ହାଇଦ୍ରାବାଦ: ଫିଲ୍ମ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ 'ଇଣ୍ଡିଆନ ପୋଲିସ ଫୋର୍ସ'ରେ ଆଉ ଜଣେ ପୋଲିସ ଅଧିକାରୀ ଏଣ୍ଟ୍ରି କରିଛନ୍ତି । ଶିଳ୍ପା ଶେଟ୍ଟୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ପରେ ବର୍ତ୍ତମାନ ବଲିଉଡ ଅଭିନେତା ବିବେକ ଓବରୟ ରୋହିତ ଶେଟ୍ଟୀଙ୍କ 'ଇଣ୍ଡିଆନ ପୋଲିସ ଫୋର୍ସ'ରେ ସାମିଲ ହୋଇଛନ୍ତି ।
- " class="align-text-top noRightClick twitterSection" data="
">
ରୋହିତ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟର ରିଲିଜ କରିଛନ୍ତି ଯେଉଁଥିରେ ବିବେକ, ପୋଲିସ ୟୁନିଫର୍ମ ପିନ୍ଧିଥିବା ବେଳେ ତାଙ୍କ ହାତରେ ବନ୍ଧୁକ ରହିଛି । ପୋଷ୍ଟର ସେୟାର କରି ଅଭିନେତା ଲେଖିଛନ୍ତି, 'ଆମ ଦଳର ସବୁଠାରୁ ବରିଷ୍ଠ ଅଧିକାରୀଙ୍କୁ ଭେଟନ୍ତୁ, ବିବେକଙ୍କୁ ସ୍ୱାଗତ ।
- " class="align-text-top noRightClick twitterSection" data="
">
ରୋହିତଙ୍କ ଏହି ପୋଷ୍ଟର ଉତ୍ତରରେ ବିବେକ ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ବିବେକ ଲେଖିଛନ୍ତି, 'ଧନ୍ୟବାଦ ମୋ ଭାଇ ! ମୁଁ ପ୍ରତ୍ୟେକ ମୁହୂର୍ତ୍ତକୁ ବହୁତ ଭଲପାଉଛି । ମୋର 20 ବର୍ଷ ମଧ୍ୟରେ ମୁଁ ଏହି ସ୍କେଲରେ କୌଣସି ଆକ୍ସନ୍ ଫିଲ୍ମ ଦେଖି ନାହିଁ କି କରି ନାହିଁ । ତୁମେ ମାଷ୍ଟର ।'
- " class="align-text-top noRightClick twitterSection" data="
">
ପୋଲିସ ଭୂମିକାରେ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିବା ରୋହିତ ଶେଟ୍ଟୀଙ୍କ 'ଇଣ୍ଡିଆନ୍ ପୋଲିସ୍ ଏୟାରଫୋର୍ସ' ଏକ ୱେବ୍ ସିରିଜ୍ ଅଟେ । ବର୍ତ୍ତମାନ, ଏହି ସିରିଜ୍ ବିଷୟରେ ଅଧିକ ସୂଚନା ସେୟାର ହୋଇନାହିଁ । ତେବେ ସୂଚନା ଅନୁଯାୟୀ, ଶୋ'ରେ ସିଦ୍ଧାର୍ଥଙ୍କ ନାମ କବୀର ମଲିକ । ଏଥି ସହିତ, ଏହା ପୂର୍ବରୁ ଶିଳ୍ପା ଏହି ସିରିଜର ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ହାତରେ ବନ୍ଧୁକ ଧରି ରୋହିତ ଶେଟ୍ଟୀଙ୍କ ସହ ସୁନ୍ଦର ଷ୍ଟାଇଲରେ ଚାଲୁଥିବାର ନଜର ଆସିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ