ETV Bharat / entertainment

ରିଲିଜ ପୂର୍ବରୁ 'ଆନିମଲ'ର ରେକର୍ଡ, ସାମ ବାହାଦୂର କଲା ଏତିକି ଆୟ

Animal vs Sam Bahadur: ଡିସେମ୍ବର ୧ ରେ ଏକାସାଙ୍ଗେ ରିଲିଜ ହେବ ବିକି କୌଶଲଙ୍କ ଫିଲ୍ମ ସାମ ବାହାଦୂର ଏବଂ ରଣବୀର କପୁରଙ୍କ ଫିଲ୍ମ ଆନିମଲ । ରିଲିଜ ମାତ୍ର ଆଉ ଗୋଟିଏ ଦିନ ବାକି ଥିବା ବେଳେ ଆଡଭାନ୍ସ ବୁକିଂର ଏତିକି ଆୟ କରିସାରିଲେଣି ଉଭୟ ଫିଲ୍ମ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 29, 2023, 4:28 PM IST

ଆଡଭାନ୍ସ ବୁକିଂ କଲେକ୍ସନ: ରିଲିଜ ପୂର୍ବରୁ 'ଆନିମଲ'ର ରେକର୍ଡ, ସାମ ବାହାଦୂର କଲା ଏତିକି ଆୟ

ହାଇଦ୍ରାବାଦ: ରଣବୀର କପୁରଙ୍କ ଅଭିନୀତ 'ଆନିମଲ' ଏବଂ ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ଡିସେମ୍ବର ୧ ରେ ବକ୍ସ ଅଫିସରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି । ରିଲିଜକୁ ଆଉ ଗୋଟିଏ ଦିନ ରହିଥିବା ବେଳେ ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି ଉଭୟ ଫିଲ୍ମର ଷ୍ଟାର କାଷ୍ଟ । ସେପଟେ ଫ୍ୟାନ୍ସଙ୍କ ମଧ୍ୟରେ ବି ଉଭୟ ଫିଲ୍ମକୁ ନେଇ ଉତ୍ସାହ ବଢିଯାଇଛି । ଆଡଭାନ୍ସ ବୁକିଂ ଜାରି ରହିଥିବା ବେଳେ ରିଲିଜ ପୂର୍ବରୁ ହିଁ କୋଟି କୋଟି ଟଙ୍କା କରିସାରିଲେଣି ଫିଲ୍ମ ।

ସାକ୍ନଲ୍କିଙ୍କ ରିପୋର୍ଟ ଅନୁସାରେ, ଆନିମଲ ହିନ୍ଦୀରେ ମୋଟ 4,01,118 ଟିକେଟ୍, ତେଲୁଗୁ ଭାଷାରେ 99,917 ଏବଂ ତାମିଲରେ 1,511 ଟିକେଟ୍ ବିକ୍ରି ହୋଇଛି । ମାଲାୟାଲମ୍ ଏବଂ କନ୍ନଡ ସମେତ ସମସ୍ତ ଭାଷାରେ ସନ୍ଦୀପ ରେଡ୍ଡୀ ଭଙ୍ଗା ନିର୍ଦ୍ଦେଶନା ପାଇଁ 5,04,078 ଟିକେଟ୍ ବୁକ୍ କରାଯାଇଛି । ତେବେ ମୋଟ 5,56,975 ଟିକେଟ ବିକ୍ରି ହୋଇସାରିଲାଣି । ଏହି କ୍ରମରେ ଫିଲ୍ମ ଏବେ ସୁଦ୍ଧା ୧୫.୧୯ କୋଟି ଆୟ କରିସାରିଲାଣି । ସେପଟେ ସାମ ବାହାଦୂର ମାତ୍ର ୧.୨୪ କୋଟି ଆୟ କରିଛି ।

  • " class="align-text-top noRightClick twitterSection" data="">

ତେବେ ଆନିମଲର ଆଡଭାନ୍ସ ବୁକିଂ ରେକର୍ଡକୁ ଦେଖି ଅନୁମାନ କରାଯାଉଛି ଯେ, ଓପନିଂ ଦିନ ଫିଲ୍ମ ୫୦ କୋଟିରୁ ଅଧିକ ଆୟ କରି ବଲିଉଡର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରେ ଗୋଟିଏ ହେବ । ଏବଂ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଟାଇଗର ୩ ଏବଂ ଶାହରୁଖ ଖାନଙ୍କ ଜବାନ ଭଳି ଅନେକ ଫିଲ୍ମକୁ ପଛରେ ପକାଇପାରେ । ସେପଟେ ସାମ ବାହାଦୂର ଆଡଭାନ୍ସ ବୁକିଂରେ ପଛରେ ରହିଥିବା ବେଳେ ବାକି ଫିଲ୍ମ ରିଲିଜ ପରେ ଆନିମଲ ଠାରୁ ବାଜି ମାରୁଛି କି ନାହିଁ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ: ରିଲିଜ ପୂର୍ବରୁ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'କୁ ଝଟକା ! ଫିଲ୍ମରୁ କଟିବ ଏହି ସିନ୍‌ ?

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ଚଳଚ୍ଚିତ୍ର ଡିସେମ୍ବର ୧ ରେ ରିଲିଜ ହେବ । ସେପଟେ 'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ ମାନିକଶାହଙ୍କ ଭୂମିକାରେ ନଜର ଆସିବେ । ଏଥିସହ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.