ETV Bharat / entertainment

ମାଡୁଛି ଡିପଫେକ୍‌ ଭିଡିଓ, ଶିକାର ହେଲେ କାଜୋଲ - ରଶ୍ମିକା ମନ୍ଦାନାଙ୍କ ଡିପ ଫେକ ଭିଡିଓ ଭାଇରାଲ

ରଶ୍ମିକା ମନ୍ଦାନାଙ୍କ ଡିପ ଫେକ ଭିଡିଓ ଭାଇରାଲ ମାମଲାର କିଛି ଦିନ ନ ପୂରୁଣୁ ବର୍ତ୍ତମାନ କାଜୋଲ ଡିପ ଫେକ ମାମଲାର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ

ଡିପ ଫେକ ଭିଡିଓ ଭାଇରାଲ: ରଶ୍ମିକା, କ୍ୟାଟ୍ରିନାଙ୍କ ପରେ ଏବେ ଡିପ ଫେକ ମାମଲାର ଶିକାର କାଜୋଲ

author img

By ETV Bharat Odisha Team

Published : Nov 17, 2023, 4:26 PM IST

Updated : Nov 29, 2023, 1:18 PM IST

ହାଇଦ୍ରବାଦ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ କ୍ୟାଟ୍ରିନା କୈଫଙ୍କ ଡିପ ଫେକ ଭିଡିଓ ଭାଇରାଲ ପରେ ଏବେ ବଲିଉଡ ଅଭିନେତ୍ରୀ କାଜୋଲ ମଧ୍ୟ ଡିପ ଫେକ ମାମଲାର ଶିକାର ହୋଇଛନ୍ତି । କାଜୋଲଙ୍କ ଏକ କ୍ଲିପ ସାମ୍ନାକୁ ଆସିଛି । ଭିଡିଓରେ ସେ ପୋଷାକ ବଦଳାଉଥିବାର ଦେଖିବାକୁ ମିଳିଛି ।

ବାସ୍ତବରେ ଏହି ଭିଡିଓଟି ରୋଜି ବ୍ରିନ ନାମକ ଜଣେ ବ୍ରିଟିଶ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କର । ଯାହାକୁ ଏଡିଟ କରାଯାଇ ରୋଜିଙ୍କ ମୁହଁ ପରିବର୍ତ୍ତେ କୌଜଲଙ୍କ ଯୋଡା ଯାଇଥିଲା । ଏହି ଭିଡିଓଟି ମୂଳତଃ ଇନଫ୍ଲୁଏନ୍ସର ରୋଜି ବ୍ରିନଙ୍କର ଜୁନ ୫, ୨୦୨୩ରେ ଟିକଟକରେ ସେୟାର କରାଯାଇଥିଲା । ଭିଡିଓରେ ସେ ପୋଷାକ ବଦଳାଉଥିବାର ନଜର ଆସିଛନ୍ତି । ବର୍ତ୍ତମାନ ଏହି ଭିଡିଓକୁ ଏଡିଟ କରାଯାଇ କାଜୋଲଙ୍କ କରାଯାଇଛି । ରୋଜିଙ୍କ ଚେହେରା ପରିବର୍ତ୍ତେ କାଜୋଲ ଚେହେରା ବଦଳାଇ ଭିଡିଓଟି ଭାଇରାଲ କରାଯାଇଛି ।

ସୂଚନା ଥାଉ କି, ରଶ୍ମିକା ମନ୍ଦାନାଙ୍କ ଏକ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜାରା ପଟେଲଙ୍କ ମୁହଁ ପରିବର୍ତ୍ତେ ଏଡିଟ୍‌ କରାଯାଇ ରଶ୍ମିକାଙ୍କ ମୁହଁ ଯୋଡା ଯାଇଥିଲା । ଯାହା ପରେ ରଶ୍ମିକା ମନ୍ଦାନାଙ୍କୁ ସମର୍ଥନ କରି ଘଟଣାକୁ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ସହ କ୍ଷୋଭ ପ୍ରକାଶ କରିଥିଲେ ଅମିତାଭ ବଚ୍ଚନ ସମେତ ଅନେକ ତାରକା ଏବଂ ରାଜନେତା । ଏପରିକି ରଶ୍ମିକାଙ୍କ ରୁମର ବଯଫ୍ରେଣ୍ଡ ବିଜୟ ଦେବରକୋଣ୍ଡା ମଧ୍ୟ ଏହି ଭିଡିଓକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏପରି ଘଟଣା କାହା ସହ ନ ହେବା ଉଚିତ ବୋଲି କହିଥିଲେ।

ସେହିପରି ଗତ ସପ୍ତାହରେ ଟାଇଗର ୩ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ଜଡିତ ଏକ ଫଟୋର ଆଉ ଏକ ଉଦାହରଣ ସାମ୍ନାକୁ ଆସିଥିଲା । ପ୍ରକୃତ ଫଟୋ ଏହି ସିନେମାର ଥିଲା, ଯେଉଁଥିରେ କ୍ୟାଟ୍ରିନା ହଲିଉଡ ଅଭିନେତ୍ରୀ ମିସେଲଙ୍କ ସହ ଲଢେଇ କରୁଥିବା ଏକ ସିନ ଦର୍ଶାଯାଇଥିଲା । ଉଭୟ ହ୍ବାଇଟ ଟାୱାଲ ପିନ୍ଧିଥିଲେ । ଟାୱାଲ ପରିବର୍ତ୍ତେ ବିକିନି ପିନ୍ଧିଥିବା ନେଇ କ୍ୟାଟ୍ରିନାଙ୍କ ଫଟୋ ଏଡିଟ କରାଯାଇଥିଲା । ଏବଂ ଏହା ବେଶ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ରଶ୍ମିକା ମନ୍ଦାନା ଡିପ ଫେକ୍ ଭିଡିଓ ଭାଇରାଲ: ବିହାରର ଜଣକୁ ଅଟକ ରଖି ପଚରାଉଚରା କରୁଛି ଦିଲ୍ଲୀ ପୋଲିସ

ଅନ୍ୟପଟେ ଦିଲ୍ଲୀ ପୋଲିସ ବିହାରର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ରଶ୍ମିକା ମନ୍ଦାନାଙ୍କ ଡିପ ଫେକ ଭିଡିଓ ସମ୍ପର୍କରେ ପଚରାଉଚରା କରୁଛି ବୋଲି ଜଣାପଡିଛି । ପୋଲିସ ସନ୍ଦେହ କରିଥିଲା ​​ଯେ ଯୁବକମାନେ ପ୍ରଥମେ ଏହି ଭିଡିଓକୁ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅପଲୋଡ୍ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହାକୁ ଅନ୍ୟ ପ୍ଲାଟଫର୍ମରେ ବ୍ୟାପକ ଭାବରେ ସେୟାର କରିଥିଲେ । ଭିଡିଓ ଭାଇରାଲ ପରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଦିଲ୍ଲୀ ପୋଲିସ । ଏହି ମାମଲାରେ ଦିଲ୍ଲୀ ପୋଲିସ୍ ଆଇପିସିର ଧାରା 465, 469 ଏବଂ ଆଇଟି ଆକ୍ଟର ଧାରା 66C ଓ 66E ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

Last Updated : Nov 29, 2023, 1:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.