ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ପ୍ରଥମେ ମେଟ ଗାଲାରେ ଡେବ୍ୟୁ ପରେ ଗୁଚିର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସାଡର ନେଇ ଶିରୋନାମାରେ ରହିଛନ୍ତି ଆଲିଆ । ଏହାରି ମଧ୍ୟରେ ବର୍ତ୍ତମାନ ସେ ଗୁଚି କ୍ରୁଜ୍ ଶୋ' 2024ରେ ସାମିଲ ହୋଇଛନ୍ତି । ସାଉଥ କୋରିଆର ସିଓଲରେ ଆୟୋଜିତ ଶୋ'ରେ ଗ୍ଲୋବାଲ୍ ବ୍ରାଣ୍ଡ ଆମ୍ବାସାଡର ଭାବେ ଯୋଗ ଦେଇଛନ୍ତି ଆଲିଆ । ଏହି ସମୟରେ ସେ ସାଉଥ କୋରିଆର କଣ୍ଠଶିଳ୍ପୀ ଆଇୟୁଙ୍କ ସହ ନଜର ଆସିଛନ୍ତି । ଦୁହେଁ ଏକାଠି କ୍ୟାମେରା ପାଇଁ ପୋଜ୍ ଦେଇଛନ୍ତି । କଣ୍ଠଶିଳ୍ପୀ IU ସହିତ ଆଲିଆଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
-
IU AND ALIA BHATT EVERYONE pic.twitter.com/0JdFK5YrAl
— reems ♡s salma🥢 (@myglIly) May 16, 2023 " class="align-text-top noRightClick twitterSection" data="
">IU AND ALIA BHATT EVERYONE pic.twitter.com/0JdFK5YrAl
— reems ♡s salma🥢 (@myglIly) May 16, 2023IU AND ALIA BHATT EVERYONE pic.twitter.com/0JdFK5YrAl
— reems ♡s salma🥢 (@myglIly) May 16, 2023
ଫଟୋଗୁଡ଼ିକରେ ଆଲିଆ ଭଟ୍ଟ ଆଇୟୁ, ବ୍ଲେକ୍ ଲି, ଡକୋଟା ଜନସନ ଏବଂ ଗୁଚି ସିଇଓ ମାର୍କୋ ବିଜାରିଙ୍କ ସହ କ୍ୟାମେରା ପାଇଁ ପୋଜ୍ କରୁଥିବା ନଜର ଆସିଛନ୍ତି। ବଲିଉଡର 'ଗଙ୍ଗୁବାଇ' ଏହି କାର୍ଯ୍ୟକ୍ରମ ପାଇଁ ପୋଲକା ଡଟ୍ କଟ୍ଆଉଟ୍ ସହ ଏକ ମିନି ବ୍ଲାକ୍ ଆଉଟଫିଟ ପିନ୍ଧିଛନ୍ତି । ଏଥିସହ ସେ ବ୍ଲାକ୍ ହିଲ୍ ଏବଂ ଗୁଚି ଜୈକି 1961 ଟ୍ରାନ୍ସପେରେଣ୍ଟ ବ୍ୟାଗରେ ଖୁବ ସୁନ୍ଦର ଲାଗୁଛନ୍ତି । ସେପଟେ ଆଇୟୁ ଏକ ହ୍ବାଇଟ୍ ଆଉଟଫିଟ ସହ ହ୍ବାଇଟ ହିଲ୍ ଏବଂ ହଳଦିଆ ହ୍ୟାଣ୍ଡବ୍ୟାଗ୍ରେ ନଜର ଆସିଛନ୍ତି । ସେହିପରି ଥାଇ ସୁପରଷ୍ଟାର ଡାଭିକାହ ହୋର୍ନି ମଧ୍ୟ ଏହି ଶୋ'ର ଅନେକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଆଲିଆ ଏବଂ ଡାଭିକା ଗୁଚି ଇଭେଣ୍ଟରୁ ବିଭିନ୍ନ ଶୈଳୀରେ ପୋଜ୍ ଦେଇଥିବାର ନଜର ଆସିଛନ୍ତି ।
-
Alia Bhatt with Dakota Johnson, IU, Blake Lee & Marco Bizzarri at the Gucci event in Seoul.#GucciCruise24 pic.twitter.com/bbE4ci2gMw
— Alia Emerald FC (@aliaa08_Emerald) May 17, 2023 " class="align-text-top noRightClick twitterSection" data="
">Alia Bhatt with Dakota Johnson, IU, Blake Lee & Marco Bizzarri at the Gucci event in Seoul.#GucciCruise24 pic.twitter.com/bbE4ci2gMw
— Alia Emerald FC (@aliaa08_Emerald) May 17, 2023Alia Bhatt with Dakota Johnson, IU, Blake Lee & Marco Bizzarri at the Gucci event in Seoul.#GucciCruise24 pic.twitter.com/bbE4ci2gMw
— Alia Emerald FC (@aliaa08_Emerald) May 17, 2023
ସୂଚନା ଥାଉ କି, ଗତ ସପ୍ତାହରେ 'ଗୁଚି'ର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଆଲିଆଙ୍କ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଥିଲେ । ସେ ଲେଖିଥିଲେ, ଅନ୍ତଃର୍ଜାତୀୟ ଫ୍ୟାଶନ ବ୍ରାଣ୍ଡ 'ଗୁଚି'ର ନୂଆ ବ୍ରାଣ୍ଡ ଆମ୍ବାସଡର ପାଇଁ ପ୍ରଥମ ଭାରତୀୟ ଭାବେ ଆଲିଆ ଭଟ୍ଟଙ୍କୁ ମନୋନୀତ କରାଯାଇଛି । ଏଥିପାଇଁ ଅଭିନେତ୍ରୀ, ନିର୍ମାତା ଏବଂ ଉଦ୍ୟୋଗୀ ଗୁଚି ବାମ୍ବୋ 1947 ବ୍ୟାଗ ସହ ଆଲିଆଙ୍କ ଫଟୋ ସେୟାର କରିଥିଲେ।
ଆଲିଆଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଲିଆ ଚଳିତବର୍ଷ ହଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଆଲିଆଙ୍କୁ ଗୈଲ ଗୈଡୋଟ୍ ଏବଂ ଜାମି ଡର୍ନାନଙ୍କ ଫିଲ୍ମ 'ହାର୍ଟ ଅଫ୍ ଷ୍ଟୋନ୍'ରେ ଦେଖିବାକୁ ମିଳିବ । ନିକଟରେ ଏହି ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି ଆଲିଆ । ଯାହା ଅଗଷ୍ଟ 2023ରେ ନେଟ୍ଫ୍ଲିକ୍ସରେ ରିଲିଜ କରିବ । ସେପଟେ ବଲିଉଡରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରକି ଅର ରାନୀ କି ପ୍ରେମ କାହାନୀ'ରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ମଧ୍ୟ ସୁଟିଂ ସେ ଶେଷ କରିଛନ୍ତି । ଫିଲ୍ମରେ ସେ ପୁଣି ରଣଭୀର ସିଂଙ୍କ ବିପକ୍ଷରେ ନଜର ଆସିବେ । ଏହି ଫିଲ୍ମରେ ଧର୍ମେନ୍ଦ୍ର, ଶବାନା ଆଜମୀ ଏବଂ ଜୟା ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ଜୁଲାଇ 28ରେ ସିନେମାହଲରେ ରିଲିଜ କରିବ । ଏହା ବ୍ୟତୀତ କ୍ୟାଟ୍ରିନା କୈଫ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ସେ 'ଜି' ଲେ ଜରା' ରେ ମଧ୍ୟ ନଜର ଆସିବେ ଆଲିଆ ।