ETV Bharat / entertainment

37ତମ ବିବାହ ବାର୍ଷିକୀ ପାଳିଲେ ଅନୁପମ ଖେର, ପତ୍ନୀଙ୍କ ସହ ସେୟାର କଲେ ଫଟୋ

author img

By

Published : Aug 26, 2022, 12:31 PM IST

ଅଭିନେତା ଅନୁପମ ଖେର ଅଗଷ୍ଟ 26 ରେ ତାଙ୍କର 37 ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅନୁପମ ବିବାହର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

37ତମ ବିବାହ ବାର୍ଷିକୀ ପାଳିଲେ ଅନୁପମ ଖେର, ପତ୍ନୀଙ୍କ ସହ ସେୟାର କଲେ ଫଟୋ
37ତମ ବିବାହ ବାର୍ଷିକୀ ପାଳିଲେ ଅନୁପମ ଖେର, ପତ୍ନୀଙ୍କ ସହ ସେୟାର କଲେ ଫଟୋ

ହାଇଦ୍ରାବାଦ: ହିନ୍ଦୀ ସିନେମାର ଭେଟେରାନ କଳାକାର ଅନୁପମ ଖେର ଅଗଷ୍ଟ 26 ରେ ତାଙ୍କର 37 ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅଭିନେତା ବିବାହର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ ବିବାହ ମଣ୍ଡପର, ଯେଉଁଥିରେ କିରନ୍ ଖେର ଏବଂ ଅନୁପମ ଖେର ବର କନିଆ ବେଶରେ ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଅନୁପମ ଖେର ମଧ୍ୟ ଏକ ସୁନ୍ଦର କ୍ୟାପସନ ଦେଇଛନ୍ତି।

ଅନୁପମ ଖେର ଏହି ଫଟୋ ସେୟାର କରି ଲେଖିଛନ୍ତି, ଶୁଭ ବାର୍ଷିକୀ ପ୍ରିୟ କିରଣ, 37 ବର୍ଷ ପୂର୍ବେ ଆମ ବିବାହର ଏକ ସୁନ୍ଦର ଫଟୋ, ଯାହା ମୁଁ ଶିମଲା ସ୍ଥିତ ମୋ ଘରେ ମୋ ବାପାଙ୍କ ଟ୍ରଙ୍କରୁ ଆଣିଥିଲି, ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ଦୀର୍ଘ ଜୀବନ ଦିଅନ୍ତୁ ଏବଂ ଏକ ସୁସ୍ଥ ଜୀବନ ଦିଅନ୍ତୁ, ଶୁଭ ବାର୍ଷିକୀ ।'

ବର୍ତ୍ତମାନ ଏହି ଫଟୋରେ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ମଧ୍ୟ ଏହି ଦମ୍ପତିଙ୍କୁ ସେମାନଙ୍କର ବିବାହ ବାର୍ଷିକୀରେ ଅଭିନନ୍ଦନ ଜଣାଇଛନ୍ତି, ଅଭିନେତ୍ରୀ ମହିମା ଚୌଧୁରୀ ଅନୁପମଙ୍କୁ ଏହି ପୋଷ୍ଟରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି, 'ତୁମ ଦୁହିଁଙ୍କୁ ବିବାହ ବାର୍ଷିକୀର ଅଭିନନ୍ଦନ ଏବଂ ଆଗାମୀ ଯାତ୍ରା ମଙ୍ଗଳମୟ ହେଉ । ଆପଣ ଦୁହିଁ ଆଜି ମଧ୍ୟ ସମାନ ଦେଖାଯାଉଛନ୍ତି ।' ସେହିପରି ଜଣାଶୁଣା ଅଭିନେତ୍ରୀ ନୀନା ଗୁପ୍ତା 'ଶୁଭ ବିବାହ ବାର୍ଷିକୀ' ଲେଖିଛନ୍ତି।

ବନ୍ଧୁତାରୁ ଆରମ୍ଭ ହୋଇଥିଲା ପ୍ରେମ

ଆରମ୍ଭରେ ଅନୁପମ ଖେର ଏବଂ କିରନ୍ ଖେର ବହୁତ ଭଲ ବନ୍ଧୁ ଥିଲେ । ତେବେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନଥିଲା। ବାସ୍ତବରେ, ଚଣ୍ଡିଗଡ଼ରେ କିରନ୍ ଖେର ଯେଉଁ ଥିଏଟର ଗ୍ରୁପ୍ ସହ ଜଡିତ ଥିଲେ, ଅନୁପମ ଖେର ମଧ୍ୟ ସମାନ ଦଳରେ ଥିଲେ । ଦୁହେଁ ଅନେକ ନାଟକରେ ଏକାଠି କାମ କରିଥିଲେ । ବୋଧହୁଏ ସେତେବେଳକୁ ଦୁହେଁ ଜାଣି ନଥିଲେ ଯେ ଭବିଷ୍ୟତରେ ସେମାନେ ସ୍ୱାମୀ ଏବଂ ସ୍ତ୍ରୀ ହୋଇଯିବେ, କାରଣ ଉଭୟ ପୂର୍ବରୁ ବିବାହିତ ଥିଲେ । 1979ରେ ଅନୁପମ ଖେରଙ୍କ ଏକ ବିବାହ ହୋଇଥିଲା, କିନ୍ତୁ ସେ ଏହି ସମ୍ପର୍କରେ ଖୁସି ନଥିଲେ । କିରଣ 1980 ମସିହାରେ ମୁମ୍ବାଇର ବ୍ୟବସାୟୀ ଗୌତମ ବେରୀଙ୍କୁ ବିବାହ କରିଥିଲେ ଏବଂ ଏହା ମାତ୍ର ପାଞ୍ଚ ବର୍ଷ ଧରି ତିଷ୍ଠି ରହିଲା । ଏହାପରେ ଉଭୟ ଅନୁପମ ଏବଂ କିରଣ ସେମାନଙ୍କଠାରୁ ଛାଡପତ୍ର ନେଇଥିଲେ । ଏହା ପରେ, 1985 ରେ ଏହି ଦିନ କିରଣ ଅନୁପମଙ୍କୁ ବିବାହ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.