ହାଇଦ୍ରାବାଦ: ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି ଅକ୍ଷୟ କୁମାର । ଅଭିନେତା ତାଙ୍କ ପାନ୍ ମସାଲା ବିଜ୍ଞାପନ ପାଇଁ ନେଟିଜନ୍ସଙ୍କ ଟାର୍ଗେଟରେ ଏବେ ବି ଅଛନ୍ତି । ସେ ପ୍ରତିଦିନ ଟ୍ରୋଲର ଶିକାର ହେଉଛନ୍ତି । ଅବଶ୍ୟ ଏହି ପ୍ରସଙ୍ଗରେ ଅଭିନେତା କ୍ଷମା ମାଗିସାରିଛନ୍ତି ଏବଂ କହିଥିଲେ ଯେ ଏହି ବିଜ୍ଞାପନରୁ ମିଳିଥିବା ସମସ୍ତ ଅର୍ଥ ଭଲ କାର୍ଯ୍ୟ ପାଇଁ ଖର୍ଚ୍ଚ କରିବେ। ଏହା ସତ୍ତ୍ବେ ବି ନେଟିଜନ୍ସଙ୍କୁ ଶାନ୍ତି ମିଳିଲାନି । ଟ୍ରୋଲ ମଧ୍ୟରେ ଖିଲାଡି କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରଥମ ଝଲକକୁ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏବେ ଦେଖିବାକୁ ପଡିବ କି ସୋସିଆଲ ମିଡିଆ ୟୁଜର ଏହା ଉପରେ କିଭଳି ପ୍ରତିକ୍ରିୟା ଦେଉଛନ୍ତି ।
- " class="align-text-top noRightClick twitterSection" data="
">
ବଲିଉଡର ଖିଲାଡି କୁମାର ଅର୍ଥାତ୍ ଅକ୍ଷୟ କୁମାର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମ ସେତୁ'ର ପ୍ରଥମ ଝଲକ ସେୟାର କରିଛନ୍ତି । ତାଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୁସରତ ଭରୁଚା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଦୀପାବଳିରେ ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରର ବିଷୟବସ୍ତୁକୁ ଧ୍ୟାନରେ ରଖି ଅକ୍ଷୟ ଏବଂ ତାଙ୍କ ଟିମ ଏହାକୁ ଦୀପାବଳିରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏକ ଇଭେଣ୍ଟରେ ଫିଲ୍ମ ବିଷୟରେ କଥାବାର୍ତ୍ତା କରି ଏହାର ନିର୍ମାତା ବିକ୍ରମ ମଲହୋତ୍ରା କହିଛନ୍ତି, ରାମ ସେତୁ ଏକ ଆକ୍ସନ୍ ଆଡଭେଞ୍ଚର ଫିଲ୍ମ, ଯାହା ଆଜି ପର୍ଯ୍ୟନ୍ତ କୌଣସି ଦେଶ ଦେଖିନଥିବା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ଫିଲ୍ମ 240 ଦେଶରେ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ପାଇଁ ଉପଲବ୍ଧ ହେବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ