ETV Bharat / entertainment

Indian of the Year Award: ଅଲୁ ଅର୍ଜୁନଙ୍କ ସହ ପୁଷ୍ପା ପୋଜ୍‌ ଦେଲେ ନୀରଜ ଚୋପ୍ରା, ଭିଡିଓ ଭାଇରାଲ

author img

By

Published : Oct 14, 2022, 10:39 PM IST

ଅଲୁ ଅର୍ଜୁନଙ୍କୁ ଇଣ୍ଡିଆନ୍ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି । ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରାଙ୍କ ସହ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ମେଁ ଝୁକେଗା ନେହିଁ ସାଲା ଡାଇଲଗ୍‌ରେ ଷ୍ଟେପ୍‌ କରୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ

ଅଲୁ ଅର୍ଜୁନଙ୍କ ସହ ପୁଷ୍ପା ପୋଜ୍‌ ଦେଲେ ନୀରଜ ଚୋପ୍ରା, ଭିଡିଓ ଭାଇରାଲ

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ତଥା ଷ୍ଟାଇଲିସ୍ ଷ୍ଟାର ଅଲୁ ଅର୍ଜୁନଙ୍କୁ ନିକଟରେ 'ଇଣ୍ଡିଆନ୍ ଅଫ୍ ଦି ଇୟର' ପୁରସ୍କାର ପ୍ରଦାନ କରାଯାଇଛି। ଅଲୁଙ୍କୁ ସମ୍ମାନିତ କରାଯିବାପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । ସେ 'ପୁଷ୍ପା' ତାରକାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ, ଅଲୁ ଅର୍ଜୁନ ଏବଂ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରାଙ୍କ ଏକ ଭିଡିଓ ଏକାଠି ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ନୀରଜ 'ମେଁ ଝୁକେଗା ନେହିଁ ସାଲା...' ଡାଇଲଗ୍‌ରେ ଷ୍ଟେପ୍‌ କରୁଥିବାର ନଜର ଆସିଛନ୍ତି।

ପ୍ରଶଂସକଙ୍କୁ ପସନ୍ଦ ଆସିଲା ଭିଡିଓ

ବର୍ତ୍ତମାନ ଏହି ଭିଡିଓ ପ୍ରଶଂସକଙ୍କ ମଧ୍ୟରେ ବହୁତ ଭାଇରାଲ ହେବାରେ ଲାଗିଛି । ଉଲ୍ଲେଖନୀୟ ଯେ, ଅଲୁ ଅର୍ଜୁନଙ୍କୁ 'ଇଣ୍ଡିଆନ୍ ଅଫ୍ ଦି ଇୟର' ପୁରସ୍କାର ପ୍ରଦାନ କରାଯାଇଥିବା ଇଭେଣ୍ଟରେ ନୀରଜ ଚୋପ୍ରା ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ନୀରଜ ଅଲୁଙ୍କ ସିଗ୍‌ନେଚର ଷ୍ଟେପ୍‌ ଝୁକେଗା ନେହିଁ ସାଲା...କରିଥିଲେ ଏବଂ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ପ୍ରଶଂସକମାନେ ଏହି ଭିଡିଓକୁ ପସନ୍ଦ କରୁଥିବାବେଳେ ନୀରଜଙ୍କୁ ସୁନ୍ଦର ବୋଲି କହୁଛନ୍ତି ।

ସମ୍ମାନିତ ହେଲେ ଅଲୁ ଅର୍ଜୁନ

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଲୁ ଅର୍ଜୁନଙ୍କୁ ମନୋରଞ୍ଜନ ଜଗତ ପାଇଁ 'ଇଣ୍ଡିଆନ୍ ଅଫ୍ ଦି ଇୟର' ଭାବେ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଲୁ ଅର୍ଜୁନଙ୍କୁ ଏକ କଳା ପୋଷାକରେ ଦେଖିବାକୁ ମିଳିଥିଲା । ଏହି ସମ୍ମାନ ପାଇବା ପରେ ଅଲୁ କହିଛନ୍ତି, 'ମୁଁ ଗତ 20 ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଆସୁଛି, ମୁଁ ଦକ୍ଷିଣରେ ଅନେକ ପୁରସ୍କାର ପାଇଛି, ପ୍ରଥମ ଥର ପାଇଁ ମୁଁ ଉତ୍ତରରୁ କୌଣସି ପୁରସ୍କାର ପାଇଲି, ତେଣୁ ଏହା ମୋ ପାଇଁ ବହୁତ ସ୍ୱତନ୍ତ୍ର ।

ଅଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: ଦି ରାଇଜ୍'ର ସଫଳତା ପରେ ପ୍ରଶଂସକମାନେ ଉତ୍ସାହର ସହିତ ପୁଷ୍ପା ପାର୍ଟ 2 କୁ ଅପେକ୍ଷା କରିଛନ୍ତି । ଅଲୁଙ୍କ ସହ ରଶ୍ମିକା ମନ୍ଦନା ଏବଂ ଫହାଦ ଫାସିଲ ପୁଣିଥରେ ଫିଲ୍ମର ଦ୍ୱିତୀୟ ଭାଗରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ କାମ ଚାଲିଛି, କିନ୍ତୁ କୁହାଯାଉଛି ଯେ 2023 ମସିହାରେ ଫିଲ୍ମର ଦ୍ୱିତୀୟ ଭାଗ ଦେଖିବାକୁ ମିଳିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.