ETV Bharat / entertainment

Raksha Bandhans First Song: ଦର୍ଶକଙ୍କ ହୃଦୟକୁ ଛୁଇଁଲା ତେରେ ସାଥ୍‌ ହୁଁ ମେଁ

author img

By

Published : Jun 30, 2022, 2:06 PM IST

ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ରକ୍ଷା ବନ୍ଧନର ପ୍ରଥମ ଗୀତ ତେରେ ସାଥ ହୁଁ ମେଁ ରିଲିଜ୍ ହୋଇଛି। ଦର୍ଶକଙ୍କୁ ଏହି ଗୀତ ଖୁବ୍‌ ପସନ୍ଦ ଆସିଛି । ଅଧିକ ପଢନ୍ତୁ

ଦର୍ଶକଙ୍କ ହୃଦୟକୁ ଛୁଇଁଲା ତେରେ ସାଥ୍‌ ହୁଁ ମେଁ

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ରକ୍ଷା ବନ୍ଧନ'ର ପ୍ରଥମ ଗୀତ 'ତେରେ ସାଥ ହୁଁ ମେଁ' (Tere Saath Hoon Main) ରିଲିଜ୍ ହୋଇଛି । ଦର୍ଶକଙ୍କୁ ଏହି ଗୀତ ଖୁବ୍‌ ପସନ୍ଦ ଆସିଛି । ଏହା ଏକ ଭାବପ୍ରବଣ ଗୀତ, ଯାହା ଭାଇ ଏବଂ ଭଉଣୀର ସମ୍ପର୍କକୁ ଦର୍ଶାଏ । ଗୀତର ଭିଡିଓ ଦେଖିବା ପରେ ଯେକେହି ଭାବପ୍ରବଣ ହୋଇଯିବ । ଏହି ଗୀତରେ ନିହାଲ ଟୌରୋ ନିଜର ସ୍ୱର ଦେଇଛନ୍ତି ।

ଏହି ଗୀତ ବିଷୟରେ ନିର୍ଦ୍ଦେଶକ-ନିର୍ମାତା ଆନନ୍ଦ ଏଲ୍ ରାୟ କହିଛନ୍ତି, ମୁଁ ସବୁବେଳେ ବିଶ୍ବାସ କରେ କି, ଏହାକୁ ଚଳଚ୍ଚିତ୍ରର ସ୍ୱରରେ ଯୋଡି ହେବା ଉଚିତ ଏବଂ ସବୁବେଳେ ଭାବନାକୁ ସଠିକ୍ ଉପାୟରେ କାବୁ କରିବା ପାଇଁ ଏକ ଉତ୍କୃଷ୍ଟ କାର୍ଯ୍ୟ କରିଛନ୍ତି !' ଏହି ଫିଲ୍ମ ଅଗଷ୍ଟ 11ରେ ସିନେମା ଘରେ ମୁକ୍ତିଲାଭ କରିବ ।

ରକ୍ଷା ବନ୍ଧନ ଅବସରରେ ମୁକ୍ତିଲାଭ କରିବାକୁ ଥିବା ଏହି ଚଳଚ୍ଚିତ୍ରଟି ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଥିବା ସୁନ୍ଦର ସମ୍ପର୍କର କାହାଣୀ ଉପରେ ଆଧାରିତ । ଯେଉଁଥିରେ ଜଣେ ଭାଇ ତାଙ୍କ ଚାରି ଭଉଣୀଙ୍କ ଭଲ ଭବିଷ୍ୟତ ପାଇଁ ଚିନ୍ତା କରିଛନ୍ତି, ଯିଏ ଚାହାଁନ୍ତି ଯେ ସେ ତାଙ୍କ ଭଉଣୀମାନଙ୍କୁ ଏକ ଭଲ ଘରେ ବିବାହ କରିବେ । ଭାଇ-ଭଉଣୀ ସମ୍ପର୍କର ଦୃଢ ବନ୍ଧନ ଫିଲ୍ମର ଗୀତରେ ମଧ୍ୟ ଦେଖିବାକୁ ମିଳିଛି, ଗୀତର ଲିରିକ୍ସ ମଧ୍ୟ ହୃଦୟସ୍ପର୍ଶୀ ହୋଇଛି ।

ଅକ୍ଷୟ କୁମାରଙ୍କ ସହ ଭୂମି ପେଡନେକରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ନୀରଜ ସୁଦ, ସୀମା ପହୱା, ସାଦିଆ ଖତିବ, ଅଭିଲାଷ ଥପଲିୟାଲ, ଦୀପିକା ଖାନ୍ନା, ସ୍ମୃତି ଶ୍ରୀକାନ୍ତ ଏବଂ ସହଜମିନ କୌର ଅଭିନୟ କରିଛନ୍ତି। ହିମାଂଶୁ ଶର୍ମା ଏବଂ କାନିକା ଢିଲୋ ଦ୍ୱାରା ଲିଖିତ ଏହି ଚଳଚ୍ଚିତ୍ରଟି ଆନନ୍ଦ ଏଲ ରାୟ, ଅଲ୍କା ହିରାନନ୍ଦାନୀ ଏବଂ ଜି ଷ୍ଟୁଡିଓ ଦ୍ୱାରା ପ୍ରଯୋଜିତ । ଜି ଷ୍ଟୁଡିଓ ଏବଂ କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.