ETV Bharat / entertainment

ଦୁବାଇରେ ଆନିମଲର ପ୍ରମୋସନ କରିବେ ରଣବୀର କପୁର, ବୁର୍ଜ ଖଲିଫାରେ ଦେଖିବାକୁ ମିଳିବ ଝଲକ

author img

By ETV Bharat Odisha Team

Published : Nov 17, 2023, 5:48 PM IST

ରଣବୀର କପୁରଙ୍କ ବହୁ ପ୍ରିତିକ୍ଷୀତ ଫିଲ୍ମ 'ଆନିମଲ' ଡିସେମ୍ବର ୧ରେ ରିଲିଜ ହେବ । ଏହାରି ମଧ୍ୟରେ ଅଭିନେତା ଫିଲ୍ମର ଜୋରଦାର ପ୍ରମୋସନ କରୁଛନ୍ତି । ବର୍ତ୍ତମାନ ଖବର ଆସୁଛି ଯେ, ରିଲିଜ ପୂର୍ବରୁ ଦୁବାଇରେ ଫିଲ୍ମର ଏକ ଗ୍ରାଣ୍ଡ ଇଭେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଅଧିକ ପଢନ୍ତୁ

ଦୁବାଇରେ ଆନିମଲର ପ୍ରମୋସନ କରିବେ ରଣବୀର କପୁର, ବୁର୍ଜ ଖଲିଫାରେ ଦେଖିବାକୁ ମିଳିବ ଫିଲ୍ମର ଝଲକ

ହାଇଦ୍ରାବାଦ: ରଣବୀର ଆଜିକାଲି ନିଜ ଆଗାମୀ ଫିଲ୍ମ 'ଆନିମଲ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚରେ ରଣବୀର ଆନିମଲର ପ୍ରମୋସନ କରିଥିଲେ । ବର୍ତ୍ତମାନ ଖବର ଆସୁଛି ଯେ, ଦୁବାଇରେ ଫିଲ୍ମର ଜୋରଦାର ପ୍ରମୋସନ କରିବାକୁ ପ୍ରସ୍ତୁତ ଅଛନ୍ତି ଫିଲ୍ମର ପୁରା ଟିମ । ଏହି ସମୟରେ ବହୁ ପ୍ରସିଦ୍ଧ ବୁର୍ଜ ଖଲିଫାରେ ଫିଲ୍ମର ଏକ ସ୍ୱତନ୍ତ୍ର ପ୍ରମୋସନାଲ ଭିଡିଓ ପ୍ରଦର୍ଶିତ କରାଯିବ ବୋଲି ଜଣାପଡିଛି ।

  • " class="align-text-top noRightClick twitterSection" data="">

ରିପୋର୍ଟ ଅନୁସାରେ, ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତା ରଣବୀର କପୁର ଏବଂ ବବି ଦେଓଲ ନିର୍ମାତା ଭୂଷଣ କୁମାରଙ୍କ ସହ ଏହି ଗ୍ରାଣ୍ଡ ଇଭେଣ୍ଟରେ ଯୋଗଦେବାକୁ ଯୋଜନା କରିଛନ୍ତି । ଏହି ସମୟରେ ଫିଲ୍ମର 60 ସେକେଣ୍ଡ୍ ସେଗମେଣ୍ଟର ଏକ ସ୍ବତନ୍ତ୍ର ଭିଡିଓ ଆଇକନିକ୍ ବୁର୍ଜ ଖଲିଫାରେ ପ୍ରଦର୍ଶିତ କରାଯିବ । ସୂଚନା ଥାଉ କି, ପୂର୍ବରୁ ଶାହାରୁଖ ଖାନଙ୍କ ଫିଲ୍ମ ପଠାନ ଏବଂ ଜବାନର ଟ୍ରେଲର ବୁର୍ଜ ଖଲିଫାରେ ପ୍ରଦର୍ଶିତ ହୋଇଥିଲା । ତେବେ କୁହାଯାଉଛି ଯେ, ବର୍ତ୍ତମାନ ଶାହାରୁଖଙ୍କ ପଥକୁ ଅନୁସରଣ କରି ରଣବୀର ଏବେ ନିଜ ଫିଲ୍ମ ଆନିମଲର ପ୍ରମୋସନାଲ ଭିଡିଓକୁ ପ୍ରଦର୍ଶିତ କରିବାକୁ ଯାଉଛନ୍ତି ।

ସୂଚନା ଥାଉ କି, ରଣବୀର କପୁରଙ୍କୁ ଆଜି ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଏଥିରୁ ଅନୁମାନ କରାଯାଉଛି କି, ଅଭିନେତା ବର୍ତ୍ତମାନ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି । ନିକଟରେ ଫିଲ୍ମର ଟିଜର ଏବଂ ୨ଟି ଗୀତ ସତରଙ୍ଗା, ପାପା ମେରୀ ଜାନ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଫିଲ୍ମକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅରଜିତ ସିଂଙ୍କ କନସର୍ଟରେ ଫ୍ୟାନ୍ସଙ୍କ ମନ ଜିତିଲେ ରଣବୀର, 'ଚନ୍ନା ମେରାୟା' ଗୀତରେ ଲଗାଇଲେ ଠୁମକା

ଆନିମଲ ଫିଲ୍ମ ବିଷୟରେ କହିବାକୁ ଗଲେ, ରଣବୀର କପୁରଙ୍କ 'ଆନିମଲ' ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା ନଜର ଆସିବେ । ସନ୍ଦୀପ ରେଡ୍ଡୀ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର, ରଶ୍ମିକାଙ୍କ ବ୍ୟତୀତ ଅନୀଲ କପୁର ଏବଂ ବବି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିବେ । 'ଆନିମଲ' ଭୂଷଣ କୁମାର ଏବଂ କୃଷ୍ଣ କୁମାରଙ୍କ ଟି-ସିରିଜ୍, ମୁରାଦ ଖେତାନୀଙ୍କ ସିନେ ଷ୍ଟୁଡିଓ ଏବଂ ପ୍ରଣୟ ରେଡ୍ଡୀ ଭଙ୍ଗାଙ୍କ ଭଦ୍ରକଲି ପିକଚର୍ସ ଦ୍ୱାରା ନିର୍ମିତ ହୋଇଛି । ଏହି ଚଳଚ୍ଚିତ୍ର ୫ଟି ଭାଷାରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲମରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.