ETV Bharat / entertainment

ସରିଲା ନିର୍ବନ୍ଧ, ରାଧିକା ମର୍ଚାଣ୍ଟଙ୍କୁ ଜୀବନସାଥୀ କରିବେ ମୁକେଶ ଅମ୍ବାନୀଙ୍କ ସାନ ପୁଅ - ଅନନ୍ତ ଅମ୍ବାନୀ ରାଧିକା ମର୍ଚାଣ୍ଟ ରିଲେସନସିପ୍‌

ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ରାଧିକା ମର୍ଚାଣ୍ଟଙ୍କ ସହ ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ରାଧିକା ମର୍ଚାଣ୍ଟଙ୍କୁ ଜୀବନସାଥୀ କରିବେ ଅନନ୍ତ ଅମ୍ବାନୀ

author img

By

Published : Dec 29, 2022, 6:02 PM IST

ମୁମ୍ବାଇ: ଅମ୍ବାନୀ ପରିବାରରେ ଏବେ ଚାଲିଛି ଖୁସିର ମାହୋଲ । ବର୍ତ୍ତମାନ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଛି । ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ତଥା ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ (Anant Ambani) ଙ୍କ ନିର୍ବନ୍ଧ ସରିଛି। ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ରାଧିକା ମର୍ଚାଣ୍ଟଙ୍କ ସହ ହୋଇଛି । ଖୁବ୍ ଶୀଘ୍ର ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ । ନିର୍ବନ୍ଧ (Anant Ambani Radhika Merchant Roka Ceremony ) ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିଛି ଦିନ ତଳେ ମୁକେଶ ଅମ୍ବାନିଙ୍କ ଝିଅ ଇଶା ଯାଆଁଳା ସନ୍ତାନଙ୍କ ସହ ଭାରତ (ମୁମ୍ବାଇ) ଫେରିଥିବାବେଳେ ଆଜି ତାଙ୍କ ସାନ ପୁଅର ନିର୍ବନ୍ଧ ରାଜସ୍ଥାନର ଶ୍ରୀଜଗନ୍ନାଥ ମନ୍ଦିରରେ ହୋଇଛି।

ଅନନ୍ତ ଏବଂ ରାଧିକା ବିବାହ

ଅନନ୍ତ ଏବଂ ରାଧିକା କେବେ ବିବାହ କରିବେ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ ପାଇନାହିଁ। ଅନନ୍ତ ଏବଂ ରାଧିକା ପରସ୍ପରକୁ ଦୀର୍ଘ ଦିନରୁ ଜାଣିଛନ୍ତି । ୨୦୧୮ ମସିହାରେ, ଉଭୟଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଫଟୋରେ ତାଙ୍କୁ ସବୁଜ ପୋଷାକରେ ଦେଖିବାକୁ ମିଳିଥିଲା । ରାଧିକାଙ୍କୁ ଅମ୍ବାନୀ ପରିବାରର ପ୍ରତ୍ୟେକ ପାରିବାରିକ କାର୍ଯ୍ୟରେ ଦେଖିବାକୁ ମିଳେ । ତେବେ ଖୁବ୍ ଶୀଘ୍ର ରାଧିକା ଅମ୍ବାନୀ ପରିବାରର ସାନ ବୋହୂ ହେବେ । ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନିର୍ଦ୍ଦେଶକ ପରିମଲ୍‌‌ ନାଥୱାନି ଟ୍ୱିଟ୍ କରି ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

  • Heartiest congratulations to dearest Anant and Radhika for their Roka ceremony at the Shrinathji temple in Nathdwara. May Lord Shrinath ji’s blessings be with you always. #AnantAmbani pic.twitter.com/BmgKDFsPYh

    — Parimal Nathwani (@mpparimal) December 29, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ: ଯମଜ ସନ୍ତାନ ସହ ମୁମ୍ଵାଇ ଫେରିଲେ ଇଶା, 300KG ସୁନା ଦାନ କରିବେ ଅମ୍ବାନୀ

ରାଧିକା ମର୍ଚାଣ୍ଟ କିଏ?

ରାଧିକା (Radhika Merchant), ବିରେନ ମର୍ଚାଣ୍ଟ ଓ ଶୈଳା ମର୍ଚାଣ୍ଟଙ୍କ ଏକମାତ୍ରା ଝିଅ। ବିରେନ ଓ ଶୈଳା ଏନକୋର ହେଲଥ କେୟାର ସିଇଓ ଅଛନ୍ତି। ରାଧିକାଙ୍କ ପିତା ବିରେନ ଭାରତର ଧନୀ ବ୍ୟକ୍ତିତ୍ୱମାନଙ୍କ ମଧ୍ୟରେ ଗଣିତ । ରାଧିକା ମୁମ୍ବାଇରେ ତାଙ୍କର ପାଠପଢା କରିଥିଲେ। ଏହା ପରେ ସେ ଅଧ୍ୟୟନ ପାଇଁ ନ୍ୟୁୟର୍କ ଯାଇଥିଲେ । ସେଠାରେ ସେ ରାଜନୀତି-ଇକୋନେମିସିରେ ଗ୍ରାଜୁଏସନ ଶେଷ କରିଥିଲେ। ଗ୍ରାଜୁଏସନ ସମାପ୍ତ ପରେ, ସେ 2017 ରେ ଇସ୍ପ୍ରଭା ଦଳରେ ଏକ ସେଲସ-ଏକ୍ଜୁକ୍ୟଟିଭ ଭାବରେ ଯୋଗ ଦେଇଥିଲେ | ସେ ପଢିବା, ଟ୍ରାକିଂ ଏବଂ ପହଁରିବାକୁ ପସନ୍ଦ କରନ୍ତି ।

ଏହା ବି ପଢନ୍ତୁ: Radhika Merchant Arangetram: ଅମ୍ବାନୀ ପରିବାରର ଭାବି ସାନବୋହୂ ରାଧିକାଙ୍କ ଦମଦାର ନୃତ୍ୟ

ରାଧିକା ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ

ରାଧିକା ଜଣେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ଜୁନ୍ 2022 ରେ, ଅମ୍ବାନୀ ପରିବାର ତାଙ୍କ ଭାବି ବୋହୂ ରାଧିକାଙ୍କ ପାଇଁ ଅରଙ୍ଗେତ୍ରମ ସମାରୋହ ଆୟୋଜନ କରିଥିଲେ । ବଲିଉଡର ପ୍ରସିଦ୍ଧ ତାରକାମାନେ ସେଠାରେ ପହଞ୍ଚିଥିଲେ। ରାଧିକା ସମାରୋହରୁ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରୁଥିବା ଅନେକ ଭିଡିଓ ସାମ୍ନାକୁ ଆସିଥିଲା ​​।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.