ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ପରିବାରରେ ଚାଲିଛି ଖୁସିର ମାହୋଲ । ଗୋଟିଏ ପଟେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପିତାମାତା ହେବାକୁ ଯାଉଥିବାବେଲେ ଗତକାଲି ଶାଶୁ ନୀତୁ କପୁରଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ଆଲିଆ ଭଟ୍ଟ ଶାଶୁଙ୍କୁ ତାଙ୍କ ଜନ୍ମଦିନରେ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ।
ଶାଶୁଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଆଲିଆ ଭଟ୍ଟ ଏକ ସ୍ମରଣୀୟ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋ ଆଲିଆଙ୍କ ହଳଦି ସମାରୋହର, ଯେଉଁଥିରେ ନୀତୁ କପୁର ବୋହୂ ଆଲିଆଙ୍କ କପାଳକୁ ଚୁମ୍ବନ ଦେଇ ତାଙ୍କୁ ଆଶୀର୍ବାଦ ଦେଉଥିବାର ନଜର ଆସିଛି । ଏହି ଫଟୋ ଶେୟାର କରି ଆଲିଆ ଲେଖିଛନ୍ତି, “ବହୁତ ସୁନ୍ଦର ଆତ୍ମା...ମୋ ଶାଶୁ ମାଆ, ବନ୍ଧୁ ଏବଂ ଶୀଘ୍ର ହେବାକୁ ଯାଉଥିବା ନାନୀଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା .. ମୋ ତରଫରୁ ଢେର ସାରା ଭଲପାଇବା ।''
- " class="align-text-top noRightClick twitterSection" data="
">
ଉଲ୍ଲେଖନୀୟ ଯେ, ଆଲିଆ ଭଟ୍ଟ ଚଳିତ ବର୍ଷ ଏପ୍ରିଲ 14ରେ ପ୍ରେମିକ ତଥା ଅଭିନେତା ରଣବୀର କପୁରଙ୍କ ସହ ବିବାହ କରିଥିଲେ । ବିବାହର ଅଢେଇ ମାସ ପରେ, ଏହି ଦମ୍ପତି ସେମାନଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଖବର ଦେଇଥିଲେ ଯେ ସେମାନେ ପିତାମାତା ହେବାକୁ ଯାଉଛନ୍ତି । ଏଠାରେ ଆଲିଆ ଏବଂ ରଣବୀର ମଧ୍ୟ ସେମାନଙ୍କର ପ୍ରଥମ ସନ୍ତାନର ଆଗମନକୁ ନେଇ ବହୁତ ଖୁସି ଅଛନ୍ତି ।
- " class="align-text-top noRightClick twitterSection" data="
">
ଆଲିଆ ଭଟ୍ଟ ଏବଂ ରଣବୀର କପୁର ପ୍ରଥମ ଥର ପାଇଁ ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରରେ ଏକାଠି ନଜର ଆସିବେ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ 9 ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି । କିନ୍ତୁ ଏହାପୂର୍ବରୁ ରଣବୀର କପୁରଙ୍କ ଫିଲ୍ମ ଶମଶେରା ଜୁଲାଇ 22ରେ ରିଲିଜ ହେବ, ଯେଉଁଥିପାଇଁ ସେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ