ETV Bharat / entertainment

ବିଚ୍ଛେଦ ପରେ ସାମନ୍ଥା ଓ ନାଗା ଚୈତନ୍ୟଙ୍କ ଦ୍ବିତୀୟ ବିବାହ !

author img

By

Published : Apr 22, 2022, 5:36 PM IST

ବିବାହ ବିଚ୍ଛେଦ ପରେ ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ ଦ୍ୱିତୀୟ ବିବାହ ପାଇଁ ଚିନ୍ତା କରୁଥିବା ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା । ଅଧିକ ପଢନ୍ତୁ

ଦ୍ୱିତୀୟ ବିବାହ କରିବେ ସାମନ୍ଥା ଏବଂ ନାଗା !
ଦ୍ୱିତୀୟ ବିବାହ କରିବେ ସାମନ୍ଥା ଏବଂ ନାଗା !

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦରେ ପ୍ରଶଂସକ ସ୍ତବ୍ଦ ହୋଇଯାଇଥିଲେ । ହଠାତ୍‌ ସେମାନଙ୍କର ଅଲଗା ହେବା ଖବର ପ୍ରଶଂସକଙ୍କୁ ଦିନେ ଆଶ୍ଚର୍ଯ୍ୟ କରିଦେଇଥିଲା । କହିବାକୁ ଗଲେ, ଦୁହିଁଙ୍କ ଅଲଗା ହେବା ଦୀର୍ଘ ଦିନ ହେଲାଣି । ବର୍ତ୍ତମାନ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ପରେ ପ୍ରଶଂସକଙ୍କୁ ପୁଣି ଝଟକା ଲାଗିପାରେ । ବିବାହ ବିଚ୍ଛେଦ ପରେ ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟ ଦ୍ୱିତୀୟ ବିବାହ ପାଇଁ ଚିନ୍ତା କରୁଛନ୍ତି ।

ଗତ ଦୁଇ ଦିନ ତଳେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଆରମ୍ଭ ହୋଇଥିଲା କି, ନାଗା ଚୈତନ୍ୟ ଖୁବଶୀଘ୍ର ଦ୍ୱିତୀୟ ବିବାହ କରିପାରନ୍ତି । କାରଣ ସାମନ୍ଥାଙ୍କ ଠାରୁ ଅଲଗା ହେବା ପରେ ନାଗା ଚୈତନ୍ୟ ପୂରା ଭାଙ୍ଗି ପଡ଼ିଥିବା ଚର୍ଚ୍ଚା ହେଉଛି । କେବଳ ନାଗା ନୁହଁନ୍ତି, ବରଂ ସାମନ୍ଥା ମଧ୍ୟ ଦ୍ୱିତୀୟ ବିବାହ ପାଇଁ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି ।

ପିତାମାତାଙ୍କ ଅଧିକ ଚାପ ହେତୁ ସାମନ୍ଥା ପୁନର୍ବାର ବିବାହ କରିବାକୁ ଚିନ୍ତା କରୁଛନ୍ତି । ପ୍ରକୃତରେ, ସାମନ୍ଥା ଆଉ ପିତା-ମାତାଙ୍କ ଯନ୍ତ୍ରଣା ଦେଖିପାରୁନାହାଁନ୍ତି । ସେ କହିଛନ୍ତି ଯେ ଆଗାମୀ ସମୟରେ ସେ ନିଶ୍ଚିତ ଭାବେ ବିବାହ କରିବେ। ଅବଶ୍ୟ, ସାମନ୍ଥା ପୁନର୍ବାର ବିବାହ କରିବାକୁ କିଛି ସମୟ ମାଗିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜ କ୍ୟାରିଅର୍ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । କାରଣ ସେ ଏକାଧିକ ଚଳଚ୍ଚିତ୍ର ସାଇନ୍ କରିଛନ୍ତି । ଅଭିନେତ୍ରୀ ପିତାମାତାଙ୍କୁ କହିଛନ୍ତି ଯଦି ସେମାନଙ୍କୁ ଏମିତି କୌଣସି ପୁଅ ମିଳେ, ଯିଏ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ବୃତ୍ତିଗତ ଜୀବନକୁ ସମ୍ମାନ କରୁଥିବ, ତେବେ ସେ ତାଙ୍କୁ ବିବାହ କରିବେ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏହି ଖବର ଭାଇରାଲ ହେବାରେ ଲାଗିଛି ।

ତେବେ ନାଗା ଚୈତନ୍ୟଙ୍କ ବିଷୟରେ କୁହାଯାଉଛି ଯେ, ସେ ତାଙ୍କ ସହ-ଷ୍ଟାର ଦିବ୍ୟାଂଶା କୌଶିକଙ୍କୁ ଡେଟ କରୁଛନ୍ତି । ତେବେ ଏହା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ । କୁହାଯାଉଛି ଯେ ନାଗା, ଦିବ୍ୟଶାଙ୍କୁ ବିବାହ କରିପାରନ୍ତି । ଦିବ୍ୟାଂଶା, ନାଗା ଚୈତନ୍ୟ ଏବଂ ସାମନ୍ଥାଙ୍କ ସହ ଫିଲ୍ମ 'ମଜିଲି'ରେ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ସେ ନାଗାଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିବାବେଳେ ସାମନ୍ଥା ପତ୍ନୀ ଭୂମିକାରେ ଅଭିନୟ କରିଥିଲେ ।

ସୂଚନାଯୋଗ୍ୟ ଯେ, ୨୦୧୭ରେ ଗୋଆରେ ଏକ ବିଶାଳ ସମାରୋହରେ ନାଗା ଚୈତନ୍ୟ ଏବଂ ସାମନ୍ଥା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହର ଚାରି ବର୍ଷ ପରେ ସାମନ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଥିଲେ । ଉଭୟ ପତି ଓ ପତ୍ନୀ ବନ୍ଧନରୁ ମୁକ୍ତ ହେବା ନେଇ ‌ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.