ETV Bharat / entertainment

ରାଘବ ଶେହେନାଜଙ୍କ ଡେଟିଂ ରୁମର୍‌, ଫ୍ୟାନ୍ସ ଉତ୍ସାହିତ

author img

By

Published : Apr 17, 2023, 7:05 PM IST

ରାଘବ ଜୁଆଲ ଓ ଶେହେନାଜଙ୍କ ଡେଟିଂ ନ୍ୟୁଜ୍‌ ବଲିଉଡରେ ହଇଚଇ ସୃଷ୍ଟି କରିଛି । ପିଲ୍ମର ପ୍ରମୋସନ ଏବେ ପିକ୍‌ରେ ରହିଥିବା ବେଳେ ଡେଟିଂ ରୁମର ମଧ୍ୟ ହେଡ୍‌ଲାଇନରେ ରହିଛି । ଅଧିକ ପଢ଼ନ୍ତୁ

ଚର୍ଚ୍ଚାରେ ରାଘବ ଶେହେନାଜଙ୍କ ଡେଟିଂ ରୁମର
ଚର୍ଚ୍ଚାରେ ରାଘବ ଶେହେନାଜଙ୍କ ଡେଟିଂ ରୁମର

ହାଇଦ୍ରାବାଦ: ୨୧ ଏପ୍ରିଲ ଅର୍ଥାତ୍ ଇଦ୍ ଦିନ ରିଲିଜ ହେବାକୁ ଯାଉଛି ସଲମାନ ଖାନଙ୍କ ଫିଲ୍ମ କିସିକା ଭାଇ କିସିକି ଜାନ୍ । ବକ୍ସ ଅଫିସରେ ରାଜ କରିବା ପାଇଁ ସଲମାନ ପୂରା ପ୍ରସ୍ତୁତ । ସଲମାନଙ୍କ ଫିଲ୍ମରେ ନିଜ ବଲିଉଡ କ୍ୟାରିଆର ଡେବ୍ୟୁ କରୁଥିବା ଶେହେନାଜ ଗିଲ୍‌ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମଠାରୁ ବେଶି ରାଘବ ଜୁଆଲଙ୍କ ସହ ଡେଟିଂ ରୁମରକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ଶେହେନାଜ ଓ ରାଘବ । ଫିଲ୍ମର ପ୍ରମୋସନ ଏବେ ପିକ୍‌ରେ ରହିଥିବା ବେଳେ ଡେଟିଂ ରୁମର ମଧ୍ୟ ହେଡ୍‌ଲାଇନରେ ରହିଛି ।

ଅନ୍‌ କ୍ସ୍ରନ୍ ରାଘବ ଏବଂ ଶେହେନାଜ କପଲର ଅଭିନୟ କରୁଥିବା ବେଳେ ବାସ୍ତବରେ ସେମାନେ କପଲ କି ନାହିଁ ? ସେନେଇ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ହେଉଛନ୍ତି । ମିଡିଆରେ ଉଭୟ ରିଲେସନରେ ଥିବା ନେଇ ମଧ୍ୟ ଅନେକ ଖବର ସାମ୍ନାକୁ ଆସିଛି । ତେବେ ରାଘବଙ୍କ ସାକ୍ଷାତକାର ପରେ ସେହେନାଜଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ରାଘବ ସାକ୍ଷାତକାରରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶେହେନାଜଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ।

ଶେହେନାଜ ରିସେଣ୍ଟ ‘ୟଙ୍ଗ ଡିଭା’ ଆୱାର୍ଡ ପାଇଥିବା ବେଳେ ତାଙ୍କୁ ପ୍ରଂଶସା କରି ରାଘବ କହିଛନ୍ତି, '"ତାଙ୍କ ପରି କେହି ଷ୍ଟ୍ରଙ୍ଗ୍‌ ନୁହେଁ ।" ଲାଗାତାର ଭାବେ ଶେହେନାଜଙ୍କୁ ପ୍ରଂଶସା କରି ସହ ତାଙ୍କ ପରି ଭଲ ମଣିଷ, ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ ପରି ବ୍ୟକ୍ତିତ୍ବ ବିରଳ । ଏହାସହ ଶେଷରେ ରାଘବ କହିଛନ୍ତି ସେ ବହୁତ ସଚ୍ଚୋଟ ଏବଂ ପ୍ରତିଦିନ ତାଙ୍କୁ ପ୍ରେରଣା ଦେଇଛନ୍ତି । ତାଙ୍କ ସହ କାମ କରି ମୁଁ ବହୁତ ପ୍ରେରଣା ପାଇଛି ।

ତେବେ ରାଘବ ହେଉଛନ୍ତି ଜଣେ ଜଣାଶୁଣା କୋରିଓଗ୍ରାଫର । ସେ ଆନେକ ଟେଲି ସୋ ରେ ହୋଷ୍ଟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ଭଲ ଡ୍ୟାନ୍ସର ସହ ଜଣେ ଭଲ ଅଭିନେତା ମଧ୍ୟ । ସେ ଅନେକ ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି । ତାଙ୍କ ଫିଲ୍ମ ମଧ୍ୟରୁ ABCD, ଅଭୟ-୨, ଷ୍ଟ୍ରିଟ୍‌ ଡ୍ୟାନ୍ସର 3D ଏବଂ ନୱାବଜାଦେ ଅନ୍ୟତମ ।

ତେବେ ଶେହେନାଜ ନିଜକୁ ପଞ୍ଜାବର କ୍ୟାଟ୍ରିନା କୈଫ ମଧ୍ୟ କୁହନ୍ତି । ସେ ବିଗ୍‌ବସ୍‌ ୧୩ରେ ନଜର ଆସିଥିଲେ । ପପୁଲାର ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ସେହନାଜ ଗିଲଙ୍କ ସମ୍ପର୍କ ଟ୍ରେଣ୍ଡିଂରେ ରହିଥିଲା । ୨୦୨୧ରେ ସିଦ୍ଧାର୍ଥ ଶୁକଲାଙ୍କ ମୃତ୍ୟୁ ପରେ ଶେହେନାଜ ଗିଲ ଏକ ପ୍ରକାର ଭାଙ୍ଗି ପଡ଼ିଥିଲେ । ତେବେ କିସିକା ଭାଇ କିସିକି ଜାନ୍ ପ୍ରମୋସନ ସମୟରେ ସଲମାନ ଶେହେନାଜଙ୍କୁ ମୁଭ୍‌ ଅନ୍ କରିବାକୁ ପରାମର୍ଶ ଦେଇଛନ୍ତି । କପିଲଙ୍କ ସୋ'ରେ ସଲମାନ କହିଛନ୍ତି, "ଶେହେନାଜଙ୍କୁ ନିଜ ଜୀବନ ବଞ୍ଚିିବାକୁ ଦିଅନ୍ତୁ ୟୁଜର୍ସ, ତାଙ୍କୁ ଫ୍ୟାନ ‘ସିଡ୍‌ନାଜ’ ଡାକିବା ବନ୍ଦ କରନ୍ତୁ ।" ଫିଲ୍ମ କଥା କହିବାକୁ ଗଲେ ଫିଲ୍ମଟିକୁ ସଲମାନ ଖାନଙ୍କ ନିଜ ବ୍ୟାନର ଦ୍ବାରା ପ୍ରସ୍ତୁତ କରୁଛନ୍ତି । ଫିଲ୍ମ ‘‘କିସିକା ଭାଇ କିସିକା ଜାନର’’ ୨୧ ଏପ୍ରିଲ ଇଦ୍ ଦିନ ରିଲିଜ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.