ETV Bharat / entertainment

ଡିପଫେକ ଭିଡିଓ ନେଇ ଆଲିଆଙ୍କ ବଡ ପଦକ୍ଷେପ; ମହିଳାଙ୍କୁ ଦେଲେ ଏମିତି ପରାମର୍ଶ

Alia Bhatt Deepfake Video: ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ଡିପଫେକର ଶିକାର ହୋଇଛନ୍ତି । ବର୍ତ୍ତମାନ ଆଲିଆ ଭଟ୍ଟ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଏବଂ ମହିଳାମାନଙ୍କୁ ସଚେତନ ସହ ଏହାର କିପରି ମୁକାବିଲା କରିବେ ତାହା କହିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 28, 2023, 12:48 PM IST

ଡିପଫେକ ଭିଡିଓ ନେଇ ବଡ ପଦକ୍ଷେପ ନେଲେ ଆଲିଆ, ମହିଳାଙ୍କୁ ଏପରି ମୁକାବିଲା କରିବାକୁ ଦେଲେ ପରାମର୍ଶ

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁନ୍ଦରୀ ରଶ୍ମିକା ମନ୍ଦାନା, ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ, କାଜୋଲ ପରେ ଏବେ ଆଲିଆ ଭଟ୍ଟ ଡିପଫେକର ଶିକାର ହୋଇଛନ୍ତି । ବର୍ତ୍ତମାନ ଆଲିଆ ଭଟ୍ଟ ଏହି ପ୍ରସଙ୍ଗ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ମହିଳାମାନଙ୍କୁ ଏଭଳି ଘଟଣା ସହ କିପରି ଲଢିବେ ସେ ବିଷୟରେ ଅବଗତ କରାଇଛନ୍ତି ।

  • A much needed initiative by @NCWIndia – 'Her Legal Guide' It's every woman’s go-to for legal wisdom on Indian constitutional law, reproductive rights, CRPC, sexual offenses, and cyber crimes. Join the movement for a safer, and an informed society today!

    Download now and empower… pic.twitter.com/8WaYvFZZzt

    — Alia Bhatt (@aliaa08) November 27, 2023 " class="align-text-top noRightClick twitterSection" data=" ">

ଆଲିଆ ଭଟ୍ଟ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି, “NCW- Her Legal Guide” ଏକ ଆପ୍ । ଯାହା ଭାରତର ମହିଳାମାନଙ୍କ ସମ୍ବନ୍ଧୀୟ ବିଭିନ୍ନ ଅଧିକାର ଏବଂ ନିୟମ ଉପରେ ଧ୍ୟାନ ଦେଇଥାଏ । ଏହା ମହିଳାଙ୍କ ପାଇଁ ଏକ ଆବଶ୍ୟକୀୟ ପଦକ୍ଷେପ । ଯାହା ପ୍ରତ୍ୟେକ ମହିଳା ବ୍ୟବହାର କରିବା ଉଚିତ୍ । ଏହି ମୋବାଇଲ ଆପ୍ କଠିନ ପରିସ୍ଥିତିରେ ମହିଳାମାନଙ୍କର ଏକ ନୂତନ ବନ୍ଧୁ ଭାବରେ କାର୍ଯ୍ୟ କରିଥାଏ ଏବଂ ଏହା ସାମ୍ବିଧାନିକ ଆଇନ, ପ୍ରଜନନ ଅଧିକାର, CrPC, ଯୌନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥାଏ । ଅପରାଧ ଏବଂ ଏହା ପ୍ରତ୍ୟେକ ମହିଳାଙ୍କ ପାଇଁ ସାଇବର ଅପରାଧ ବିଷୟରେ ସୂଚନା ପାଇଁ ଉପଯୋଗୀ ଅଟେ । ଆଜି ଏକ ନିରାପଦ ତଥା ସଚେତନ ସମାଜ ପାଇଁ ଯୋଗ ଦିଅନ୍ତୁ, ଏହି ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ସଶକ୍ତ ହୁଅନ୍ତୁ ।

ଏହି ପୋଷ୍ଟ ସେୟାର ହେବା ମାତ୍ରେ ପ୍ରଶଂସକମାନେ ଆଲିଆ ଭଟ୍ଟଙ୍କ ପୋଷ୍ଟକୁ ପ୍ରଶଂସା କରୁଛନ୍ତି । ତାଙ୍କ ଉଦ୍ୟମକୁ ବେଶ୍ ପ୍ରଶଂସା କରାଯାଉଛି । ଜଣେ ୟୁଜର୍ସ ଲେଖିଛନ୍ତି, ସୋସିଆଲ ମିଡିଆରେ ମହିଳାମାନେ ସମାଜରେ ଅସୁରକ୍ଷିତ ହୋଇପଡିଛନ୍ତି ଏବଂ ସେମାନଙ୍କର ଗୋପନୀୟତା ଏବଂ ଅଧିକାର ପାଇଁ ଏହି ପଦକ୍ଷେପ ପ୍ରଶଂସନୀୟ । ଏଥିସହ ଅନେକ ଉପଭୋକ୍ତା ମହିଳା ସୁରକ୍ଷା ଉପରେ ଆଲିଆ ଭଟ୍ଟଙ୍କ ଏହି ପୋଷ୍ଟକୁ ଯଥାସମ୍ଭବ ସେୟାର କରିବାକୁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଡିପଫେକକୁ 'ଭୟାନକ' କହିଲେ ରଶ୍ମିକା, ମହିଳାଙ୍କୁ କଲେ ଏମିତି ଅପିଲ୍

ସୂଚନା ଥାଉ କି, ସୋସିଆଲ ମିଡିଆରେ ଆଲିଆଙ୍କ ଡିପଫେକ ଭାଇରାଲ ଭିଡିଓରେ ଆଲିଆ ଭଟ୍ଟ ବ୍ଲୁ ରଙ୍ଗର ଫ୍ଲାଭାର କୋ-ଅର୍ଡ ସେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ସେ ଅସହଜ ସ୍ଥିତିରେ ବସିଥିବାର ନଜର ଆସିଛନ୍ତି । ବାସ୍ତବରେ ଏହା ଆଲିଆ ଭଟ୍ଟ ନୁହଁନ୍ତି । ଅନ୍ୟ ଏକ ଯୁବତୀଙ୍କ ଚେହେରା ପରିବର୍ତ୍ତେ ଆଲିଆ ଭଟ୍ଟଙ୍କ ଚେହେରା ଏଡିଟ କରାଯାଇ ଭାଇରାଲ କରାଯାଇଥିଲା । ଆଲିଆ ଭଟ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ । ଅଳ୍ପ ସମୟ ଏବଂ ଅଳ୍ପ ବୟସରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏଥିସହ ତାଙ୍କର ସୋସିଆଲ ମିଡିଆରେ ଅନେକ ଫୋଲର୍ସ ରହିଛନ୍ତି । ଅଭିନେତ୍ରୀଙ୍କ ଏପରି ଭିଡିଓ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.