ETV Bharat / entertainment

ଏକାଠି ନଜର ଆସିଲେ ବଚ୍ଚନ ପରିବାର, ଅଭିଷେକଙ୍କ କବାଡି ଟିମକୁ କଲେ ଚିୟର ଅପ୍

author img

By ETV Bharat Odisha Team

Published : Jan 7, 2024, 2:15 PM IST

Aishwarya Rai With Amitabh-Abhishek: ପ୍ରୋ କବାଡି ଲିଗ ମ୍ୟାଚରେ ପୁରା ବଚ୍ଚନ ପରିବାରଙ୍କୁ ଏକାଠି ଦେଖିବାକୁ ମିଳିଛି । ଅଭିଷେକ ବଚ୍ଚନଙ୍କ କବାଡି ଟିମ୍ ଜୟପୁର ପିଙ୍କ ପାନ୍ଥର୍ସକୁ ସମର୍ଥନ କରିବା ପାଇଁ ପରିବାର ଏଥିରେ ସାମିଲ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏକାଠି ନଜର ଆସିଲେ ବଚ୍ଚନ ପରିବାର, ଅଭିଷେକଙ୍କ କବାଡି ଟିମକୁ କଲେ ଚିୟର ଅପ୍
ଏକାଠି ନଜର ଆସିଲେ ବଚ୍ଚନ ପରିବାର, ଅଭିଷେକଙ୍କ କବାଡି ଟିମକୁ କଲେ ଚିୟର ଅପ୍

ହାଇଦ୍ରାବାଦ: ବର୍ତ୍ତମାନ ବଲିଉଡ ଲୋକପ୍ରିୟ ଦମ୍ପତି ଐଶ୍ବର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ବ୍ୟକ୍ତିଗତ ଜୀବନୀକୁ ନେଇ ଲାଇମ ଲାଇଟରେ ରହିଛନ୍ତି । କିଛି ଦିନ ତଳେ ଉଭୟଙ୍କ ବିବାହ ବିଚ୍ଛେଦ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଶ୍ବଶୁର ଆମିତାଭ ବଚ୍ଚନ ମଧ୍ୟ ଐଶ୍ବର୍ଯ୍ୟାଙ୍କୁ ସୋସିଆଲ ମିଡିଆରେ ଅନଫଲୋ କରିଦେଇଥିବା କୁହାଯାଉଥିଲା । ତେବେ ଏହି ଗୁଜବ ମଧ୍ୟରେ ନିକଟରେ ଆରାଧ୍ୟାଙ୍କ ସ୍କୁଲ ବାର୍ଷିକ କାର୍ଯ୍ୟକ୍ରମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏଥିସହ ବର୍ତ୍ତମାନ ପ୍ରୋ କବାଡି ଲିଗ ମ୍ୟାଚରେ ପୁରା ବଚ୍ଚନ ପରିବାର ଏକାଠି ନଜର ଆସିଛନ୍ତି । ଅଭିଷେକ ବଚ୍ଚନଙ୍କ କବାଡି ଟିମକୁ ସମର୍ଥନ କରିବା ପାଇଁ ଝିଅ ଆରଧ୍ୟାଙ୍କ ସହ ଐଶ୍ବର୍ଯ୍ୟା ରାୟ, ଅମିତାଭ ବଚ୍ଚନ ଏକାଠି ସାମିଲ ହୋଇଛନ୍ତି ।

ଏହି ମ୍ୟାଚର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ପୁରା ବଚ୍ଚନ ପରିବାର ଅଭିଷେକ ବଚ୍ଚନଙ୍କ କବାଡି ଟିମ୍ ଜୟପୁର ପିଙ୍କ ପାନ୍ଥର୍ସକୁ ସମର୍ଥନ କରିବା ପାଇଁ ଏଥିରେ ସାମିଲ ହୋଇଛି । ଏହି ସମୟରେ ସମସ୍ତେ ଜୟପୁର ପିଙ୍କ ପାନ୍ଥର୍ସର ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି । ଏଥିସହ ସମସ୍ତେ ଟିମକୁ ନେଇ ବେଶ ଉତ୍ସାହିତ ଏବଂ ଖୁସି ଥିବା ଦେଖିବାକୁ ମିଳିଛି ।

ଏହା ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି । ଜଣେ ୟୁଜର୍ସ ଅଭିଷେକ-ଐଶ୍ବର୍ଯ୍ୟାଙ୍କ ବିବାହ ବିଚ୍ଛେଦ ରୁମର ଖବର ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏହା ଦେଖି ଛାଡପତ୍ର ରୁମର ଖବର ପ୍ରସାରିତ କରୁଥିବା ଲୋକଙ୍କୁ କୋଣରେ ବସି କାନ୍ଦୁଥିବା ଶୁଣିପାରୁଛି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଭଗବାନଙ୍କ ଧନ୍ୟବାଦ, ମତଭେଦ ଦୂର ହୋଇଗଲା । ଉଭୟଙ୍କ ବିବାହ ବିଚ୍ଛେଦ ଖବର ଶୁଣିବା ସତରେ ଖରାପ ବିଷୟ ଥିଲା । ଆଉ ଜଣେ ଲେଖିଛନ୍ତି, ଭଗବାନ ପୁରା ପରିବାରକୁ ଆଶୀର୍ବାଦ ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଐଶ୍ବର୍ଯ୍ୟା-ଅଭିଷେକ ବିଚ୍ଛେଦ ଚର୍ଚ୍ଚା: ଲାଡଲିଙ୍କ ସ୍କୁଲ ବାର୍ଷିକ ଉତ୍ସବରେ ଏକାଠି ସ୍ପଟ ହଲେ ଦମ୍ପତି

ସୂଚନା ଥାଉକି, ଜୟପୁର ଟିମ ପୂର୍ବରୁ ହିଁ ଚାମ୍ପିଆନ ରହିଆସିଛି । ଶନିବାର ଆୟୋଜିତ ପ୍ରୋ କବାଡି ଲିଗ ସିଜନ ୧୦ ମ୍ୟାଚରେ ୟୁ ମୁମ୍ବାଇକୁ ୪୧-୩୧ରେ ହରାଇ ବିଜୟୀ ଲାଭ କରିଛି ଜୟପୁର ଟିମ । ଅଭିଷେକ ଏବଂ ବଣ୍ଟି ୱାଲିଆ ଜୟପୁର ପିଙ୍କ ପାନ୍ଥର୍ସର ସହ-ମାଲିକ ଅଟନ୍ତି । ୨୦୧୪ରେ, କ୍ଲବ ପ୍ରୋ କବାଡି ଲିଗରେ ପ୍ରତିଯୋଗିତା ଆରମ୍ଭ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.