ETV Bharat / entertainment

ଡିପଫେକ ଜାଲରେ ଆଲିଆ ଭଟ୍ଟ

Alia Bhatt Deepfake Video: ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା, ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ କାଜୋଲଙ୍କ ପରେ ଏବେ ଆଲିଆ ଭଟ୍ଟ ଡିପଫେକ ମାମଲାର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 27, 2023, 3:12 PM IST

Updated : Nov 29, 2023, 1:18 PM IST

ରଶ୍ମିକା, କ୍ୟାଟ୍ରିନା ଓ କାଜୋଲ ପରେ ଡିପଫେକ ଭିଡିଓର ଶିକାର ହେଲେ ଆଲିଆ ଭଟ୍ଟ
ରଶ୍ମିକା, କ୍ୟାଟ୍ରିନା ଓ କାଜୋଲ ପରେ ଡିପଫେକ ଭିଡିଓର ଶିକାର ହେଲେ ଆଲିଆ ଭଟ୍ଟରଶ୍ମିକା, କ୍ୟାଟ୍ରିନା ଓ କାଜୋଲ ପରେ ଡିପଫେକ ଭିଡିଓର ଶିକାର ହେଲେ ଆଲିଆ ଭଟ୍ଟ

ହାଇଦ୍ରାବାଦ: ଥମିବାର ନାଁ ନେଉନି ଡିପଫେକ ମାମଲା । ଆଜିକାଲି ସେଲିବ୍ରିଟିଙ୍କ ଡିପଫେକ ଭିଡିଓ ଗୁଡିକ ଭାଇରାଲ ହେବାରେ ଲାଗିଛି । ଅନେକ ବଡ ତାରକା ଏହାର ଶିକାର ହୋଇଛନ୍ତି ଏବଂ ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡା ଯାଇଛି । ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କେଫ ଏବଂ କାଜୋଲଙ୍କ ପରେ ଏବେ ଜାତୀୟ ପୁରସ୍କାର ବିଜେତା ଆଲିଆ ଭଟ୍ଟ ଏହାର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଆଲିଆଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ଫଟୋରେ ଆଲିଆଙ୍କୁ ଅସହଜ ସ୍ଥିତିରେ ବସିଥିବାର ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଆଲିଆ ଭଟ୍ଟ ବ୍ଲୁ ରଙ୍ଗର ଫ୍ଲାଭାର କୋ-ଅର୍ଡ ସେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ସେ ଅସହଜ ସ୍ଥିତିରେ ବସିଥିବାର ନଜର ଆସିଛନ୍ତି । ତେବେ ଏହା ଆଲିଆ ଭଟ୍ଟଙ୍କ ନୁହେଁ । ଅନ୍ୟ ଏକ ଯୁବତୀଙ୍କ ଚେହେରା ପରିବର୍ତ୍ତେ ଆଲିଆ ଭଟ୍ଟଙ୍କ ଚେହେରା ଏଡିଟ କରାଯାଇଛି । ତାଙ୍କ ଭିଡିଓ ବିଷୟରେ ଏକ୍ସରେ ଭାଇରାଲ ପରେ ୟୁଜର୍ସ ପ୍ରତିକ୍ରିୟା ଦେଉଛନ୍ତି ।

ଆଲିଆ ଭଟ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ । ଅଳ୍ପ ସମୟ ଏବଂ ଅଳ୍ପ ବୟସରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏଥିସହ ତାଙ୍କର ସୋସିଆଲ ମିଡିଆରେ ଅନେକ ଫୋଲର୍ସ ରହିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କର ଏକ ଡିପଫେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଳରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ଡିପଫେକ୍ ଉପରେ ଲାଗିବ ରୋକ, ଆସୁଛି ନୂଆ ନିୟମ

ଆଲିଆ ଭଟ୍ଟ ପ୍ରଥମ ସେଲିବ୍ରିଟି ନୁହଁନ୍ତି ଯିଏ ଡିପଫେକ ଭିଡିଓର ଶିକାର ହୋଇଛନ୍ତି । ଏହାପୂର୍ବରୁ ରଶ୍ମିକା ମନ୍ଦାନାଙ୍କ ଚେହେରା ଏଡିଟ୍ କରାଯାଇ ଭାଇରାଲ କରାଯାଇଥିଲା । ତାଙ୍କ ପରେ କ୍ୟାଟ୍ରିନା କୈଫ ଏବଂ କାଜୋଲ ମଧ୍ୟ ଡିପଫେକ ମାମଲାର ଶିକାର ହୋଇଛନ୍ତି । ଏହି ସମସ୍ତ ଘଟଣା ପରେ ସରକାର ମଧ୍ୟ ଏହାକୁ ଗୁରୁତର ସହ ନେଇଥିଲେ । ଡିପଫେକ ନେଇ ନୂଆ ନିୟମ ଆସିବା ନେଇ ସୂଚନା ଦେଇଥିଲେ । ଡିପଫେକ ମାମଲାକୁ ନେଇ ସରକାର ଖୁବଶୀଘ୍ର ନୂଆ ନିୟମ ଆଣିବାକୁ ଯାଉଛନ୍ତି । ଏହି ଡିପଫେକ ସୃଷ୍ଟି କରିଥିବା ଏବଂ ଅପଲୋଡ୍ କରିଥିବା ବ୍ୟକ୍ତି ସହ ଉପରେ ପ୍ଲାଟଫର୍ମରେ ଜରିମାନା ମଧ୍ୟ ଲାଗୁ କରାଯିବ ବୋଲି କହିଛନ୍ତି ।

Last Updated : Nov 29, 2023, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.