ETV Bharat / entertainment

5 Yrs of Virushka: ବିରାଟଙ୍କ ପାଇଁ ଅନୁଷ୍କାଙ୍କ ସ୍ପେଶାଲ ପୋଷ୍ଟ, ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା

ଆଜି ଷ୍ଟାର ଦମ୍ପତି ବିରାଟ ଓ ଅନୁଷ୍କାଙ୍କ ବିବାହକୁ ୫ବର୍ଷ ପୁରିଛି । ଏହି ଅବସରରେ ଉଭୟ ପରସ୍ପର ଲାଗି ସ୍ବତନ୍ତ୍ର ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

5 Yrs of Virushka: ବିବାହ ବାର୍ଷିକୀରେ ବିରାଟଙ୍କ ଲାଗି ଅନୁଷ୍କାଙ୍କ ସ୍ପେଶାଲ ପୋଷ୍ଟ, ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା

author img

By

Published : Dec 11, 2022, 8:03 PM IST

ମୁମ୍ବାଇ: ଷ୍ଟାର ଦମ୍ପତି ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ବିବାହକୁ ଆଜି ପୂରିଛି ୫ବର୍ଷ (5 Years of Virushka) । ବିବାହ ବାର୍ଷିକୀ ଅବସରେ ଉଭୟ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରି ଏହି ଆନନ୍ଦର ମୁହୂର୍ତ୍ତକୁ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ନିଜର ଆଗାମୀ ଫିଲ୍ମ 'ଚକଦା ଏକ୍ସପ୍ରେସ'ରେ ନଜର ଆସିବାକୁ ଥିବା ଅନୁଷ୍କା ଉଭୟଙ୍କ ଅନସିନ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରି ଦାମ୍ପତ୍ୟ ଜୀବନର ଆନନ୍ଦ ମୁହୂର୍ତ୍ତକୁ ସ୍ମରଣ କରିଛନ୍ତି Anushka celebrates 5 years of marital bliss with Virat ) ।

Anushka Sharma celebrates five years of marital bliss with Virat Kohli
ଝିଅ ଭାମିକା ସହ ବିରୁଷ୍କା

ଏ ନେଇ ସୋସିଆଲ ମିଡିଆରେ ଅନୁଷ୍କା ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ଏହି ଅନସିନ ଫଟୋଗୁଡ଼ିକୁ ପୋଷ୍ଟ କରିବାର ସମୟ ଆଜିଠୁ ଭଲ ଦିନ ଆଉ କୌଣସି ଦିନ ହୋଇନପାରେ ।" ଏହି ପୋଷ୍ଟରେ ସେ ୭ଟି ଫଟୋ ସେୟାର କରିଥିବା ବେଳେ ଉକ୍ତ ଫଟୋକୁ ନେଇ ସେ କଣ ଅନୁଭବ କରୁଛନ୍ତି ତାହାକୁ କ୍ୟାପସନରେ ଲେଖିଛନ୍ତି । ସେପଟେ କ୍ରିକେଟର ସ୍ୱାମୀ ବିରାଟ ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ବାର୍ଷିକୀ ଅବସରରେ ଏକ ପୋଷ୍ଟ କରିଛନ୍ତି । ଅନୁଷ୍କାଙ୍କୁ ପତ୍ନୀ ରୂପେ ପାଇ ସେ ଭାଗ୍ୟବାନ ବୋଲି କହିଛନ୍ତି ।

ବିରୁଷ୍କା

ଏହା ବି ପଢନ୍ତୁ- 100th birth anniversary of Dilip Kumar: ସାଇରା ବାନୁଙ୍କ ସହ ବିତାଇଥିବା କିଛି ଅଭୁଲା ମୂହୁର୍ତ୍ତ

ଗତ ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ବିରାଟ ଓ ଅନୁଷ୍କା ସିକ୍ରେଟ ବିବାହ କରିଥିଲେ । ଏହି ଷ୍ଟାର ଦ୍ବୟ ଏହା ପୂର୍ବରୁ ପରସ୍ପରକୁ ଡେଟ୍‌ କରିଥିଲେ । ମାତ୍ର କିଛି ବର୍ଷ ପରେ ପରସ୍ପରଠୁ ଅଲଗା ହୋଇଥିଲେ । ଏହାପରେ ପୁଣି ଆଉ ଥରେ ଡେଟ୍‌ କରି ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଗତ ୨୦୨୧ ମସିହାରେ ସେମାନେ ପିତାମାତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଉଭୟ ଶିଶୁକନ୍ୟା 'ଭାମିକା'ଙ୍କୁ ଜନ୍ମ ଦେଇଛନ୍ତି । ଉଭୟ ୫ମ ବିବାହ ବାର୍ଷିକୀରେ ସ୍ପେଶାଲ ପୋଷ୍ଟ କରି ଖୁସିବ୍ୟକ୍ତ କରିଛନ୍ତି । ବିରାଟ ଓ ଅନୁଷ୍କାଙ୍କ ଏହି ପୋଷ୍ଟରେ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇବା ସହିତ ଫ୍ୟାନ୍ସଙ୍କ ଅନେକ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.