ହାଇଦ୍ରାବାଦ: ବିଏମଡବ୍ଲୁ ଭାରତରେ ନିଜର ନୂଆ M5 ପରଫର୍ମାନ୍ସ ସେଡାନକୁ ଲଞ୍ଚ କରିଛି । ଯାହାର ଦାମ 1.99 କୋଟି ଟଙ୍କା (ଏକ୍ସ-ଶୋ'ରୁମ) ରହିଛି । ସପ୍ତମ ଜେନେରେସନ ସହିତ ଭାରତରେ ଡେବ୍ୟୁ କରିଥିବା ମଡେଲ CBU ରୁଟ୍ ସହିତ ଆସିଛି । ଏହି କାର ମାତ୍ର 3.5 ସେକେଣ୍ଡ ମଧ୍ୟରେ 0-100 କିମି ପ୍ରତି ଘଣ୍ଟା ସ୍ପିଡ ଧରିପାରେ । ଏହି କାରରେ ଆଉ କଣ ଖାସ କଥା ଅଛି ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ।
ଇଞ୍ଜିନ ପାୱାରଟ୍ରେନ:-
କାରର ଇଞ୍ଜିନ ପାୱାରଟ୍ରେନ ବିଷୟର କହିଲେ, 2024 M5ରେ 4.4 ଲିଟର, ଟ୍ବିନ-ଟର୍ବୋ V8 ଇଞ୍ଜିନ ଲଗାଯାଇଛି, ଯାହାକି 585bhp ପାୱାର ଓ 750nm ଟର୍କ ଉତ୍ପାଦନ କରିବାରେ ସକ୍ଷମ । ଏଥିରେ 18.6kW ବ୍ୟାଟେରୀ ପ୍ୟାକ୍ ସହିତ ଆସିଥାଏ । ଏଥିରେ 197bhp ପାୱାର ଓ 280Nm ଟର୍କ ଜେନେରେଟ୍ କରିପାରୁଥିବା ଇଲେକ୍ଟ୍ରିକ୍ ମୋଟର ସହିତ ଯୋଡ଼ାଯାଇଛି । ଏଥିରେ 727bhp ପାୱାର ଓ 1000Nm ଟର୍କ ଜେନେରେଟ କରୁଥିବା xDrive ଆଲଏ ହ୍ବିଲ ଡ୍ରାଇଭ ସିଷ୍ଟମ ସହିତ ଆସିଛି । ଏହା 8-ସ୍ପିଡ ଅଟୋମେଟିକ୍ ଗିଅରବକ୍ସ ମାଧ୍ୟମସରେ ସମସ୍ତ 4-ହ୍ବିଲକୁ ପାୱାର ପଠାଇଥାଏ ।
ଏହା ବି ପଢନ୍ତୁ |
ଡିଜାଇନ କିପରି ?
ନୂଆ ବିଏଡବ୍ଲୁ ଏମ5ରେ LED ହେଡଲ୍ୟାମ୍ପ୍ସ, ଗ୍ଲାସି ବ୍ଲାକ୍ ଫିନିଶ ସହିତ ସିଗ୍ନେଚର କିଡନୀ ଗ୍ରୀଲ, ବ୍ଲାକଆଉଟ୍ ORVMs, ଫ୍ଲସ୍-ଫିଟିଙ୍ଗ ଡୋର ହ୍ୟାଣ୍ଡେଲ, M-ହାଇ ଗ୍ଲାସ ସ୍ୟାଡୋ ଲାଇନ୍, କାର୍ବନ ଫାଇବର ରୁଫ, ରିଅର ସ୍ପାଇଲର, ଡିଫ୍ୟୁଜର ରହିଛି ।
ମିଳିବ ପ୍ରିମିୟମ ଇଣ୍ଟିରିଅର:-
BMW M5 କାରର ଇଣ୍ଟିରିଅର ଜବରଦସ୍ତ ହୋଇଛି । ଏଥିରେ ଥ୍ରି-ସ୍ପୋକ ଫ୍ଲାଟ୍-ବଟମ୍ ଲେଦର ଷ୍ଟିଅରିଂ ହ୍ବିଲ, କଭର୍ଡ ଡିସପ୍ଲେ, M-ସ୍ପେକ୍ ମଲ୍ଟିଫଙ୍କସନ ସିଟ୍ ରହିଛି । ଏହାସହ 18-ସ୍ପିକର B&W ମ୍ୟୁଜିକ ସିଷ୍ଟମ, ଟ୍ରାକ୍ ମୋଡ୍ ଓ ଅନେକ ଫିଚର ରହିଛି । ଏହାବାଦ ଏଥିରେ ଆଡପ୍ଟିଭ ସସ୍ପେଶନ, BMW 8.5 OS, ଲାଇଭ୍ କକପିଟ୍ ପ୍ରଫେସନାଲ ଓ ADAS ସୁଟ୍ ପ୍ରଦାନ କରାଯାଇଛି ।
କଲର ଅପସନ:-
ବିଏମଡବ୍ଲୁ M5 ଏକ ଆର୍କଟିକ୍ ହ୍ବାଇଟ୍ ନନ୍-ମେଟାଲିକ୍ ପେଣ୍ଟ ସ୍କିମ୍ ସହିତ ଅନେକ ମେଟାଲିକ୍ କଲର ଅପସନ ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ Black Sapphire, Sophisto Grey, Brooklyn Grey, Fire Red, Carbon Black, Isle of Man Green, Storm Bay, Marina Bay Blue ଓ Frozen Deep Grey କଲର ଉପଲବ୍ଧ ।