ETV Bharat / entertainment

Ranbir-Alia wedding: ଆଲୋକରେ ଝଲସିଲା ବିଲ୍ଡିଂ, ଆରମ୍ଭ ହେଲା ବିବାହ ଉତ୍ସବ

author img

By

Published : Apr 13, 2022, 10:51 AM IST

ଲଭ ବାର୍ଡ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହର ପ୍ରି-ଓ୍ବେଡିଂ ଆଜି ଠାରୁ ଆରମ୍ଭ ହେବ । ବିବାହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରଣବୀର କପୁରଙ୍କ ଘର ସମ୍ପୂର୍ଣ୍ଣ ଆଲୋକରେ ସଜାଯାଇଛି । ଅଧିକ ପଢନ୍ତୁ

ଆଲୋକରେ ଝଲସିଲା ବିଲ୍ଡିଂ, ଆରମ୍ଭ ହେଲା ଲଭ ବାର୍ଡଙ୍କ ପ୍ରି-ଓ୍ବେଡିଂ ଫଙ୍କସନ୍‌

ହାଇଦ୍ରାବାଦ: ଶେଷରେ ସେହି ମୁହୂର୍ତ୍ତ ଆସି ପହଞ୍ଚିଯାଇଛି, ରଣବୀର କପୁର ଏବଂ ଆଲିଆ ଭଟ୍ଟ ସାତ ଜନ୍ମର ସାଥୀ ହେବାକୁ ଯାଉଛନ୍ତି । ଏଥିପାଇଁ ବିବାହ ରୀତିନୀତି ମଧ୍ୟ ଆରମ୍ଭ ହେବାକୁ ଯାଉଛି । ହଁ, ଲଭ ବାର୍ଡ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହର ପ୍ରି-ଓ୍ବେଡିଂ ଆଜିଠାରୁ ଆରମ୍ଭ ହେବ । ଏପ୍ରିଲ 13ରେ, ଦମ୍ପତିଙ୍କ ମେହେନ୍ଦି ସମାରୋହ ଅନୁଷ୍ଠିତ ହେବ । ବିବାହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରଣବୀର କପୁରଙ୍କ ଘର ସମ୍ପୂର୍ଣ୍ଣ ଆଲୋକରେ ସଜାଯାଇଛି । ଆଲିଆ ଭଟ୍ଟଙ୍କ ଆପାର୍ଟମେଣ୍ଟ ମଧ୍ୟ ସେହି ସମାନ ବିଲ୍ଡିଂରେ ଅଛି, ଯାହାକୁ ଫୁଲ ଏବଂ ଆଲୋକରେ ସଜାଯାଇଛି ।

ଯଦି ରିପୋର୍ଟ ଗୁଡିକ ବିଶ୍ବାସ କରାଯାଏ, ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମଗୁଡ଼ିକ ସକାଳୁ ଆରମ୍ଭ ହୋଇପାରେ । ଏଭଳି ପରିସ୍ଥିତିରେ ସମସ୍ତେ କେବଳ ବଲିଉଡର ସବୁଠାରୁ ଚର୍ଚ୍ଚିତ ଦମ୍ପତି ରଣବୀର ଏବଂ ଆଲିଆଙ୍କ ବିବାହ କାର୍ଯ୍ୟର ଫଟୋକୁ ଅପେକ୍ଷା କରିଛନ୍ତି ।

ସୂଚନାନୁସାରେ, ରଣବୀର କପୁର 'ବାସ୍ତୁ'ରେ ତାଙ୍କ ଲେଡି ଲଭ ଆଲିଆ ଭଟ୍ଟଙ୍କ ସହ ସାତ ଫେରା ନେବେ । ଏହି ବିଲ୍ଡିଂରେ ଉଭୟ ଆଲିଆ ଏବଂ ରଣବୀରଙ୍କର ଘର ଅଛି । ଓ୍ବେଡିଂ ଡେ ପୂର୍ବରୁ 12 ଏପ୍ରିଲରେ 'ବାସ୍ତୁ'କୁ ଆଲୋକରେ ଆଲୋକିତ କରାଯାଇଛି । ବାସ୍ତୁର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଆପଣ ରଣବୀରଙ୍କ ଘରକୁ ଆଲୋକରେ ସଜାଯାଇଥିବା ଦେଖିପାରିବେ ।

ରଣବୀରଙ୍କ ଭଉଣୀ ରିଦ୍ଧିମା ମୁମ୍ବାଇରେ ପହଞ୍ଚିଛନ୍ତି

ଭାଇର ବର ବେଶରେ ସଜାଇବା ପ୍ରତ୍ୟେକ ଭଉଣୀର ସ୍ୱପ୍ନ ଥାଏ । ଭାଇଙ୍କ ବିବାହକୁ ନେଇ ରିଦ୍ଧିମା କପୁର ମଧ୍ୟ ଅଧିକ ଉତ୍ସାହିତ ଅଛନ୍ତି । ରିଦ୍ଧିମା ତାଙ୍କ ଭାଇଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ 12 ଏପ୍ରିଲରେ ସ୍ୱାମୀ ଏବଂ ଝିଅଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି । ଯେତେବେଳେ ତାଙ୍କୁ ବିମାନବନ୍ଦରରେ ରଣବୀରଙ୍କ ବିବାହ ବିଷୟରେ ପଚରାଗଲା, ସେ କହିଥିଲେ- ହଁ, ଶୀଘ୍ର ଦେଖା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.