ETV Bharat / entertainment

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଖୁସି ଜାହିର କଲେ ଅନୁପମ-ବିବେକ

author img

By ETV Bharat Odisha Team

Published : Dec 11, 2023, 7:18 PM IST

Celebs Reaction on Article 370: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଅନୁପମ ଖେର ଏବଂ ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

ଜମ୍ମୁ ଓ କାଶ୍ମୀରରେ ୩୭୦ ଉଚ୍ଛେଦ ମାମଲା; ଖୁସି ଜାହିର କଲେ ଅନୁପମ-ବିବେକ

ହାଇଦ୍ରାବାଦ: ଜମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ଧାରା ୩୭୦ ଉଚ୍ଛେଦ ମାମଲା ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବୈଧ ଘୋଷଣା କରିଥିବା ବେଳେ, ଏହାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଏଥିସହ ଜମ୍ମୁ କଶ୍ମୀରକୁ ତୁରନ୍ତ ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତି ନେଇ ବର୍ତ୍ତମାନ 'କାଶ୍ମୀର ଫାଇଲ୍ସ' ତାରକା ଅନୁପମ ଖେର ଏବଂ ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ଉଭୟ ସେଲିବ୍ରିଟି ଖୁସି ଜାହିର କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଏବଂ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନୁପମ ଖେର ତାଙ୍କ ଅଫିସିଆଲ ଏକ୍ସ (ପୂର୍ବ ଟ୍ୱିଟର) ରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ ତାଙ୍କର ବିମାନ ଦୁବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯାଉଛି । ଏହି ସମୟରେ ମୋତେ ଏକ ନୋଟିଫିକେସନ ଆସିଲା ଯେ, ଧାରା ୩୭୦ ଉଚ୍ଛେଦୁ ନେଇ ଚାଲିଥିବା ମାମଲା ଉପରେ ଯେଉଁଥିରେ ସୁପ୍ରିମକୋର୍ଟ ସପକ୍ଷରେ ରାୟ ଶୁଣାଛନ୍ତି। ଧାରା 370 ରଦ୍ଦ କରିବା ଆବଶ୍ୟକ ଥିଲା । କାଶ୍ମୀର ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ବର୍ତ୍ତମାନ, ମୋର ବିଶ୍ୱାସ ଯେ ଏହା ଉପରେ ସମସ୍ତ ବିତର୍କ ଶେଷ ହେବା ଉଚିତ୍ । ଜୟ ହୋ, ଜୟ ହିନ୍ଦ, ଜିନ୍ଦାବାଦ ।

  • First, I congratulate and thank @narendramodi & @AmitShah for abrogating Article 370. I also thank SC for upholding the #RightToJustice.

    Justice SC Kaul’s has made a very important recommendation. It’s time India sets up TARC for all the Genocides of last 75 years. Starting… https://t.co/Y35hvS8Yrb

    — Vivek Ranjan Agnihotri (@vivekagnihotri) December 11, 2023 " class="align-text-top noRightClick twitterSection" data=" ">

ସେହିପରି ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ସର୍ବପ୍ରଥମେ, ମୁଁ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କୁ ଧାରା 370 ରଦ୍ଦ କରିଥିବାରୁ ଅଭିନନ୍ଦନ ଜଣାଉଛି । ନ୍ୟାୟ ଅଧିକାର(Right TO Justice)କୁ ସମର୍ଥନ କରିଥିବାରୁ ମୁଁ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ଜଷ୍ଟିସ୍ ଏସସି କୌଲ୍ ଏକ ଗୁରୁତ୍ୱପୂର୍ଣ୍ଣ ସୁପାରିଶ କରିଛନ୍ତି । ବର୍ତ୍ତମାନ ସମୟ ଆସିଛି ଯେ ଭାରତ ଗତ ୭୫ ବର୍ଷର ସମସ୍ତ ଜନଶୁଣାଣି ପାଇଁ TARC ପ୍ରତିଷ୍ଠା କରିବ । ସିଧାସଳଖ କାର୍ଯ୍ୟ ଦିବସ ଠାରୁ ଆରମ୍ଭ କରି ୨୦୨୦ର ଦିଲ୍ଲୀ ଦଙ୍ଗା ପର୍ଯ୍ୟନ୍ତ, ବର୍ତ୍ତମାନ ସମୟ ଆସିଛି ଯେ ଭାରତୀୟ ନରସଂହାର ଏବଂ ନାଗରିକଙ୍କ ଜୀବନ ଅଧିକାରକୁ ଗୁରୁତର ସହ ନିଆଯିବା ଉଚିତ୍ ।

If KHILAFAT had a face.

Khilafat = divide Bharat on Majority vs Minority issue. It’s the foundation of Two Nation Theory. We found freedom from Britishers but not Khilafat.

That’s why we still don’t have absolute #RightToLife

Your views please. https://t.co/LQ4CnQTpfn

— Vivek Ranjan Agnihotri (@vivekagnihotri) December 11, 2023 " class="align-text-top noRightClick twitterSection" data=" ">

ଫିଲ୍ମ ନିର୍ମାତା AIMIM ସାଂସଦ ଅସଦୁଦ୍ଦିନ ଓୱାଇସିଙ୍କ ଏକ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି ଯେ ଏହି ନିଷ୍ପତ୍ତିରେ ଆମେ ନିରାଶ । ଏହି ଭିଡିଓକୁ ରିଟ୍ୱିଟ କରି ବିବେକ ଅଗ୍ନିହୋତ୍ରୀ ଲେଖିଛନ୍ତି, 'ଯଦି ଖିଲାଫାତର କିଛି ଚେହେରା ଥାଏ । ଖିଲାଫତ-ଭାରତର ସଂଖ୍ୟାଲଘୁ ବନାମ ଅଳ୍ପସଂଖ୍ୟା ପ୍ରସଙ୍ଗରେ ବିଭାଜିତ କରନ୍ତୁ । ଏହା ହେଉଛି ଦୁଇ ରାଷ୍ଟ୍ର ସିଦ୍ଧାନ୍ତର ମୂଳଦୁଆ । ଆମେ ବ୍ରିଟିଶମାନଙ୍କ ଠାରୁ ସ୍ୱାଧୀନତା ପାଇଲୁ କିନ୍ତୁ ଖିଲାଫତ ନୁହେଁ । ସେଥିପାଇଁ ଆମ ପାଖରେ ଏବେ ବି ସମ୍ପୂର୍ଣ୍ଣ ଜୀବନ ପାଇବାକୁ ଅଧିକାର ନାହିଁ । ଦୟାକରି ଆପଣଙ୍କର ବିଚାର ରଖନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଜମ୍ମୁ କାଶ୍ମୀରକୁ ନେଇ ସୁପ୍ରିମ ରାୟ: '2024 ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ, ଶୀଘ୍ର ରାଜ୍ୟ ପାହ୍ୟା '

ସୂଚନା ଥାଉ କି, ୨୦୧୯ ଅଗଷ୍ଟ ୫ରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ କେନ୍ଦ୍ର ସରକାର। ଦୀର୍ଘ ୪ ବର୍ଷ ପରେ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୋହର ଲଗାଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠଙ୍କ ଆଜି(ଡିସେମ୍ବର ୧୧ ତାରିଖ) ଧାରା ୩୭୦କୁ ନେଇ ବଡ଼ ଫୈସଲା ଶୁଣାଇଛନ୍ତି ।

  • If KHILAFAT had a face.

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.