ETV Bharat / entertainment

ଋଷିକେଶରେ RRR ଦେଖିଲେ ବିଗ୍‌ ବି, ସେଲ୍ଫି ନେବାକୁ ସିନେମା ହଲ୍‌ରେ ଜମିଲା ଭିଡ

author img

By

Published : Mar 31, 2022, 4:38 PM IST

ବୁଧବାର ରାତିରେ ଅମିତାଭ ବଚ୍ଚନ ଋଷିକେଶର ସିନେମା ହଲରେ ଫିଲ୍ମ RRR ଦେଖିବା ପାଇଁ ପହଞ୍ଚିଥିଲେ । ଏହି ସମୟରେ ପ୍ରଶଂସକଙ୍କ ଭିଡ ଜମିଯାଇଥିଲା ​​। ଅଧିକ ପଢନ୍ତୁ

RRR ଦେଖିବା ପାଇଁ ସିନେମା ହଲ୍‌ରେ ପହଞ୍ଚିଲେ ବିଗ୍‌ ବି, ସେଲ୍ଫି ନେବାକୁ ଜମିଲା ଭିଡ

ଋଷିକେଶ (ଉତ୍ତରାଖଣ୍ଡ): ଯଦି ଆପଣ ସିନେମା ହଲରେ ବସି ସିନେମା ଦେଖୁଥିବେ, ହଠାତ୍ ଲାଇଟ ଜଳିବ ଏବଂ ଆପଣଙ୍କ ଆଖି ପାଖ ସିଟରେ ପଡିବ...ଆଉ ସେହି ସିଟରେ ଅମିତାଭ ବଚ୍ଚନ ବସିଥିବେ, ତାହେଲେ କ'ଣ ହେବ। ଏମିତି ହିଁ କିଛି ଋଷିକେଶର ରାମା ପ୍ୟାଲେସ ହଲରେ ଘଟିଛି। ବୁଧବାର ଦିନ ବୁଧବାର ବିଳମ୍ବିତ ରାତିରେ ଅମିତାଭ ବଚ୍ଚନ ରାଜାମୌଲିଙ୍କ ଚଳଚ୍ଚିତ୍ର RRR ଦେଖିବା ପାଇଁ ପହଞ୍ଚିଛନ୍ତି। ହଠାତ ଅମିତାଭ ବଚ୍ଚନଙ୍କୁ ଦେଖି ଅନ୍ୟ ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ଅମିତାଭ ବଚ୍ଚନ ସହ ସେଲଫି ନେବା ପାଇଁ ସିନେମା ହଲରେ ଦର୍ଶକଙ୍କ ଭିଡ ଜମିଥିଲା ।

ସୂଚନାଯୋଗ୍ୟ ଯେ, ଅମିତାଭ ବଚ୍ଚନ ଫିଲ୍ମ ଗୁଡବାଏ ସୁଟିଂ ପାଇଁ ଋଷିକେଶରେ ଅଛନ୍ତି । କ୍ରମାଗତ ସୁଟିଂ ଯୋଗୁଁ ବ୍ୟସ୍ତ ଅଛନ୍ତି ଅମିତାଭ । ବ୍ୟସ୍ତତା ଭିତରୁ ସମୟ ବାହାର କରି ଗତକାଲି ବିଳମ୍ବିତ ରାତିରେ ଅମିତାଭ ଫିଲ୍ମ ଦେଖିବା ପାଇଁ ଋଷିକେଶ ରାମା ପ୍ୟାଲେସ୍ ଥିଏଟରରେ ପହଞ୍ଚିଥିଲେ । ଅନେକ ଦିନ ଧରି ତାଙ୍କ ପ୍ରଶଂସକମାନେ ଅମିତାଭଙ୍କୁ ଦେଖିବା ପାଇଁ ସୁଟିଂ ସେଟକୁ ଯାଉଥିଲେ କିନ୍ତୁ ଦେଖିପାରୁନଥିଲେ । ହଠାତ୍ ତାଙ୍କୁ ସିନେମା ହଲରେ ବସିଥିବାର ଦେଖି ସମସ୍ତେ ଚକିତ ହୋଇଯାଇଥିଲେ ଏବଂ ଅମିତାଭଙ୍କ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ ।

ଫିଲ୍ମ ଦେଖିବା ପାଇଁ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଟିମର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଦେହରାଡୁନ୍ ରୋଡସ୍ଥିତ ରାମା ପ୍ୟାଲେସରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ଦେଖିବା ବିଷୟରେ ସୂଚନା ପାଇବା ମାତ୍ରେ ହଲରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଅମିତାଭ ବଚ୍ଚନ ତିହରୀ ଜିଲ୍ଲାର ନରେନ୍ଦ୍ରନଗରରେ ଅବସ୍ଥିତ ଆନନ୍ଦ ହୋଟେଲରେ ରହିଛନ୍ତି। ଅମିତାଭ ବଚ୍ଚନ ଋଷିକେଶକୁ ଲାଗିଥିବା ରାଣିପୋଖରୀ ଏବଂ ଜଲି ଗ୍ରାଣ୍ଟ ବିମାନବନ୍ଦର ପଛରେ ଥିବା ଜଙ୍ଗଲରେ ଏକ କାରରେ ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.