ମୁମ୍ବାଇ: ଝିଅ ଶ୍ବେତାଙ୍କୁ ବହୁମୂଲ୍ୟ ଉପହାର ଦେଲେ ସୁପରଷ୍ଟାର ତଥା ବିଗ୍ ବି ଅମିତାଭ ବଚ୍ଚନ । ଜୁହୁ ସ୍ଥିତ ବଙ୍ଗଳା ‘ପ୍ରତିକ୍ଷା’କୁ ଝିଅ ଶ୍ୱେତା ନନ୍ଦାଙ୍କ ନାମରେ କରିଛନ୍ତି ବିଗ୍ ବି । ନିଜ ଝିଅକୁ ବଙ୍ଗଳା ଉପହାର ଭାବେ ଦେଇଛନ୍ତି । ଏହି ବଙ୍ଗଳାର ଆନୁମାନିକ ମୂଲ୍ୟ ୫୦ କୋଟିରୁ ଊର୍ଦ୍ଧ୍ବ ଜଣାପଡିଛି । ତେବେ ଗତ ୮ ତାରିଖରେ ବିଗ୍ ବି ନିଜ ଝିଅଙ୍କ ନାଁରେ ଏହି ବଙ୍ଗଳା କରିଥିବା ଖବର ସାମ୍ନାକୁ ଆସିଛି ।
ମୁମ୍ବାଇର ଜୁହୁ ସ୍ଥିତ ‘ପ୍ରତିକ୍ଷା’ ବଙ୍ଗଳା ପ୍ରାୟ ୧୬,୮୪୦ ବର୍ଗଫୁଟ୍ ଜମିରେ ରହିଛି । ଏହି ବଙ୍ଗଳାର ଦଲିଲ ହସ୍ତାନ୍ତର ଓ ରେଜିଷ୍ଟ୍ରେସନ୍ ଚଳିତ ମାସ ୮ ତାରିଖରେ ହୋଇଥିଲା । ଏହି ସାଇନ୍ ହୋଇଥିବା ବେଳେ ୫୦.୬୫ ଲକ୍ଷ ଟଙ୍କା ରେଜିଷ୍ଟ୍ରେଶନ ଫି ଓ ଷ୍ଟାମ୍ପ ଡ୍ୟୁଟି ଭାବେ ଦିଆଯାଇଥିବା ଜଣାଯାଇଛି । ଜୁହୁ ସ୍ଥିତ ଏହି ବଙ୍ଗଳା ୨ଟି ପ୍ଲଟ ଉପରେ ରହିଛି । ଗୋଟିଏ ପ୍ଲଟ ୬୭୪ ବର୍ଗଫୁଟ ଅଞ୍ଚଳରେ ଥିବାବେଳେ ଅନ୍ୟଟି ୮୯୦.୪୭ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ ହୋଇଛି । ତେବେ ଅମିତାଭଙ୍କର ମୁମ୍ବାଇରେ ପ୍ରତିକ୍ଷା, ଜଲସା ଓ ଜନକ ନାମରେ ୩ଟି ବଙ୍ଗଳା ରହିଛି । ‘ଜଲସା’ରେ ଅମିତାଭ ନିଜ ପରିବାର ସହ ରହୁଥିବା ବେଳେ ସେଠାରେ ଏବେ ଶ୍ୱେତା ବି ରହୁଥିବା ଦେଖିବାକୁ ମିଳୁଛି ।
ଏହା ମଧ୍ୟ ପଢନ୍ତୁ -Thalaivar 170: ୩୩ ବର୍ଷ ପରେ ରଜନୀକାନ୍ତଙ୍କ ସହ ଧମାକା କରିବେ ବିଗ ବି
ଏହା ମଧ୍ୟ ପଢନ୍ତୁ - ଘରେ ବାସନ ମାଜନ୍ତି ବିଗ୍ ବି, କେବିସିରେ କଲେ ଖୁଲାସା
ତେବେ ଏହାରି ମଧ୍ୟରେ ଅମିତାଭ ବଚ୍ଚନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ, ସେ ନିକଟରେ ଆଲିୟା ଭଟ୍ଟ ଓ ରଣବୀରଙ୍କ ସହିତ ବ୍ରହ୍ମାସ୍ତ୍ରରେ ନଜର ଆସିଥିଲେ । ଏହା ସହିତ ଟାଇଗର ଓ କ୍ରିତି ସାନନଙ୍କ ଫିଲ୍ମ ' ଗଣପଥ'ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଥଲାଇୱର୍ ରଜନୀକାନ୍ତଙ୍କ ସହ ଥଲାଇୱର୍ 170ର ପ୍ରଥମ କାର୍ଯ୍ୟସୂଚୀ ମଧ୍ୟ ସମାପ୍ତ କରିଛନ୍ତି । ଟିଜେ ଜ୍ଞାନବେଲଙ୍କ ନିର୍ଦ୍ଦେଶିତ ଫିଲ୍ମ ଥଲାଇୱର୍ 170ରେ ମୁଖ୍ୟ ଭୂମିକାରେ ରଜନୀକାନ୍ତ, ଅମିତାଭ ବଚ୍ଚନଙ୍କ ସମେତ ଫହାଦ୍ ଫାସିଲ ଏବଂ ରାଣା ଡଗଗୁବତୀ ନଜର ଆସିବେ । ଏହି ଚଳଚ୍ଚିତ୍ରର ଅନ୍ୟ କଳାକାରମାନଙ୍କ ମଧ୍ୟରେ ମଞ୍ଜୁ ୱାରିଅର୍, ଦୁଶାରା ଏବଂ ରିତିକା ସିଂ ଅଛନ୍ତି ।