ବ୍ରହ୍ମପୁର: ବାଲୁକାକଳାରେ ନିଜର ପ୍ରତିକୃତି ଦେଖି ଓଡ଼ିଆ ପୁଅକୁ ପ୍ରଶଂସା କରିଛନ୍ତି ମହାମହିମ ରାଷ୍ଟ୍ରପତି । ଦେଶର କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ପରିଚିତ ଦାଦ୍ରା ନଗର ହାବେଳି ଏବଂ ଡାମନ ଡିୟୁ (ଡିଆଇୟୁ )ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାରେ ନିଜର ବାଲୁକାକଳାରେ ପ୍ରତିକୃତି ଦେଖି ଓଡ଼ିଆ ପୁଅଙ୍କୁ ପ୍ରଶଂସା କରିଛନ୍ତି ।
I, Narayan Sahu, along with Nishikant Behera from Imaginations in Sand, extend our heartfelt gratitude to the Government of Daman & Diu for granting us the esteemed opportunity to craft a sand portrait of our honorable President, Mrs. Draupadi Murmu, during her visit pic.twitter.com/0rc55HYZT0
— narayan sahu sand artist (@narayansah46952) November 19, 2024
ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଉପକଣ୍ଠ ବୋରିଗାଁ ଅଞ୍ଚଳର ନାରାୟଣ ସାହୁଙ୍କୁ ଦାଦ୍ରା ନଗର ହାବେଳି ପ୍ରଶାସନର ପକ୍ଷରୁ ନିମନ୍ତ୍ରଣ କରାଯାଇ ମହାମହିମ ରାଷ୍ଟ୍ରପତିଙ୍କ ପ୍ରତିକୃତି ବାଲୁକାକଳାରେ ପ୍ରସ୍ତୁତ କରିବାକୁ କୁହାଯାଇଥିଲା । ଆନ୍ତର୍ଜାତିକ ବାଲୁକାଶିଳ୍ପୀ ନାରାୟଣ ଏବଂ ତାଙ୍କ ସହ କର୍ମୀ ସେଠାରେ ପହଞ୍ଚି ମହାମାନ୍ୟଙ୍କ ଏଭଳି ଅବିକଳ ନକଲ ବାଲୁକାକଳା ପ୍ରତିକୃତି ପ୍ରସ୍ତୁତ କରିଥିବା କହିଛନ୍ତି । ଏହି ବାଲୁକାକଳା ୩୦ ଫୁଟ ଲମ୍ବା ରହିଥିବା ବେଳେ ୭ରୁ ୮ ଫୁଟ ଉଚ୍ଚତା ରହିଥିବା କହିଛନ୍ତି ନାରାୟଣ । ସେପଟେ ଓଡ଼ିଆ ପୁଅ ଏଭଳି ପ୍ରସ୍ତୁତ କରିଥିବା ଜାଣିପାରିବା ପରେ ଏହାକୁ ଦେଖି ବେଶ ଖୁସି ଅନୁଭବ କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଅନ୍ତର୍ଜାତିକ ବାଲୁକାଶିଳ୍ପୀ ନାରାୟଣ ସାହୁ କହିଛନ୍ତି, "ରାଷ୍ଟ୍ରପତିଙ୍କ ପ୍ରତିକୃତି ବାଲୁକାକଳା ୩୦ ଫୁଟ ଲମ୍ବା ରହିଥିବା ବେଳେ ୭ରୁ ୮ ଫୁଟ ଉଚ୍ଚତା ରହିଛି । ଓଡ଼ିଆ ପୁଅ ଏଭଳି ପ୍ରସ୍ତୁତ କରିଥିବା ଜାଣିପାରିବା ପରେ ଏହାକୁ ଦେଖି ବେଶ ଖୁସି ଅନୁଭବ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।"
ଏହା ବି ପଢନ୍ତୁ- ରାଷ୍ଟ୍ରପତିଙ୍କ ମନମୋହିଲା କୋରାପୁଟ ‘ଢେମସା’ ନୃତ୍ୟ
ସେପଟେ ମହାମହିମ ରାଷ୍ଟ୍ରପତିଙ୍କ ସହିତ ସାକ୍ଷତ କରି ବେଶ ଖୁସି ଏବଂ ଗର୍ବ ଅନୁଭବ କରିଛନ୍ତି ବାଲୁକାଶିଳ୍ପୀ ନାରାୟଣ ସାହୁ । ସେପଟେ ଡାମନ ଡିୟୁ (ଡିଆଇୟୁ)ର ପରିବେଶ ବେଶ ମନୋରମ ରହିଥିବା ବେଳେ ଏପରି ବାଲୁକାକୃତି କରିବାକୁ ନାରାୟଣଙ୍କୁ କେନ୍ଦୁଝର ଅଞ୍ଚଳର ନିଶିକାନ୍ତ ବେହେରା ସହଯୋଗ କରିଥିବା କହିଛନ୍ତି ।

ପୂର୍ବରୁ ଗଞ୍ଜାମ ଜିଲ୍ଲାର ଏହି ପ୍ରସିଦ୍ଧ ବାଲୁକା ଶିଳ୍ପୀ ଜଣଙ୍କ ଜାତୀୟ ଏବଂ ଅନ୍ତର୍ଜାତିକ ସ୍ତରରେ ଅନେକ ବାଲୁକାକଳା ପ୍ରସ୍ତୁତ କରି ପ୍ରଶଂସା ସାଉଣ୍ଟିଥିବା ବେଳେ ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ସମୟରେ ନିମନ୍ତ୍ରଣ ପହଞ୍ଚି ଅନେକ ବାଲୁକାକଳା ପ୍ରସ୍ତୁତ କରି ଚର୍ଚ୍ଚାର ପରିସରକୁ ଆସିଥିଲେ ନାରାୟଣ ।
ଇଟିଭି ଭାରତ, ବ୍ରହ୍ମପୁର