ମୁମ୍ବାଇ: ଅକ୍ଟୋବରରୁ 'ବିଗ୍ ବସ୍'ର 17 ତମ ସିଜନ୍ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ସଲମାନ ଖାନଙ୍କ ରିଆଲିଟି ସୋ’ରେ ଭାଗ ନେଉଥିବା ଅନେକ ପ୍ରତିଯୋଗୀଙ୍କ ବିଷୟରେ କଳ୍ପନାଜଳ୍ପନା ଚାଲିଛି । ଖବର ଆସିଛି ଯେ 'ପବିତ୍ର ରିସ୍ତା' ଫେମ୍ ଅଙ୍କିତା ଲୋଖଣ୍ଡେ ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ସୋ’ର ଏକ ଅଂଶ ହେବେ ।
ଉଲ୍ଲେଖନୀୟ ଯେ, ବର୍ତ୍ତମାନ ସୁଦ୍ଧା ଅନେକ ତାରକା ଏବଂ ସୋସିଆଲ ମିଡିଆ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି, ଯିଏ ଏଥର 'ବିଗ୍ ବସ୍' ଘରେ ନଜର ଆସିବେ । ଏହି ତାଲିକାରେ 'ଗୁମ୍ ହୈ କିସି କେ ପ୍ୟାର୍ ମେଁ' ଫେମ୍ ଐଶ୍ୱର୍ଯ୍ୟା ଶର୍ମା, ଦିବ୍ୟଙ୍କା ତ୍ରିପାଠୀ, ମୋହସିନ୍ ଖାନ୍, ଆୱେଜ୍ ଦରବାର, ଅଞ୍ଜଲି ଆରୋରା, ସୁରଭି ଜ୍ୟୋତି ଏବଂ ଅଞ୍ଜୁମ୍ ଫକିହଙ୍କ ନାମ ସାମିଲ ରହିଛି ।
ସ୍ୱାମୀଙ୍କ ସହ ସୋ’ରେ କରିବେ ଏଣ୍ଟ୍ରି !
ଇ-ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଅଙ୍କିତା ଲୋଖଣ୍ଡେ ସଲମାନ ଖାନଙ୍କ ରିଆଲିଟି ସୋ 'ବିଗ୍ ବସ୍ 17' ରେ ଅଂଶଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ତାଙ୍କ ସ୍ୱାମୀ ବିକି ଜୈନ ମଧ୍ୟ ତାଙ୍କ ସହ ସୋ’ରେ ଏଣ୍ଟ୍ରି କରିବେ । ତେବେ ଏହି ବିଷୟରେ ଅଙ୍କିତା କିମ୍ବା ତାଙ୍କ ସ୍ୱାମୀଙ୍କଠାରୁ କୌଣସି ନିଶ୍ଚିତତା ଆସିନାହିଁ । କିନ୍ତୁ ଯଦି ଏହା ଘଟେ ତେବେ ବିଗ୍ବସ୍ ଘରେ ଏହି ଦମ୍ପତିଙ୍କୁ ଦେଖିବା ସେମାନଙ୍କ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ହେବ ।
ଏହା ମଧ୍ୟ ପଢନ୍ତୁ: ପୁଣି ବାହା ହେଲେ ଅଙ୍କିତା ଲୋଖଣ୍ଡେ, ଦେଖନ୍ତୁ ସ୍ବାମୀଙ୍କ ସହ ରୋମାଣ୍ଟିକ ଫଟୋ
ଅଙ୍କିତା ଲୋଖଣ୍ଡେ ତାଙ୍କ ସ୍ୱାମୀଙ୍କ ସହ ରିଅଲିଟି ସୋ 'ସ୍ମାର୍ଟ ଯୋଡି'ରେ ମଧ୍ୟ ଅଭିନୟ କରିଥିଲେ । ସେ ଜି ଟିଭିର ସିରିଏଲ 'ପବିତ୍ର ରିସ୍ତା’ରୁ' ଅର୍ଚ୍ଚନା' ନାମରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହି ସୋ’ରେ ଅଙ୍କିତା ଏବଂ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଯୋଡିକୁ ବହୁତ ପ୍ରଶଂସା କରାଯାଇଥିଲା । ତାଙ୍କୁ ଶେଷ ଥର ପାଇଁ ପବିତ୍ର ରିସ୍ତା 2.0ରେ ଦେଖିବାକୁ ମିଳିଥିଲା । 10ଟି ଏପିସୋଡର ଏହି ସୋ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମ୍ ହୋଇଥିଲା । ଏହା ବ୍ୟତୀତ ଏହି ଅଭିନେତ୍ରୀ 2019ରେ ମୁକ୍ତିଲାଭ କରିଥିବା କଙ୍ଗନା ରଣାୱତଙ୍କ ଫିଲ୍ମ 'ମଣିକର୍ଣ୍ଣିକା' ସହିତ ବଲିଉଡରେ ଡେବ୍ୟୁ କରିଛନ୍ତି ।
ତେବେ ଅଙ୍କିତା ସମ୍ପର୍କରେ ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, 'ପବିତ୍ର ରିସ୍ତା 2.0’ ପରେ ତାଙ୍କୁ ଆଉ କାମ ମିଳିନାହିଁ । ସେ ଏବେ ଘରେ ବସିଛନ୍ତି । ନିକଟରେ ଅଙ୍କିତା ସ୍ୱାମୀଙ୍କ ସହ ଛୁଟିରେ ଯାଇ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ପୁନଃ ବିବାହ କରିଥିଲେ । ଅଙ୍କିତା ଏହାର ଭିଡିଓ ଏବଂ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଭିଡିଓ ସେୟାର କରି ଅଙ୍କିତା କ୍ୟାପସନରେ ଲେଖିଥିଲେ, "ଆମେ ପୁଣି ବିବାହ କରିଛୁ । ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।" ଭିଡିଓରେ ଏହା ଦେଖିବାକୁ ମିଳିଥିଲା ଯେ ଅଙ୍କିତା ଲୋଖଣ୍ଡେ ଠିଆ ହୋଇଛନ୍ତି ଏବଂ ବିକି ଜୈନ ଆଣ୍ଠୁ ମାଡି ବସି ତାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଫୁଲ ତୋଡା ଦେଉଛନ୍ତି ।