନ'ରେ ଅଜୟ ଦେବଗନ ଫୁଟବଲ କୋଚ୍ ସୈୟଦ ଅବଦୁଲ ରହୀମଙ୍କ ଭୂମିକାରେ ନଜର ଆସିବେ । ନିର୍ଦ୍ଦେଶକ ତଥା ଅଭିନେତା ଭାବରେ ତାଙ୍କର ଆଗାମୀ ଫିଲ୍ମ 'ଭୋଲା' ଆସନ୍ତା ସପ୍ତାହରେ ସିନେମା ହଲରେ ରିଲିଜ ହେବ ।

ଏଥିସହ ପୂର୍ବତନ ଇଣ୍ଡିଆନ୍ କ୍ରିକେଟ୍ ଅଧିନାୟକ ବିଶନ ସିଂହ ବେଦୀଙ୍କ ପୁଅ ଅଙ୍ଗଦ ବେଦୀ ତାଙ୍କ ପତ୍ନୀ ନେହା ଧୁପିଆଙ୍କ ସହ ନଜର ଆସିଥିଲେ । ସେ ଏକ ନୀଳ ସୁଟ୍ ପିନ୍ଧିଥିବାବେଳେ ନେହା ଏକ ମାସ୍ ଗ୍ରୀନ ଶାଢୀ ପିନ୍ଧିଥିବାର ନଜର ଆସିଥିଲେ । ସେହିପରି ଅଭିନେତା ଅଭିଷେକ ବଚ୍ଚନ ପ୍ରୋ କବାଡି ଲିଗ୍ ଫ୍ରାଞ୍ଚାଇଜ୍ ଦଳ ଜୟପୁର ଫିଙ୍କ ପାନ୍ଥର୍ସର ମାଲିକ ତଥା ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ୍ ଦଳ ଚେନ୍ନାଇନ୍ ଏଫ୍ସିର ସହ-ମାଲିକ ଅଟନ୍ତି । ତାଙ୍କୁ ଅଜୟଙ୍କ ଫିଲ୍ମ 'ଭୋଲା'ରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.