ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ଥମୁନି ଚର୍ଚ୍ଚା । ଦୁହିଁଙ୍କର ବିବାହ ତାରିଖକୁ ନେଇ ବାରମ୍ବାର ପରିବର୍ତ୍ତନ କରାଯାଉଥିବାବେଳେ ଏବେ ଆଲିଆଙ୍କ ବାପା ତଥା ପ୍ରଯୋଜକ-ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଭାଇ ରବିନ ଭଟ୍ଟ ପ୍ରକୃତ ତାରିଖ ଖୁଲାସା କରିଛନ୍ତି। ରବିନ ଭଟ୍ଟ କହିଛନ୍ତି ଯେ, ଏପ୍ରିଲ 17 କି 15 ନୁହେଁ ବରଂ ଦୁହେଁ ୧୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଏବଂ ୧୩ରେ ମେହେନ୍ଦୀ ସେରିମନି ହେବ ।
ମିଡିଆ ରିପୋର୍ଟ ଅନୁଯାୟୀ, ଦୁହିଁଙ୍କ ପରିବାର ବିବାହ ପାଇଁ ଉପଯୁକ୍ତ ସ୍ଥାନ ବାଛୁଥିବା ବେଳେ ଏବେ ରଣବୀରଙ୍କ ବାନ୍ଦ୍ରାସ୍ଥିତ ଘର ‘ବାସ୍ତୁ’ରେ ବିବାହ କରିବା ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି । ସବୁ କାର୍ଯ୍ୟକ୍ରମ ‘ବାସ୍ତୁ’ ଅନୁଯାୟୀ ହେବ । ବିବାହ କାର୍ଯ୍ୟକ୍ରମ ଚାରି ଦିନ ପର୍ଯ୍ୟନ୍ତ ଚାଲିବ । ବିବାହ ପରେ ଆର.କେ ଷ୍ଟୁଡିଓରେ ସମ୍ପର୍କୀୟଙ୍କ ସହ ପାର୍ଟିର ଆୟୋଜନ କରାଯିବ ।
ଏହା ବି ପଢନ୍ତୁ: Alia-Ranbir Marriage: ଖୁବ୍ ଶୀଘ୍ର ପଡିବ ହାତଗଣ୍ଠି, ପଢନ୍ତୁ କେବେ ହଳଦୀ-କେବେ ମେହେନ୍ଦୀ
କହିରଖୁଛୁ ଯେ, ଏହାପୂର୍ବରୁ କୁହାଯାଇଥିଲା ଯେ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଏପ୍ରିଲ 17ରେ ବିବାହ କରିବେ। ତା’ପରେ କୁହାଯାଉଥିଲା ଯେ ଆଲିଆ-ରଣବୀରଙ୍କ ବିବାହ 15 ତାରିଖ ଦିନ ହେବ, କିନ୍ତୁ ବର୍ତ୍ତମାନ ଆଲିଆଙ୍କ ଦାଦା ସବୁକିଛି ଖୁଲାସା କରିଛନ୍ତି।
ଏହା ବି ପଢନ୍ତୁ: ବିବାହକୁ ନେଇ ରଣବୀରଙ୍କ ଅଜବ ପ୍ରତିକ୍ରିୟା, ତାରିଖ କାହିଁକି କହିବି
ରବିନ ଭଟ୍ଟ ଆହୁରି ରହିଛନ୍ତି ଯେ, ଏହି ବିବାହ ଭୋଜିରେ ବଲିଉଡ ଅଭିନେତା ଅଭିନେତା ରଣବୀର ସିଂ, ଅଭିନେତ୍ରୀ ଦୀପିକା ପାଦୁକୋନ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ, ଆଦିତ୍ୟ ଚୋପ୍ରା, ଅଭିନେତା ଶାହରୁଖ ଖାନ, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ, ଅଭିନେତା ଆଦିତ୍ୟ ରୟ କପୁର, ଅଭିନେତା ଅର୍ଜୁନ କପୁର, ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ ଅନୁଷ୍କା ରଞ୍ଜନ, ରୋହିତ ଧୱନ, ଅଭିନେତା ବରୁଣ ଧୱନ, ଜୋୟା ଅଖତାରଙ୍କ ଭଳି ବଲିଉଡ ସେଲିବ୍ରିଟିଙ୍କୁ ଫୋନ ମାଧ୍ୟମରେ ନିମନ୍ତ୍ରଣ କରାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ