ETV Bharat / entertainment

ନିଆରା ଅନ୍ଦାଜରେ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ଅକ୍ଷୟ, ହରିଦ୍ବାରରେ ପରିବାର ସହ ସେଲିବ୍ରେଟ କଲେ ସୋନାଲି

author img

By ETV Bharat Odisha Team

Published : Jan 1, 2024, 1:58 PM IST

Celebs wish fans New Year: ସବୁଠି ନୂଆ ବର୍ଷର ଧୁମ । ବିଭିନ୍ନ ସେଲିବ୍ରିଟି ନିଜ ନିଜ ଅନ୍ଦାଜରେ ଫ୍ୟାନ୍ସଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଉଛନ୍ତି । ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଖାସ୍ ଅନ୍ଦାଜରେ ଫ୍ୟାନ୍ସଙ୍କୁ ନ୍ୟୁୟର ୱିସ୍ କରିଛନ୍ତି । ସେପଟେ ପରିବାର ସହ ସେଲିବ୍ରେଟ କରିଛନ୍ତି ସୋନାଲି ବେନ୍ଦ୍ରେ । ଅଧିକ ପଢନ୍ତୁ,

ନିଆରା ଅନ୍ଦାଜରେ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ଅକ୍ଷୟ, ହରିଦ୍ବାରରେ ପରିବାର ସହ ସେଲିବ୍ରେଟ କଲେ ସୋନାଲି
ନିଆରା ଅନ୍ଦାଜରେ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ଅକ୍ଷୟ, ହରିଦ୍ବାରରେ ପରିବାର ସହ ସେଲିବ୍ରେଟ କଲେ ସୋନାଲି

ହାଇଦ୍ରାବାଦ: ନୂଆ ବର୍ଷକୁ ସମସ୍ତେ ଧୁମଧାମରେ ସ୍ବାଗତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବି-ଟାଇନ ତାରକା ମାନେ ମଧ୍ୟ ଧୁମଧାମରେ ନୂଆ ବର୍ଷ ସେଲିବ୍ରେଟ କରିଛନ୍ତି ଏବଂ ଫ୍ୟାନ୍ସଙ୍କୁ ନିଆରା ଢଙ୍ଗରେ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ଖିଲାଡି କୁମାର ନିଜ ଆଗାମୀ ଫିଲ୍ମର ନୂଆ ଲୁକ ସେୟାର କରିଛନ୍ତି । ଅଭିନେତା ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ର ଲୁକ ସେୟାର କରି ଫ୍ୟାନ୍ସଙ୍କୁ ନବବର୍ଷର ଶୁଭକାମନା ଜଣାଇଛନ୍ତି । ଏହି ସମୟରେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନୂତନ ବର୍ଷକୁ ପରିବାର ସହ ହରିଦ୍ବାରରେ ସେଲିବ୍ରେଟ କରୁଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ଅକ୍ଷୟ କୁମାର 'ବଡେ ମିୟାଁ ଛୋଟେ ମିୟାଁ' ର ପ୍ରଥମ ଲୁକ ସେୟାର କରିଛନ୍ତି। ଫଟୋରେ ଅକ୍ଷୟ ଏବଂ ଟାଇଗରଙ୍କୁ ଜେଟ୍ ସ୍କିରେ ଦେଖିବାକୁ ମିଳିଛି । ଅକ୍ଷୟ ଏକ ଗ୍ରୀନ ଟି-ସାର୍ଟ ସହ କାମୁଫ୍ଲେଜ୍ ପ୍ରିଣ୍ଟ୍ ଜଗର୍ ପିନ୍ଧିଥିବାର ଦେଖିବାକୁ ମିଳିଥିବା ବେଳେ ଟାଇଗର ତାଙ୍କ ଫଛରେ ଠିଆ ହୋଇଥିବା ନଜର ଆସିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି, 'ବଡେ ମିୟାଁ ଛୋଟେ ମିୟାଁ' ତରଫରୁ ଆପଣଙ୍କୁ ନୂଆ ବର୍ଷର ଶୁଭକାମନା । ଇଦ ୨୦୨୪ ଭୁଲିବେ ନାହିଁ ।

ସୂଚନା ଥାଉ କି, 'ବଡେ ମିୟାଁ ଛୋଟେ ମିୟାଁ' ଏପ୍ରିଲ ୧୦ ଇଦ ଅବସରରେ ରିଲିଜ ହେବ । ଏହି ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ଅଭିନେତା ଟାଇଗର ଶ୍ରଫ ଏବଂ ମାଲାୟାଲମ୍ ତାରକା ପୃଥ୍ବୀରାଜ ସୁକୁମାରନଙ୍କୁ ଦେଖିବାକୁ ମିଳିବ । ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଫିଲ୍ମ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା, ମାନୁଷୀ ଚିଲର୍ ଏବଂ ଆଲାୟା ଏଫ୍ ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ହିନ୍ଦୀ, ତେଲୁଗୁ ଓ ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ: ୨୦୨୩କୁ ଏମିତି ବିଦାୟ ଦେଲେ ବଲିଉଡରୁ ଓଲିଉଡ ସେଲିବ୍ରିଟି, ୨୦୨୪କୁ କଲେ ସ୍ବାଗତ

ଅନ୍ୟପକ୍ଷରେ, ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କ ସ୍ୱାମୀ ଗୋଲ୍ଡି ବେହେଲ ଏବଂ ପୁଅ ରଣଭୀରଙ୍କ ସହ ହରିଦ୍ବାରରେ ନୂଆ ବର୍ଷ ପାଳନ କରିଛନ୍ତି । ହରିଦ୍ବାରରୁ ଅଭିନେତ୍ରୀ ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପରିବାର ସହ କେବୁଲ କାର୍ ଏବଂ ରିକ୍ସା ରାଇଡକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ସେ ଲେଖିଛନ୍ତି, ଇ-ରିକ୍ସା, କେବୁଲ କାର୍ ଚଢିବା, ଗଙ୍ଗା ଆରତୀ ସହ ହରିଦ୍ବରାରେ ଦିନଟି ବହୁତ ସାନଦାର ରହିଛି । ସୂଚନା ଥାଉ କି, ସୋନାଲି ପ୍ରଥମେ ଫିଲ୍ମ ନିର୍ମାତା ଗୋଲଡିଙ୍କୁ ତାଙ୍କ ଚଳଚ୍ଚିତ୍ର ନାରାଜ ସେଟରେ ଭେଟିଥିଲେ । ନଭେମ୍ବର ୨୦୦୨ରେ ଉଭୟ ମୁମ୍ବାଇରେ ବିବାହ ବନ୍ଦନରେ ବାନ୍ଧି ହୋଇଥିଲେ । ୱାର୍କ ପ୍ରଣ୍ଟ କଥା କହିବାକୁ ଗଲେ, ସୋନାଲିଙ୍କୁ ଶେଷ ଥର ପାଇଁ 'ଦି ବ୍ରୋକନ୍ ନ୍ୟୁଜ୍ ସିରିଜ୍ ରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.