ETV Bharat / entertainment

Amitabh Bachchan: ଥ୍ରୋବ୍ୟାକ୍ ଫଟୋ ସେୟାର କରି ପୁରୁଣା ଦିନକୁ ମନେ ପକାଇଲେ ବିଗ୍ ବି

author img

By

Published : Jul 18, 2023, 11:40 AM IST

ସୋସିଆଲ ମିଡିଆରେ ପ୍ରାୟତ ଆକ୍ଟିଭ୍‌ ରୁହନ୍ତି ସଦିର ମହାନାୟକ ତଥା ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ । ସର୍ବଦା ପୋଷ୍ଟ ସେୟାର କରି ନିଜ ଅନୁଭୂତି ବାଣ୍ଟନ୍ତି । ବର୍ତ୍ତମାନ ପୁଣି ଏକ ପୋଷ୍ଟ ସେୟାର କରିଛନ୍ତି ଅଭିନେତା । ଯେଉଁଥିରେ ସେ ନିଜର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରି ନିଜର ପୁରୁଣା ଦିନକୁ ମନେ ପକାଇଛନ୍ତି। ଅଧିକ ପଢନ୍ତୁ,

ଥ୍ରୋବ୍ୟାକ୍ ଫଟୋ ସେୟାର କରି ପୁରୁଣା ଦିନକୁ ମନେ ପକାଇଲେ ବିଗ୍ ବି

ମୁମ୍ବାଇ: ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ଅନ୍ୟତମ ସକ୍ରିୟ ତାରକା। ସେ ପ୍ରାୟତଃ ସମୟରେ ତାଙ୍କ ପ୍ରଶଂସକଙ୍କ ପାଇଁ ନୂତନ ପୋଷ୍ଟ ସେୟାର କରିଥାନ୍ତି। ବିଗ ବି ନିଜ ପୋଷ୍ଟ ମାଧ୍ୟମରେ କେତେବେଳେ ଫ୍ୟାନ୍ସଙ୍କୁ ଏଣ୍ଟରଣ୍ଟେନମେଣ୍ଟ କରାଇଥାନ୍ତି ଆଉ କେତେବେଳେ ଫ୍ୟାନ୍ସଙ୍କ ସହ ନିଜ ଅନୁଭୂତି ସେୟାର କରିଥାନ୍ତି। ଫ୍ୟାନ୍ସ ମଧ୍ୟ ତାଙ୍କ ପୋଷ୍ଟକୁ ବେଶ ପସନ୍ଦ କରିବା ସହ ପ୍ରତିକ୍ରିୟା ଦେଇଥାନ୍ତି । ଏହାରି ମଧ୍ୟରେ ଅଭିନେତା ପୁଣି ଏକ ପୋଷ୍ଟ ସେୟାର କରିଛନ୍ତି । ନିଜର ପୁରୁଣା ଫଟୋକୁ ସେୟାର କରି ପୁରୁଣା ଦିନକୁ ମନେ ପକାଇଛନ୍ତି ।

ବିଗ୍ ବି ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ, ବିଗ୍ ବି ଏକ ଧଳା ସାର୍ଟ ଉପରେ ବ୍ଲାକ ଲେଦର ଜ୍ୟାକେଟ୍ ଏବଂ ବ୍ଲୁ ଫ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏଥିସହ ସେ ବ୍ରାଉନ୍ ଜୋତା ଏବଂ ବ୍ଲାକ୍‌ ଚଷମା ସହ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, 'ଅଚ୍ଛେ ଦିନ ଥେ ୟାର୍!' (ଭଲ ଦିନ ଥିଲା ବନ୍ଧୁ) । ଫଟୋ ସେୟାର କରି ସେ ତାଙ୍କ ପୁରୁଣା ଦିନକୁ ମନେ ପକାଇଛନ୍ତି ।

ତେବେ ଫଟୋ ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ଳାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ପ୍ରଶଂସକମାନେ ପ୍ରତିକ୍ରିୟାରେ ହାର୍ଟ ଏବଂ ଫାୟାର ଇମୋଜିରେ ସେୟାର କରିଛନ୍ତି । ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ଜଣେ ପ୍ରଶଂସକ ଅମିତାଭ ବଚ୍ଚନଙ୍କୁ 'ଏଭର ଗ୍ରୀନ ଅଭିନେତା' ବୋଲି କହିଛନ୍ତି । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'କାମକୁ ଏପରି ଢଙ୍ଗରେ କର ଯେପରି 4 ପିଢି ଏହାକୁ ପ୍ରଶଂସା କରିବେ ।' ଆଉ ଜଣେ ଲେଖିଛନ୍ତି, ଭଲ ଦିନ ଥିଲା, ଅଛି ଏବଂ ରହିବ। ଅନ୍ୟ ପ୍ରଶଂସକମାନେ ବିଗ୍ ବି'ଙ୍କ ଲୁକ୍‌କୁ ପ୍ରଶଂସା କରିଛନ୍ତି।

ଏହା ମଧ୍ୟ ପଢନ୍ତୁ: କାର ଡ୍ରାଇଭ କରି ସେଟରେ ପହଞ୍ଚିଲେ ବିଗ ବି, ଫ୍ୟାନ୍ସ କହିଲେ ଏମିତି

ଅମିତାଭ ବଚ୍ଚନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ବିଗ ବି'ଙ୍କୁ ଶେଷ ଥର ପାଇଁ ପାରିବାରିକ ଏଣ୍ଟରଣ୍ଟେନମେଣ୍ଟ ଫିଲ୍ମ 'ଉଚାଁଇ'ରେ ଅନୁପମ ଖେର, ପରିଣୀତି ଚୋପ୍ରା ଏବଂ ବୋମାନ ଇରାନୀଙ୍କ ସହ ଦେଖିବାକୁ ମିଳିଥିଲା । ତେବେ ପରବର୍ତ୍ତୀ ସମୟରେ ସେ ପ୍ରୋଜେକ୍ଟ-କେ'ରେ ପ୍ରଭାସଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର୍ କରିବେ । ଫିଲ୍ମ 2024 ଜାନୁଆରୀ 12ରେ ସିନେମା ହଲରେ ରିଲିଜ ହେବ । ଫିଲ୍ମର ପ୍ରଥମ ଲୁକ୍‌ ଜୁଲାଇ 20 ଏବଂ 21ରେ ରିଲିଜ ହେବ । ସେପଟେ KBC15ରେ ନୂଆ ଟ୍ବିଷ୍ଟ ଏବଂ ନୂଆ ଫର୍ମାଟ ସହ ମଧ୍ୟ ନଜର ଆସିବେ ବିଗ ବି' । ନିକଟରେ ଏହାର ପ୍ରମୋ ରିଲିଜ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.