ETV Bharat / entertainment

ବକ୍ସ ଅଫିସ୍‌ରେ ରଣବୀରଙ୍କ ଯାଦୁ, ପ୍ରଥମ ଦିନରେ ବମ୍ପର କଲେକ୍ସନ କଲା 'ଆନିମଲ'

author img

By ETV Bharat Odisha Team

Published : Dec 2, 2023, 1:08 PM IST

Animal Box Office Collection Day 1: ଆସନ୍ତୁ ଜାଣିବା ରଣବୀର କପୁରଙ୍କ ଫିଲ୍ମ ' ଆନିମଲ' ପ୍ରଥମ ଦିନରେ ବମ୍ପର କଲେକ୍ସନ କରିଛି । ଏହାସହ ପଠାନ୍, ଜୱାନ୍ ଓ ଟାଇଗର ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଛି ।

Animal Box Office Collection Day 1
Animal Box Office Collection Day 1

ହାଇଦ୍ରାବାଦ: ରିଲିଜ ହୋଇଛି ରଣବୀର କପୁର ଏବଂ ବବି ଦେଓଲଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ' । ବକ୍ସ ଅଫିସରେ ଧମାକା କରିଛି ଏହି ଫିଲ୍ମ । ସୋସିଆଲ ମିଡିଆରେ ୟୁଜର୍ସ ଫିଲ୍ମକୁ ନେଇ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ଦର୍ଶକ ଏହି ଫିଲ୍ମକୁ ବ୍ଲକବ୍ଲଷ୍ଟର ଫିଲ୍ମ ବୋଲି କହୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ପ୍ରଥମ ଦିନ କଲେକ୍ସନର ଡାଟା ସାମ୍ନାକୁ ଆସିଛି । ଫିଲ୍ମ 'ଆନିମଲ' ରିଲିଜର ପ୍ରଥମ ଦିନରେ 61 କୋଟି ଟଙ୍କା ରୋଜଗାର କରିଛି । କେବଳ ଯେ ଭାରତ ନୁହେଁ ବିଶ୍ବରେ ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ବିଶ୍ବ ବକ୍ସ ଅଫିସରେ ୧୦୦ କୋଟିରୁ ଉର୍ଦ୍ଧ୍ବ ରୋଜଗାର କରିଛି ଫିଲ୍ମ 'ଆନିମଲ' । ଏହି ଫିଲ୍ମ ରଣବୀର କପୁରଙ୍କ କ୍ୟାରିୟରର ସବୁଠାରୁ ବଡ ଓପନିଂ ଫିଲ୍ମ ବୋଲି ପ୍ରମାଣିତ ହୋଇଛି । ତେବେ ଆସନ୍ତୁ ଜାଣିବା ଫିଲ୍ମ ' ଆନିମଲ' କିପରି ପଠାନ୍, ଜୱାନ୍, ଗଦର ୨ ଓ ଟାଇଗର ଇତ୍ୟାଦି ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିଲା ।

ସୂଚନା ମୁତାବକ, ରଣବୀର କପୁର ଫିଲ୍ମ ଆନିମଲ ଦ୍ବାରା ପଠାନର ଓପନିଂ ରେକର୍ଡ ଭାଙ୍ଗିଛନ୍ତି । ପଠାନ ରିଲିଜର ପ୍ରଥମ ଦିନରେ 57 କୋଟି ଟଙ୍କା ରୋଜଗାର କରିଥିଲା । ସେହିପରି ବିଶ୍ବ ବକ୍ସ ଅଫିସରେ 106 କୋଟି ଟଙ୍କା ରୋଜଗାର କରିଥିଲା ଫିଲ୍ମ ପଠାନ । କିନ୍ତୁ ଆନିମଲ 100 କୋଟି ଟଙ୍କା ବ୍ୟବସାୟ କରିଛି । ଏଥି ସହିତ ଟାଇଗର-3 ପ୍ରଥମ ଦିନରେ ଘରୋଇ ବକ୍ସ ଅଫିସରୁ 44.50 କୋଟି ଏବଂ ବିଶ୍ବ ବକ୍ସ ଅଫିସରୁ 94 କୋଟି ଟଙ୍କା ସଂଗ୍ରହ କରିଥିଲା । ପ୍ରଥମ ଦିନର ରୋଜଗାରରେ ଆନିମଲ ଟାଇଗର -3କୁ ଅତିକ୍ରମ କରିଛି । 'ଆନିମଲ' ପ୍ରଥମ ଦିନର ରୋଜଗାରରେ 500 କୋଟିରୁ ଅଧିକ ରୋଜଗାର କରିଥିବା ସନ୍ନି ଦେଓଲଙ୍କ ଚଳଚ୍ଚିତ୍ର ଗଦର-2କୁ ପଛରେ ପକାଇଛି । ଚଳଚ୍ଚିତ୍ର ଗଦର-2 ରିଲିଜର ପ୍ରଥମ ଦିନରେ 40 କୋଟି ଟଙ୍କା ରୋଜଗାର କରିଥିଲା ​​ ।

Post credit scene #Animal #AnimalMovie #RanbirKapoor𓃵 pic.twitter.com/ATsrA4RT37

— Sami Thaker (@sami_thaker_) December 1, 2023

ଏହା ମଧ୍ୟ ପଢନ୍ତୁ- ଏକ୍ସରେ 'ଆନିମଲ' ଝଡ, ଫିଲ୍ମକୁ ବ୍ଲକବ୍ଲାଷ୍ଟର ଟ୍ୟାଗ ଦେଲେ ୟୁଜର୍ସ

ପ୍ରଥମ ଦିନର ରୋଜଗାର ସହିତ ଆନିମଲ ସାଉଥ ସୁପରଷ୍ଟାର ରଜନୀକାନ୍ତ ଷ୍ଟାରର ଫିଲ୍ମ ଜେଲରର ରେକର୍ଡକୁ ମଧ୍ୟ ପଛରେ ପକାଇଛି | ଜେଲର ପ୍ରଥମ ଦିନରେ ଭାରତରେ 52 କୋଟି ଟଙ୍କା ଏବଂ ବିଶ୍ବ ବକ୍ସ ଅଫିସରେ 95 କୋଟି ଟଙ୍କା ବ୍ୟବସାୟ କରିଥିଲା । କିନ୍ତୁ ଆନିମଲ ନିକଟରେ ହୋଇଥିବା ସୁପରଷ୍ଟାର ବିଜୟଙ୍କ ଫିଲ୍ମ ଲିଓକୁ ପ୍ରଥମ ଦିନରେ ପଛରେ ପକାଇ ପାରିନି । ଲିଓ ପ୍ରଥମ ଦିନରେ 64 କୋଟି ଟଙ୍କା ଭାରତ ଏବଂ ବିଶ୍ବ ବକ୍ସ ଅଫିସରେ 148 କୋଟି ଟଙ୍କା ରୋଜଗାର କରିଥିଲା।

  • " class="align-text-top noRightClick twitterSection" data="">

ତେବେ ଆନିମଲ ୩ ମିନିଟ ୪୯ ମିନିଟ ସମୟର ଫିଲ୍ମ ରହିଛି । ତଥାପି ଦର୍ଶକ ବିରକ୍ତ ନ ହୋଇ ଫିଲ୍ମକୁ ବେଶ ଉତ୍ସାହର ସହ ଉପଭୋଗ କରୁଛନ୍ତି । ତେବେ ଏହି ଫିଲ୍ମରେ ରଣବୀରଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ସାଉଥ ସୁନ୍ଦରୀ ରଶ୍ମିକା ମନ୍ଦାନା ନଜର ଆସିଛନ୍ତି । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର, ରଶ୍ମିକାଙ୍କ ବ୍ୟତୀତ ଅନୀଲ କପୁର ଏବଂ ବବି ଦେଓଲ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.