ETV Bharat / entertainment

Pushpa 2 Release Date: ଆସିଲା ରିଲିଜ ତାରିଖ, ସିନେମା ହଲରେ ନଜର ଆସିବେ ପୁଷ୍ପା

author img

By ETV Bharat Odisha Team

Published : Aug 30, 2023, 9:53 AM IST

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା 2' 22 ମାର୍ଚ୍ଚ 2024 ରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ

ପୁଷ୍ପା 2
ପୁଷ୍ପା 2

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା 2: ଦି ରୁଲ୍‌' ପାଇଁ ଦୀର୍ଘ ଦିନ ଧରି ଲାଇମଲାଇଟରେ ଅଛନ୍ତି । ନିକଟରେ ଫିଲ୍ମ 'ପୁଷ୍ପା' ପାଇଁ ଅଭିନେତାଙ୍କୁ ଜାତୀୟ ପୁରସ୍କାର ଘୋଷଣା କରାଯାଇଛି । ଅଲ୍ଲୁ ଅର୍ଜୁନ ଜାତୀୟ ପୁରସ୍କାର ଜିତିଥିବା ପ୍ରଥମ ତେଲୁଗୁ ଅଭିନେତା ହୋଇପାରିଛନ୍ତି । ଅଭିନେତାଙ୍କ ପ୍ରଶଂସକମାନେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା ୨'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ସମୟରେ, ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ବୋଲି ସୂଚନା ମିଳିଛି । ଯଦି ମିଡିଆ ରିପୋର୍ଟକୁ ବିଶ୍ବାସ କରାଯାଏ ତେବେ ଅଭିନେତାଙ୍କ ଫିଲ୍ମର ରିଲିଜ୍ ତାରିଖ ସ୍ଥିର କରାଯାଇଛି ।

2024 ରେ ରିଲିଜ୍ ହେବ ଚଳଚ୍ଚିତ୍ର

ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା 2' 22 ମାର୍ଚ୍ଚ 2024 ରେ ମୁକ୍ତିଲାଭ କରିବ । ତେବେ ଫିଲ୍ମର ରିଲିଜ୍ ତାରିଖ ସମ୍ପର୍କରେ ନିର୍ମାତାମାନେ କୌଣସି ସରକାରୀ ଘୋଷଣା କରିନାହାଁନ୍ତି । ଯଦି ରିପୋର୍ଟ ଗୁଡିକ ବିଶ୍ବାସ କରାଯାଏ ତେବେ ଫିଲ୍ମର ସୁଟିଂ କିଛି ସପ୍ତାହ ମଧ୍ୟରେ ଶେଷ ହେବାକୁ ଯାଉଛି ଏବଂ ଫିଲ୍ମର ନିର୍ମାତାମାନେ ପୋଷ୍ଟ ପ୍ରଡକ୍ସନ ସିଡ୍ୟୁଲ ପାଇଁ ଯୋଜନା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା' ପାଇଁ ଅଲ୍ଲୁ ଅର୍ଜୁନ ଜିତିଲେ ପ୍ରଥମ ଜାତୀୟ ପୁରସ୍କାର, ପରିବାର ସହିତ ସେଲିବ୍ରେଟ କଲେ ଖୁସି

'ପୁଷ୍ପା: ଦି ରାଇଜ୍'ର ସିକ୍ୱେଲ୍ 'ପୁଷ୍ପା 2'

କିଛି ସପ୍ତାହ ପୂର୍ବରୁ ପୁଷ୍ପା 2ର ନିର୍ମାତାମାନେ ଫିଲ୍ମରୁ ଅଲ୍ଲୁ ଅର୍ଜୁନଙ୍କ ପ୍ରଥମ ଲୁକ୍ ଜାରି କରିଥିଲେ। ଏହି ପୋଷ୍ଟରରେ ଅଭିନେତା ଶାଢୀ ପିନ୍ଧିଥିବାର ଏବଂ ତାଙ୍କ ଡାହାଣ ହାତରେ ବନ୍ଧୁକ ଧରିଥିବାର ଦେଖାଯାଇଛି। ଏହି ପୋଷ୍ଟର ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି । ସୁକୁମାରଙ୍କ ନିର୍ଦ୍ଦେଶିତ 'ପୁଷ୍ପା ୨: ଦ ରୁଲ୍‌' ଚଳଚ୍ଚିତ୍ର 'ପୁଷ୍ପା: ଦି ରାଇଜ୍'ର ଏକ ସିକ୍ୱେଲ୍ ଅଟେ। ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫହଦ୍ ଫାସିଲ ଏକ ପ୍ରମୁଖ ଅଭିନୟ କରିବେ । ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମନରେ ବହୁତ ଉତ୍ସାହ ଭରି ରହିଛି ।

ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଲେ ଅଭିନେତା

ଏହି ସମୟରେ, ଅଲ୍ଲୁ ଅର୍ଜୁନ 69 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ 'ପୁଷ୍ପା' ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି । ଅଭିନେତା ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି, “ଦେଶର ବିଭିନ୍ନ ବର୍ଗ ଏବଂ ଭାଷାର ସମସ୍ତ ଜାତୀୟ ପୁରସ୍କାର ବିଜେତାଙ୍କୁ ଅନେକ ଅନେକ ଅଭିନନ୍ଦନ। ଦେଶର ପ୍ରତ୍ୟେକ କୋଣରୁ ମିଳୁଥିବା ଶୁଭକାମନା ପାଇଁ ମୁଁ କୃତଜ୍ଞତା ଜଣାଇବାକୁ ଚାହେଁ । ଏତେ ଭଲପାଇବା ଦେଇଥିବାରୁ ଧନ୍ୟବାଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.