ETV Bharat / entertainment

ରିଲିଜ ପୂର୍ବରୁ 'ଆନିମଲ' କ୍ରେଜ, ବୁକିଂର ଦ୍ୱିତୀୟ ଦିନରେ ଏତେ କୋଟି ରୋଜଗାର କଲା ଫିଲ୍ମ

author img

By ETV Bharat Odisha Team

Published : Nov 27, 2023, 9:45 AM IST

Animal Advance Booking: ରଣବୀର କପୁର ଏବଂ ବବି ଦେଓଲଙ୍କ ଫିଲ୍ମ 'ଆନିମଲ' 3 ଦିନ ପରେ ରିଲିଜ ହେବ । ଏହାରି ମଧ୍ୟରେ ଆନିମଲର ଆଡଭାନ୍ସ ବୁକିଂ ନଭେମ୍ବର ୨୫ରୁ ଆରମ୍ଭ ହୋଇଥିବା ବେଳେ ଦୁଇ ଦିନ ମଧ୍ୟରେ ଫିଲ୍ମଟି କୋଟି କୋଟି ଟଙ୍କା ରୋଜଗାର କଲାଣି । ଜାଣନ୍ତୁ କେତେ ?

ରିଲିଜ ପୂର୍ବରୁ 'ଆନିମଲ' କ୍ରେଜ, ୨ ଦିନରେ ଏତେ କୋଟି ରୋଜଗାର କଲା ଫିଲ୍ମ

ହାଇଦ୍ରାବାଦ: ବଲିଉଡ ଅଭିନେତା ରଣବୀର କପୁର ଏବଂ ବବି ଦେଓଲଙ୍କ ଅଭିନୀତ ଚଳଚ୍ଚିତ୍ର 'ଆନିମଲ' ପାଇଁ ପ୍ରଶଂସକଙ୍କ ମଧ୍ୟରେ ଏକ ଜବରଦସ୍ତ କ୍ରେଜ ରହିଛି । ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରଠାରୁ ଲୋକମାନେ ଏହି ଚଳଚ୍ଚିତ୍ରର ରିଲିଜକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଏଭଳି ପରିସ୍ଥିତିରେ ନିର୍ମାତାମାନେ ନଭେମ୍ବର ୨୫ରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ କରିଥିବା ବେଳେ ଫିଲ୍ମ ରିଲିଜ ପୂର୍ବରୁ ୬ କୋଟିରୁ ଅଧିକ ବ୍ୟବସାୟ କରିସାରିଲାଣି । ଏହି କ୍ରମରେ ରଣବୀରଙ୍କ ଫିଲ୍ମଟି ସବୁଠାରୁ ବଡ ଓପନର ଫିଲ୍ମ ଭାବେ ରେକର୍ଡ କରିବ ବୋଲି ଆଶା କରାଯାଉଛି ।

'ଆନିମଲ' ପାଇଁ ଏପର୍ଯ୍ୟନ୍ତ କେତେ ଆଡଭାନ୍ସ ବୁକିଂ କରିଛି?

ରଣବୀର କପୁରଙ୍କ ତୀବ୍ର ଲୁକ୍‌ଠାରୁ ଆରମ୍ଭ କରି ଟ୍ରେଲରରେ ବବି ଦେଓଲଙ୍କ ଭୟଙ୍କର ଅବତାର ପର୍ଯ୍ୟନ୍ତ ଫ୍ୟାନ୍ସଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ରକୁ ନେଇ ଉତ୍ସାହ ଆହୁରି ବଢ଼ାଇ ଦେଇଛି । ଏଭଳି ପରିସ୍ଥିତିରେ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଛି । ଫିଲ୍ମର ପ୍ରଥମ ଶୋ' ପାଇଁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟିକେଟ୍ ବିକ୍ରି ହୋଇସାରିଛି ଏବଂ ଏହି 'ଆନିମଲ' ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ରୋଜଗାର କରିଛି । ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଭାଷାରେ ୨ ଲକ୍ଷ ୯୯ ହଜାର ୮୬ ଟିକେଟ୍ ବିକ୍ରି ହୋଇଛି । ଏହା ସହିତ 'ଆନିମଲ' ଏପର୍ଯ୍ୟନ୍ତ ଅର୍ଥାତ୍ ୨ଦିନ ମଧ୍ୟରେ ଆଡଭାନ୍ସ ବୁକିଂରେ ୬.୪୨ କୋଟି ଟଙ୍କା ରୋଜଗାର କରି ସାରିଛି ।

ସୂଚନା ଥାଉ କି, ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରେ 'ଆନିମଲ'ର ଟିକେଟ୍ ମୂଲ୍ୟ ୨୫୦ ଟଙ୍କାରୁ ଆରମ୍ଭ ହୋଇ ରିକ୍ଲାଇନର୍ ସିଟ୍ ପାଇଁ ୨୪୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି । ମଲ୍ଟିପ୍ଲେକ୍ସ ସିରିଜରେ ସାଧାରଣ ସିଟ୍ ପାଇଁ ଟିକେଟ୍ ମୂଲ୍ୟ ୬୦୦ ଟଙ୍କା ହୋଇଛି । ମୁମ୍ବାଇରେ ମୂଲ୍ୟ ପ୍ରାୟ ସମାନ, କେତେକ ସ୍ଥାନରେ ସେମାନେ ୨୨୦୦ ଟଙ୍କାରେ ପହଞ୍ଚିଛି । ତେବେ 'ଆନିମଲ'ର ଆଡଭାନ୍ସ ବୁକିଂ ଉପରେ ଜବରଦସ୍ତ ପ୍ରତିକ୍ରିୟା ପରେ କୁହାଯାଉଛି ଯେ, ଏହି ଚଳଚ୍ଚିତ୍ର ରଣବୀର କପୁରଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନର୍ ହୋଇପାରେ । କେବଳ ଏତିକି ନୁହେଁ, 'ଆନିମଲ' ଶାହାରୁଖ ଖାନଙ୍କ 'ପଠାନ' ଏବଂ 'ଜବାନ', ସନ୍ନି ଦେଓଲଙ୍କ 'ଗଦର ୨' ଏବଂ ସଲମାନ ଖାନଙ୍କ 'ଟାଇଗର ୩'ର ମଧ୍ୟ ରେକର୍ଡ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପ୍ରଭାସଙ୍କ ସହ କାମ କରିବେ ରଣବୀର ! ଖୋଲିଦେଲେ ରଶ୍ମିକା-ଦେବରକୋଣ୍ଡାଙ୍କ ପୋଲ୍‌

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ଚଳଚ୍ଚିତ୍ର ଡିସେମ୍ବର ୧ ରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.