ETV Bharat / entertainment

Animal First Song: ରିଲିଜ ହୋଇନି ପ୍ରଥମ ଗୀତ, ଇଣ୍ଟରନେଟରେ ନିଆଁ ଲଗାଇଲା ରଣବୀର-ରଶ୍ମିକାଙ୍କ ଲିପ୍‌ଲକ୍ ସିନ୍‌

author img

By ETV Bharat Odisha Team

Published : Oct 10, 2023, 12:48 PM IST

ରଣବୀର କପୁର ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆନିମଲ’ର ପ୍ରଥମ ଗୀତ ‘ହୁଆ ମେଁ' ଆସନ୍ତାକାଲି ରିଲିଜ୍ ହେବ । ଆଜି ଏକ ଜବରଦସ୍ତ ପୋଷ୍ଟର ରିଲିଜ୍ ହୋଇଛି । ଅଧିକ ପଢନ୍ତୁ

ଆନିମଲ
ଆନିମଲ

ହାଇଦ୍ରାବାଦ: ବଲିଉଡ ଅଭିନେତା ରଣବୀର କପୁର, ରଶ୍ମିକା ମନ୍ଦନା, ଅନିଲ କପୁର ଏବଂ ବବି ଦେଓଲଙ୍କ ଅଭିନୀତ ଆକ୍ସନ୍-ଥ୍ରୀଲର ଫିଲ୍ମ 'ଆନିମଲ'କୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିରହିଛନ୍ତି । ଏହି ଫିଲ୍ମ ଆସନ୍ତା ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ଫିଲ୍ମରୁ ରଣବୀର କପୁର, ରଶ୍ମିକା ମନ୍ଦନା, ଅନିଲ କପୁର ଏବଂ ବବି ଦେଓଲଙ୍କ ପ୍ରଥମ ଲୁକ୍ ପ୍ରକାଶ ପାଇଛି । ବର୍ତ୍ତମାନ କେବଳ ଅପେକ୍ଷା ଫିଲ୍ମର ପ୍ରଥମ ଗୀତକୁ । ଆନିମଲର ନିର୍ମାତାମାନେ ପ୍ରଥମ ଗୀତ 'ହୁଆ ମେଁ'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଏବଂ ଏକ ହଟ୍‌ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରରେ ରଣବୀର ଏବଂ ରଶ୍ମିକା ବିମାନରେ ପରସ୍ପରକୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି ।

ଏହି ପୋଷ୍ଟର ସେୟାର କରି ନିର୍ମାତାମାନେ କହିଛନ୍ତି ଯେ, ଫିଲ୍ମର ପ୍ରଥମ ଗୀତ ‘ହୁଆ ମେଁ’ ଆସନ୍ତାକାଲି ଅର୍ଥାତ୍ 11 ଅକ୍ଟୋବରରେ ମୁକ୍ତିଲାଭ କରିବାକୁ ଯାଉଛି । ସନ୍ଦୀପ ରେଡ୍ଡୀ ଭଙ୍ଗା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି, ଯିଏ ଦକ୍ଷିଣ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ 'ଅର୍ଜୁନ ରେଡ୍ଡୀ' ଏବଂ ସହିଦ କପୁରଙ୍କ ସହ 'କବୀର ସିଂ' ନିର୍ମାଣ କରିଛନ୍ତି ।

ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା (23 ସେପ୍ଟେମ୍ବର) ନିଜ ଇନଷ୍ଟାଗ୍ରାମରେ ଆନିମଲ ଫିଲ୍ମରୁ ରଶ୍ମିକା ମନ୍ଦନାଙ୍କ ପ୍ରଥମ ଲୁକ୍ ସେୟାର କରିଥିଲେ । ତାଙ୍କର ପ୍ରଥମ ଲୁକରେ ରଶ୍ମିକା ମନ୍ଦନା ଦେଶୀ ଲୁକରେ ନଜର ଆସିଥିଲେ । ରଶ୍ମିକା ଏକ ବିପରୀତ ମେରୁନ୍‌ ଏବଂ କ୍ରିମ୍ ରଙ୍ଗର ଶାଢୀ ପିନ୍ଧିଛନ୍ତି । ଏହା ବ୍ୟତୀତ ଅଭିନେତ୍ରୀଙ୍କ ବେକରେ ମଙ୍ଗଲସୁତ୍ର ମଧ୍ୟ ଦୃଶ୍ୟମାନ ହେଉଥିଲା । ଆନିମଲ ଫିଲ୍ମରୁ ପ୍ରଥମ ଲୁକରେ ମୁଣ୍ଡ ନୁଆଁଇ ରଶ୍ମିକା ହସୁଥିଲେ ।

ଏହା ମଧ୍ୟ ପଢନ୍ତୁ: ‘ଆନିମଲ’ରୁ ରଶ୍ମିକା ମନ୍ଦାନାଙ୍କ ଫାଷ୍ଟ ଲୁକ୍ ଆଉଟ୍‌, ଏହି ଦିନ ରିଲିଜ ହେବ ଟିଜର

ଏହି ଚଳଚ୍ଚିତ୍ରରେ ରଶ୍ମିକାଙ୍କ ଚରିତ୍ରର ନାମ ହେଉଛି ଗୀତାଞ୍ଜଳି । ଏହି ଫିଲ୍ମରେ ରଶ୍ମିକା ଅଭିନେତା ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିବେ । ଏହାପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ଅନିଲ କପୁର ଏବଂ ରଣବୀର କପୁରଙ୍କ ପ୍ରଥମ ଲୁକ୍ ସେୟାର କରିଥିଲେ। ଏହି ଫିଲ୍ମରେ ଅନିଲ କପୁର ଅଭିନେତା ରଣବୀର କପୁରଙ୍କ ପିତା ବଲବୀରଙ୍କ ଭୂମିକାରେ ନଜର ଆସିବେ ।

ଫିଲ୍ମ କେବେ ରିଲିଜ ହେବ ?

ଆପଣଙ୍କୁ କହିରଖୁଛୁ, ଆନିମଲ ଫିଲ୍ମ ପୂର୍ବରୁ ଅଗଷ୍ଟ 11ରେ ଗଦର 2 ଏବଂ OMG 2 ସହିତ ମୁକ୍ତିଲାଭ କରିବାକୁ ଯାଉଥିଲା, କିନ୍ତୁ ନିର୍ମାତାମାନେ ରିଲିଜ୍ ତାରିଖ 1 ଡିସେମ୍ବର 2023କୁ ପରିବର୍ତ୍ତନ କରିଥିଲେ । ବର୍ତ୍ତମାନ ଫିଲ୍ମଟି ଆସନ୍ତା ଡିସେମ୍ବର 1ରେ ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.