ହାଇଦ୍ରାବାଦ: ଅକ୍ଷୟ କୁମାରଙ୍କ ଫିଲ୍ମ 'ମିଶନ ରାନିଗଞ୍ଜ' 6 ଅକ୍ଟୋବରରେ ରିଲିଜ ହୋଇଛି । ପ୍ରକୃତ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ସମାଲୋଚକମାନଙ୍କ ଠାରୁ ବହୁ ପ୍ରଶଂସା ପାଉଛି । କିନ୍ତୁ ଆଇସିସି କ୍ରିକେଟ୍ ବିଶ୍ୱକପ୍ 2023 ହେତୁ ଏହି ଫିଲ୍ମ ବକ୍ସ ଅଫିସ ଧୀର ଗତିରେ ଚାଲୁଛି । ଫଳରେ ଫିଲ୍ମର ଆୟରେ ହ୍ରାସ ଦେଖିବାକୁ ମିଳିଛି । ବର୍ତ୍ତମାନ ଖବର ଆସୁଛି ଯେ, ଅକ୍ଷୟ କୁମାରଙ୍କ 'ମିଶନ ରାନିଗଞ୍ଜ' ଓସ୍କାର ଦୌଡ଼ରେ ସାମିଲ ହେବ ।
- " class="align-text-top noRightClick twitterSection" data="">
ଆରଆରଆର ନିର୍ମାତାମାନଙ୍କ ପରି 'ମିଶନ୍ ରାନିଗଞ୍ଜ' ନିର୍ମାତା ମଧ୍ୟ ଓସ୍କାର ପୁରସ୍କାର ପାଇଁ ଫିଲ୍ମକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ 'ଆରଆରଆର' ଭଳି 'ମିଶନ ରାନିଗଞ୍ଜ' ଶ୍ରେଷ୍ଠ ବୈଦେଶିକ ଚଳଚ୍ଚିତ୍ର ପୁରସ୍କାର ବର୍ଗ ପାଇଁ ମନୋନୀତ ହେବ ନାହିଁ, କିନ୍ତୁ ଚଳଚ୍ଚିତ୍ରଟି ଶ୍ରେଷ୍ଠ ସିନେମାଟୋଗ୍ରାଫି ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ମୋନନୀତ ହୋଇପାରେ । ତେବେ କେଉଁ ବର୍ଗରେ 'ମିଶନ୍ ରାନିଗଞ୍ଜ' ଓସ୍କାରରେ ନାମାଙ୍କନ ପାଇବ ତାହା କେବଳ ଆଗାମୀ ସମୟରେ ଜଣାପଡିବ ।
ସୂଚନା ଥାଉ କି, ଓସ୍କାର ଦୌଡରେ ଅଫିସିଆଲି ଭାବେ ମାଲାୟାଲମ୍ ଚଳଚ୍ଚିତ୍ର 2018, ଯାହା କିଛି ଦିନ ପୂର୍ବରୁ ଘୋଷଣା କରାଯାଇଥିଲା । ତାହା ମନୋନୀତ ହୋଇଛି । ଏହି ଚଳଚ୍ଚିତ୍ରର କାହାଣୀ କେରଳର ବନ୍ୟା ପରିସ୍ଥିତି ଉପରେ ଆଧାରିତ । ଓସ୍କାରରେ 2018 ଅନ୍ତର୍ଜାତୀୟ ଫିଚର ଚଳଚ୍ଚିତ୍ର ବର୍ଗରେ ମନୋନୀତ ହୋଇଛି । ‘୨୦୧୮: ଏଭ୍ରିଓ୍ବାନ ଇଜ୍ ଏ ରିୟଲ ହିରୋ’ ଚଳିତ ବର୍ଷ ମେ' ମାସରେ ମୁକ୍ତିଲାଭ କରିଥିଲା । ଜୁଡେ ଆନ୍ଥାନି ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଟୋଭିନୋ ଥୋମାସ୍, କୁଞ୍ଚାକୋ ବୋବାନ୍, ଆସିଫ୍ ଅଲି, ବିନୀତ ଶ୍ରୀନିବାସନ୍, ନାରାଅନ୍ ଏବଂ ଲାଲ ଅଭିନୟ କରିଛନ୍ତି। ୨୦୨୩ରେ ରିଲିଜ୍ ହୋଇଥିବା ଫିଲ୍ମ ପାଇଁ ୯୬ତମ ଓସ୍କାର ୨୦୨୪ ମାର୍ଚ୍ଚ ୧୦ରେ ଲସ୍ ଏଞ୍ଜେଲସରେ ଆୟୋଜିତ ହେବ ।
ଏହା ମଧ୍ୟ ପଢନ୍ତୁ: ପ୍ରଥମ ଭାରତୀୟ ଫିଲ୍ମ ଭାବେ ଏଣ୍ଟ୍ରି କଲା ‘୨୦୧୮ ଏଭ୍ରିୱାନ ଇଜ୍ ଏ ହିରୋ’
ମିଶନ ରାନିଗଞ୍ଜ ଫିଲ୍ମ ବିଷୟରେ କହିବାକୁ ଗଲେ, ସ୍ୱର୍ଗତ କୋଇଲା ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲ୍ଙ୍କ ଉପରେ ଆଧାରିତ ଏହି ଫିଲ୍ମ । ଯିଏ 1989 ପଶ୍ଚିମବଙ୍ଗ ବନ୍ୟା ସମୟରେ 64 ଖଣି ଶ୍ରମିକଙ୍କ ଜୀବନ ରକ୍ଷା କରିଥିଲେ । ଏହି ଫିଲ୍ମରେ ଅକ୍ଷୟଙ୍କୁ ଜସୱନ୍ତ ସିଂଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସେ ପୁଣି ପରିଣୀତି ଚୋପ୍ରାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି । ଏହି ଫିଲ୍ମଟି ବାସୁ ଭଗ୍ନାନି, ଦୀପଶିଖା ଦେଶମୁଖ, ଜ୍ୟାକି ଭଗ୍ନାନୀ, ଏବଂ ଅଜୟ କପୁରଙ୍କ ଦ୍ୱାରା ନିର୍ମିତ । ନିର୍ଦ୍ଦେଶକ ଟିନୁ ସୁରେଶ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।