ETV Bharat / entertainment

Adipurush OTT Release: ଗୋଟିଏ ନୁହେଁ ଦୁଇଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେଲା ଆଦିପୁରୁଷ

author img

By

Published : Aug 11, 2023, 1:59 PM IST

ପାନ୍ ଇଣ୍ଡିଆ ଚଳଚ୍ଚିତ୍ର 'ଆଦିପୁରୁଷ' ରିଲିଜ୍ ହେବାର ପ୍ରାୟ ଦୁଇ ମାସ ପରେ ଓଟିଟିରେ ମୁକ୍ତିଲାଭ କରିଛି । ବର୍ତ୍ତମାନ ଆପଣ ନିଜ ପରିବାର ସହିତ ଘରେ ବସି ପ୍ରଭାସ, କ୍ରିତି ସାନନ୍ ଏବଂ ସୈଫ ଅଲି ଖାନଙ୍କ ଏହି ଫିଲ୍ମ ଦେଖିପାରିବେ । ଅଧିକ ପଢନ୍ତୁ

ଆଦିପୁରୁଷ
ଆଦିପୁରୁଷ

ହାଇଦ୍ରାବାଦ: ପାନ ଇଣ୍ଡିଆ ଚଳଚ୍ଚିତ୍ର 'ଆଦିପୁରୁଷ' 16 ଜୁନ୍‌ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​। ଚଳଚ୍ଚିତ୍ରର ଜବରଦସ୍ତ ଓପନିଂ ପରେ ଧିରେ ଧିରେ ଏହାର କଲେକ୍ସନ ହ୍ରାସ ପାଇଥିଲା । ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇଥିଲା । 'ଆଦିପୁରୁଷ' ଉପରେ ଅନେକ ପ୍ରଶ୍ନ ଉଠିଥିଲା ​​। ପ୍ରଶଂସକମାନେ କହିିଥିଲେ ଯେ, ଏହି ଚଳଚ୍ଚିତ୍ର ମାଧ୍ୟମରେ ନିର୍ମାତା ସମସ୍ତଙ୍କ ଭାବନାକୁ ଆଘାତ ଦେଇଛନ୍ତି । ସମସ୍ତ ବିବାଦ ପରେ, ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଓଟିଟିରେ ଆସୁଛି ।

  • " class="align-text-top noRightClick twitterSection" data="">

'ଆଦିପୁରୁଷ'ରେ ପ୍ରଭାସ ରାଘବ ଓରଫ ଭଗବାନ ରାମ, କ୍ରିତି ସାନନ ଜାନକୀ ଓରଫ୍‌ ସୀତା ଏବଂ ସୈଫ ଅଲି ଖାନ ଲଙ୍କେଶ ଓରଫ୍‌ ରାବଣ ଭୂମିକାରେ ଅଭିନୟ କରିଥିଲେ । ତେବେ ସମସ୍ତଙ୍କ ଚରିତ୍ର ସହ ଜଡିତ କିଛି ନା କିଛି କଥାକୁ ଏକ ପ୍ରସଙ୍ଗ କରି ଫିଲ୍ମକୁ ଅନେକ ଟ୍ରୋଲ କରାଯାଇଥିଲା । ଏହି ଫିଲ୍ମକୁ ବ୍ୟାନ୍ କରିବାକୁ କିଛି ରାଜ୍ୟରେ ଦାବି ମଧ୍ୟ ହୋଇଥିଲା । ପ୍ରେକ୍ଷାଳୟରେ ରିଲିଜ୍ ହେବାର ପ୍ରାୟ ଦୁଇମାସ ପରେ, ଆଦିପୁରୁଷକୁ ନିର୍ମାତା ବିନା କୌଣସି ଘୋଷଣା କରି ଶୁକ୍ରବାର (ଅଗଷ୍ଟ 11) ଓଟିଟିରେ ରିଲିଜ୍‌ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: OTTରେ ରେକର୍ଡ ଭାଙ୍ଗିଲେ ସାହିଦ: ଫ୍ୟାନ୍ସଙ୍କ ପ୍ରଥମ ପସନ୍ଦ ଫର୍ଜି ଓ ବ୍ଲଡି ଡାଡି

ଆଦିପୁରୁଷର ହିନ୍ଦୀ ସଂସ୍କରଣ ନେଟଫ୍ଲିକ୍ସରେ ଦେଖିପାରିବେ । ଅନ୍ୟପକ୍ଷରେ, ପ୍ରାଇମ୍ ଭିଡିଓରେ 'ଆଦିପୁରୁଷ' ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ସମେତ ସମସ୍ତ ଭାଷାରେ ଉପଲବ୍ଧ ରହିଛି । 600 କୋଟିରେ ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରାୟ 390 କୋଟି ବ୍ୟବସାୟ କରିଥିଲା ​​। ଏହି ଚଳଚ୍ଚିତ୍ରରୁ ପ୍ରଭାସଙ୍କର ବହୁତ ଆଶା ଥିଲା । କିନ୍ତୁ ତାଙ୍କ ପାଇଁ ଏକ ବଡ ଫ୍ଲପ୍ ଫିଲ୍ମ ବୋଲି ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ନିର୍ମାତାମାନେ ଆଶା କରୁଛନ୍ତି ଯେ ଲୋକମାନେ ନିଶ୍ଚିତ ଭାବରେ ଓଟିଟିରେ ଫିଲ୍ମ ଦେଖିବେ ।

ସୂଚନାଯୋଗ୍ୟ ଯେ, ବାହୁବଳୀ ଫେମ୍ ପ୍ରଭାସଙ୍କ ‘ଆଦିପୁରୁଷ’ ମହାକାବ୍ୟ ରାମାୟଣ ଉପରେ ଆଧାରିତ । ଖରାପ ଉପରେ ଭଲର ବିଜୟ ପାଳନ କରୁଥିବା ଏହି ଚଳଚ୍ଚିତ୍ରରେ ରାମାୟଣର କଥା ରହିଛି । ଫିଲ୍ମ ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଥିଲା । ରିଲିଜ୍ ପୂର୍ବରୁ ହିଁ ରେକର୍ଡ ପରେ ରେକର୍ଡ କରି ଚାଲିିଥିଲା ସିନେମା । ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟି ଫ୍ଲେକ୍ସ ଓ ଅଢ଼େଇ ଲକ୍ଷରୁ ଅଧିକ ସିଙ୍ଗେଲ ସ୍କ୍ରିନ୍‌ର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଥିଲା। ଫିଲ୍ମଟି ଦେଶବ୍ୟାପୀ ୬୫୦୦ ସ୍କ୍ରିନ୍ସରେ ରିଲିଜ ହୋଇିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.