ETV Bharat / entertainment

ଶିଶୁକୁ ଜନ୍ମ ଦେବା ଏକ ଦୀର୍ଘ, କ୍ଲାନ୍ତକାରୀ ଓ ସନ୍ତୋଷଜନକ ପ୍ରକ୍ରିୟା: କାଜଲ ଅଗ୍ରୱାଲ - କାଜଲ ଅଗ୍ରୱାଲ

ସାଉଥ୍ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ମାଆ ହୋଇଛନ୍ତି । ମାଆ ହେବା ପରେ କାଜଲ ସୋସିଆଲ ମିଡିଆରେ ନିଜର ଭାବନା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ମାଆ ହେବା ପରେ ନିଜର ଭାବନା ବ୍ୟକ୍ତ କଲେ କାଜଲ ଅଗ୍ରୱାଲ

author img

By

Published : Apr 21, 2022, 5:12 PM IST

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଅଭିନେତ୍ରୀ କାଜଲ ଅଗ୍ରୱାଲ ମାଆର ସୌଭାଗ୍ୟ ଅର୍ଜନ କରିଛନ୍ତି । ମାଆ ହେବା ପରେ କାଜଲ ସୋସିଆଲ ମିଡିଆରେ ନିଜର ଭାବନା ପ୍ରକାଶ କରିଛନ୍ତି। ଗତକାଲି ସେମାନଙ୍କର ପୁଅର ନାମକରଣ ହୋଇଥିବାବେଳେ ଆଜି ଏକ ପୋଷ୍ଟ ସେୟାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି କାଜଲ ।

ମା’ ହେବା ପରେ କାଜଲ ସୋସିଆଲ ମିଡିଆରେ ନିଜର ଭାବନା ପ୍ରକାଶ କରିଛନ୍ତି। ଅଭିନେତ୍ରୀ ପୋଷ୍ଟ ପାର୍ଟମ୍ ଡିପ୍ରେସନ୍ ଉପରେ ମଧ୍ୟ ନିଜର ମତ ରଖିଛନ୍ତି । ତାଙ୍କ ପୋଷ୍ଟରେ ଅଭିନେତ୍ରୀ ତାଙ୍କ ପୁଅ ନୀଲଙ୍କୁ ଏହି ଦୁନିଆକୁ ସ୍ୱାଗତ କରି ବହୁତ ଖୁସି ଏବଂ ଉତ୍ସାହିତ ଅଛନ୍ତି। ଅଭିନେତ୍ରୀ ଲେଖିଛନ୍ତି, ପିଲାକୁ ଜନ୍ମ ଦେବା ଏକ ଦୀର୍ଘ, କ୍ଲାନ୍ତକାରୀ କିନ୍ତୁ ସନ୍ତୋଷଜନକ ପ୍ରକ୍ରିୟା ।

କାଜଲ ଆହୁରି ଲେଖିଛନ୍ତି ଯେ, ଜନ୍ମ ଦେବା ପରେ ଯେତେବେଳେ ମୁଁ ପ୍ରଥମ ଥର ପାଇଁ ନୀଲକୁ ଧରିଲି, ସେତେବେଳେ ଏହି ମୁହୂର୍ତ୍ତକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର। ଅବଶ୍ୟ ଏସବୁ କିଛି ଏତେ ସହଜ ନଥିଲା । କେତେ ରାତି ଶୋଇ ନାହିଁ ଏବଂ ଚିନ୍ତାରେ ବି ରହିଛି । ​​କିନ୍ତୁ ନୀଲର ଜନ୍ମ ପରେ ସବୁକିଛି ଠିକ୍ ଲାଗୁଛି। ଏବେ ସକାଳର ଆରମ୍ଭ ପୁଅକୁ ସ୍ନେହରେ ଆଲିଙ୍ଗନ କରିବା, ପରସ୍ପରକୁ ଆଖିରେ ଦେଖିବା, ତାଙ୍କୁ ଚୁମ୍ବନ ଦେବା ସହିତ ହେଉଛି। ବର୍ତ୍ତମାନ ଆମେ ଦୁହେଁ ପରସ୍ପରକୁ ଚିହ୍ନିପାରୁଛୁ, ଆଗକୁ ବଢୁଛୁ, ଶିଖୁଛୁ ଏବଂ ଏହି ଚମତ୍କାର ଯାତ୍ରାରେ ଏକତ୍ର ଆଗକୁ ବଢିବାକୁ ଚେଷ୍ଟା କରୁଛି। ସତ ହେଉଛି ପୋଷ୍ଟ ପାର୍ଟମ୍ ଗ୍ଲାମରସ୍ ନୁହେଁ କିନ୍ତୁ ଏହା ସୁନ୍ଦର ନିଶ୍ଚିନ୍ତ ହୋଇପାରେ।

ସୂଚନାଯୋଗ୍ୟ ଯେ, କାଜଲ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଖବରକୁ ସ୍ପଷ୍ଟ କରିଥିଲେ କାଜଲଙ୍କ ସ୍ୱାମୀ ଗୌତମ ଏବଂ ପୁଅର ନାମ ସମ୍ପର୍କରେ ମଧ୍ୟ କହିଥିଲେ। ଗୌତମ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଲେଖିଥିଲେ, 'ମୁଁ ସେୟାର କରି ବହୁତ ଖୁସି ଯେ ନୀଲ୍‌ କିଚଲୁ 19 ଏପ୍ରିଲ 2022ରେ ଜନ୍ମଗ୍ରହଣ କରିଛନ୍ତି। ଏହି ପୋଷ୍ଟକୁ ସେୟାର କରି ଗୌତମ ଆହୁରି ଲେଖିଥିଲେ, 'ଆମର ହୃଦୟ ପୂର୍ଣ୍ଣ ହୋଇଯାଇଛି ଏବଂ ଆମେ ବହୁତ ଖୁସି ଅଛୁ। ଆପଣଙ୍କ ଭଲପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.