ETV Bharat / entertainment

୩୯ ବର୍ଷ ପରେ ପୁରୁଣା ବନ୍ଧୁଙ୍କୁ ଦେଖି ଭାବବିହ୍ୱଳ ହେଲେ ଅନୁପମ - ଇମୋସନାଲ ହେଲେ ଅନୁପମ

ପୁରୁଣା ବନ୍ଧୁଙ୍କୁ ଭେଟି ଭାବ ବିହ୍ବଳ ହେଲେ ଅଭିନେତା ଅନୁପମ ଖେର । କ୍ୟାରିଅର ଆରମ୍ଭରୁ ନିଜର ସଂଘର୍ଷ ବେଳେ ସାହାରା ସାଜିଥିଲେ ଏହି ବନ୍ଧୁ । ଜାଣନ୍ତୁ କିଏ

anupam kher meets his old friend
ପୁରୁଣା ବନ୍ଧୁଙ୍କୁ ଭେଟିଲେ ଅନୁପମ ଖେର
author img

By ETV Bharat Odisha Team

Published : Nov 26, 2023, 9:19 PM IST

ହାଇଦ୍ରାବାଦ: ପୁରୁଣା ବନ୍ଧୁଙ୍କୁ ଭେଟି ଭାବବିହ୍ବଳ ହେଲେ ଅଭିନେତା ଅନୁପମ ଖେର । ନିଜ ବନ୍ଧୁଙ୍କୁ ପାଖାପାଖି ୩୯ ବର୍ଷ ପରେ ଭେଟିଥିବା ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅନୁପମ । ବର୍ତ୍ତମାନ ଅନୁପମ ଦୁବାଇରେ ଥିବାବେଳେ ସେଠାରେ ସେ ନିଜ ବନ୍ଧୁ ରାଜନ ଲାଲଙ୍କୁ ଭେଟିଛନ୍ତି । କ୍ୟାରିଅର ଆରମ୍ଭରୁ ନିଜର ସଂଘର୍ଷମୟ ଜୀବନ ସମୟରେ ରାଜନଲାଲ ତାଙ୍କୁ ଖୁବ ସହଯୋଗ କରିଥିବା କହିଛନ୍ତି ଅଭିନେତା ଅନୁପମ ।

ସେ ନିଜ ଇନଷ୍ଟାଗ୍ରାମ ଆଇଡିରେ ଏକ ଭିଡିଓ ଜାରି କରି କହିଛନ୍ତି, "ଜଣେ ବନ୍ଧୁ ଯିଏ ସବୁ ସମୟରେ ସାହାଯ୍ୟ କରିଆସିଛି ତାଙ୍କୁ ୩୯ ବର୍ଷ ପରେ ଦୁବାଇରେ ଭେଟି ଖୁସି ଲାଗୁଛି । ୧୯୮୨ରେ ଯେତେବେଳେ ମୁମ୍ବାଇରେ ମୁଁ କାମ ଖୋଜୁଥିଲି ସେହି ସମୟରେ ମୋର ପରିସ୍ଥିତି ଭଲ ନଥିଲା । ସେହି ସମୟରେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଘର ନିକଟରେ ଏକ ଛୋଟ ଫ୍ଲାଟରେ ରହୁଥିଲେ ରଜନୀଲାଲ। ସେତେବେଳେ ସେ ମୋ ସହ ବହୁ ଭଲରେ ମିଳାମିଶା କରୁଥିଲେ । ଏବଂ ଅନେକ ସମୟରେ ମତେ ଜଳଖିଆ ମଧ୍ୟ ଖାଇବାକୁ ଦେଇଛନ୍ତି । ସେ ମତେ କରିଥିବା ସାହାଯ୍ୟ ମୁଁ କେବେ ବି ଭୁଲି ପାରିବି ନାହିଁ ।"

ସେପଟେ ଅନୁପଙ୍କ ବନ୍ଧୁ ରାଜନ କହିଛନ୍ତି, "ତାଙ୍କର ଉତ୍ସାହ ଏବଂ ନିଷ୍ଠା ଦ୍ବାରା ମୁଁ ପ୍ରକୃତରେ ପ୍ରଭାବିତ ହୋଇଥିଲି । ଖାଲି ମୁଁ କାହିଁକି ଆଜି ବି ଯେକୌଣସି ବ୍ୟକ୍ତି ତାଙ୍କୁ ଦେଖି ପ୍ରଭାବିତ ହେବ ନିଶ୍ଚୟ । ମିଷ୍ଟର ଭଟ୍ଟ ତାଙ୍କୁ ଏକ ଫିଲ୍ମରୁ ବାହାର କରିଦେଇଥିଲେ । ମୁଁ ସେତେବେଳେ NBFCରେ ଥିଲି । ସେହି ସମୟରେ ମୋ ଘର ପାଖ ଗ୍ୟାରେଜକୁ ଆସି ଖୁବ ଜୋରରେ କାନ୍ଦିଥିଲେ ।"

ଏହା ବି ପଢନ୍ତୁ...ମଜାଳିଆ ପୋଷ୍ଟ ସେୟାର କଲେ ଶ୍ରଦ୍ଧା, କହିଲେ ଏମିତି

ସେହି ସମୟରେ ଆହୁରି ଅନେକ କଳାକାର ରହିଥିଲେ ଯେଉଁମାନେ ନିଜ କ୍ୟାରିଅର ପାଇଁ ସଂଘର୍ଷ କରୁଥିଲେ । ସଞ୍ଜୟ ଦତ୍ତ, ଅନିଲ କପୁର, କୁଳଭୂଷଣ ଖରବନ୍ଦାଙ୍କ ଭଳି ଅନେକ କଳାକାର ସେହି ସମୟରେ ମୋ ଘରକୁ ଆସିଛନ୍ତି । ଆଜି ଅନୁପମଙ୍କୁ ଦେଖିଲେ ବହୁତ ଖୁସି ଲାଗେ । ତାଙ୍କର ପ୍ୟାସନ ଏବଂ ଡେଡିକେସନ ଯୋଗୁ ସେ 540ରୁ ଅଧିକ ଚଳଚ୍ଚିତ୍ର କରିବା ଜଣେ ବ୍ୟକ୍ତି ସଫଳ କଳାକାର ହୋଇଛନ୍ତି । ମୁଁ ତାଙ୍କ ପାଇଁ ଗର୍ବିତ।"ତେବେ ଇନଷ୍ଟାଗ୍ରାମରେ ଅଭିନେତା ଅନୁପମ ଖେର ଜାରି କରିଥିବା ଏହି ଭିଡିଓକୁ ଦେଖିଲେ ଉଭୟଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ବାରି ହୋଇପଡୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.