ETV Bharat / entertainment

Amitabh Bachchan: କାର ଡ୍ରାଇଭ କରି ସେଟରେ ପହଞ୍ଚିଲେ ବିଗ ବି, ଫ୍ୟାନ୍ସ କହିଲେ ଏମିତି

author img

By

Published : Jul 6, 2023, 5:39 PM IST

ସୋସିଆଲ ମିଡିଆରେ ଆକ୍ଟିଭ ଥିବା ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ଏକ ନୂଆ ଫଟୋ ସହ ଏକ ପୋଷ୍ଟ ସେୟାର କରିଛନ୍ତି। ବିଗ୍ ବିଙ୍କ ଏହି ପୋଷ୍ଟକୁ ଲାଇକ କରିବା ସହ ତାଙ୍କ ହାତରେ ଦୁଇଟି ମୋବାଇଲ୍ ଦେଖି ପ୍ରଶଂସକମାନେ ମଜାଳିଆ ପ୍ରତକ୍ରିୟା ଦେଇଛନ୍ତି। ଅଧିକ ପଢନ୍ତୁ...

କାର ଡାଇଭ କରି ସେଟରେ ପହଞ୍ଚିଲେ ବିଗ ବି, ଫ୍ୟାନ୍ସ କହିଲେ ଏମିତି

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କେବଳ ବଡ ପରଦାରେ ଲୋକଙ୍କୁ ମନୋରଞ୍ଜନ କରନ୍ତି ନାହିଁ, ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରାଇଥାନ୍ତି। ନିଜ ମଜାଳିଆ ପୋଷ୍ଟ ମାଧ୍ୟମରେ ଫ୍ୟାନ୍ସଙ୍କ ମନ ଜିତିଥାନ୍ତି ବିଗ ବି। ତେବେ ବର୍ତ୍ତମାନ ସେ ନିଜ ଏକ ପୋଷ୍ଟ ସେୟାର କରି ମଜାଦାର କ୍ୟାପସନ ଦେଇଛନ୍ତି। ଯାହାକୁ ନେଇ ଫ୍ୟାନ୍ସ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି।

ବିଗ୍ ବି ନିଜ ଇନଷ୍ଟାଗ୍ରାମରେ ତାଙ୍କର ନୂତନ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ତାଙ୍କ କାରରୁ ଓହ୍ଲାଇଥିବାର ନଜର ଆସିଛନ୍ତି। ଏହି ପୋଷ୍ଟ ସେୟାର କରିବାବେଳେ ସେ ଏକ ମଜାଦାର କ୍ୟାପସନ୍ ଦେଇଛନ୍ତି। ସେ ଲେଖିଛନ୍ତି, ''କର୍ମ ସ୍ଥାନକୁ ଗାଡି ଚଳାଇ ଆସିଗଲୁ, ଦିନ ସାରା ରିହଲସଲ ଚାଲିବ, ଦମ ଦମା ଦମ ଦମ ।'' ଫଟୋରେ ସେ ତାଙ୍କ ହ୍ବାଇଟ କାରରୁ ଓହ୍ଲାଇଥିବାର ନଜର ଆସିଛନ୍ତି। ଏହି ସମୟରେ ବିଗ ବିଙ୍କୁ ବ୍ଲାକ ଆଉଟଫିଟରେ ଦେଖିବାକୁ ମିଳିଥିଲା ।

ଏହି ପୋଷ୍ଟ ସେୟାର ହେବା ପରେ ପ୍ରଶଂସକ ବେଶ ଲାଇକ କରିଛନ୍ତି। ଜଣେ ପ୍ରଶଂସକ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ତୁମେ ବହୁତ ସୁନ୍ଦର ଦେଖାଯାଉଛ।' ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ଏହାକୁ ଡନ୍ କୁହାଯାଏ। ମୁଁ ଅମିତାଭ ବଚ୍ଚନ ଜୀଙ୍କୁ ଭଲ ପାଏ। ଆଉ ଜଣେ ଲେଖିଛନ୍ତି, 'ଇଏ ହିଁ ଡନ୍। ଦୁନିଆର ଶ୍ରେଷ୍ଠ ଅଭିନେତା। ଏଥି ସହିତ, ଅନେକ ପ୍ରଶଂସକ ତାଙ୍କ ହାତରେ ଦୁଇଟି ଫୋନ୍ ଦେଖିବା ପରେ ମଜାଳିଆ ଇମୋଜି ସହିତ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ପୁରା ଘରର ଫୋନ୍ ନେଇ ଆସିଗଲେ କି ଆପଣ?''

ଏହା ମଧ୍ୟ ପଢନ୍ତୁ: ନୂଆ ଟ୍ବିଷ୍ଟ ଏବଂ ଫର୍ମାଟରେ ଶୋ'କୁ ଫେରିବେ ବିଗ୍‌ ବି

ସୂଚନା ଅନୁସାରେ, ଅମିତାଭ ବଚ୍ଚନ କିଛି ଦିନ ପୂର୍ବରୁ ତାଙ୍କ ବାସଭବନ ବାହାରେ ପ୍ରଶଂସକଙ୍କୁ ଭେଟିଥିଲେ। ବିଗ ବିଙ୍କ ଝଲକ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। ଅଭିନେତା ଏହି ବିଶେଷ ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, 'ମୋର ଭଲପାଇବା ସର୍ବଦା ତୁମର ପ୍ରେମ ଏବଂ ସ୍ନେହ ପାଇଁ।'

ଅମିତାଭ ବଚ୍ଚନଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ବିଗ୍ ବିଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି। କୋର୍ଟ ରୁମ୍ ଡ୍ରାମା ସେକ୍ସନ୍ 84, ପ୍ରୋଜେକ୍ଟ କେ ଏବଂ ଇଣ୍ଟର୍ନର ହିନ୍ଦୀ ରିମେକ୍ ଫିଲ୍ମ ସାମିଲ ହୋଇଛି। ପ୍ରୋଜେକ୍ଟ କେରେ ଅମିତାଭଙ୍କ ସମେତ ସାଉଥ ଅଭିନେତା ପ୍ରଭାସ, ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଦିଶା ପାଟାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିସହ ଫିଲ୍ମର ସୁଟିଂ ହିନ୍ଦୀ ସହ ତେଲୁଗୁରେ କରାଯାଉଛି । ଫିଲ୍ମ 2024 ଜାନୁଆରୀ 12ରେ ସିନେମା ହଲରେ ରିଲିଜ ହେବ । ସେପଟେ KBC15ରେ ନୂଆ ଟ୍ବିଷ୍ଟ ଏବଂ ନୂଆ ଫର୍ମାଟ ସହ ମଧ୍ୟ ନଜର ଆସିବେ ବିଗ ବି। ନିକଟରେ ଏହାର ପ୍ରମୋ ରିଲିଜ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.