ETV Bharat / entertainment

ସୁସ୍ମିତାଙ୍କ ଜବରଦସ୍ତ ରାମ୍ପ୍ ୱାକ, କିଛି ଦିନ ତଳେ ହୋଇଥିଲା ହାର୍ଟଆଟାକ୍

author img

By

Published : Mar 11, 2023, 10:39 PM IST

ହୃଦଘାତର ଶିକାର ହେବା ପରେ ସୁସ୍ମିତା ପ୍ରଥମ ଥର ଲାଗି ଆସିଲେ ନଜର । ସେ Lakme ଫ୍ୟାସନ ୱିକରେ ରାମ୍ପ ୱାକ୍‌ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Sushmita Sen walks ramp
Sushmita Sen walks ramp

ମୁମ୍ବାଇ: ବଲିଉଡ ଡିଭା ଓ ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ ଦୃଢ ଆତ୍ମବିଶ୍ବାସ ଓ ସାହସିକତାର ସହିତ କମବ୍ୟାକ୍‌ କରିଛନ୍ତି । ଗତ କିଛି ଦିନ ତଳେ ହୃଦଘାତର ଶିକାର ହୋଇଥିବା ଏହି ବ୍ରହ୍ମାଣ୍ଡ ସୁନ୍ଦରୀ Lakme ଫ୍ୟାସନ ୱିକରେ ରାମ୍ପ ୱାକ୍‌ କରି ନିଜ ଫ୍ୟାନ୍ସଙ୍କୁ କରିଛନ୍ତି ଫିଦା । ହୃଦଘାତ ପରେ ସେ ପ୍ରଥମ ଥର ଲାଗି ସର୍ବସମ୍ମୁଖକୁ ଆସିଛନ୍ତି । ଏହି ଫ୍ୟାସନ ଶୋ'ରେ ସେ ନିଜ ସିଗ୍ନେଚର ଷ୍ଟାଇଲରେ ୱାକ୍‌ କରିଥିବା ବେଳେ ଷ୍ଟେଜରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ । ସେ ଡିଜାଇନର ଅନୁଶ୍ରୀ ରେଡ୍ଡିଙ୍କ ଦ୍ବାରା ଡିଜାଇନ ହୋଇଥିବା ଡ୍ରେସ ପିନ୍ଧିଥିଲେ ।

ଶନିବାର LFW 2023 ଯେତେବେଳେ ସୁସ୍ମିତା ଷ୍ଟେଜ ଉପରକୁ ଆସିଥିଲେ, ତାଙ୍କୁ ସମସ୍ତେ ଦେଖି ପ୍ରଥମେ ଆଶ୍ଚର୍ଯ୍ୟଚକିତ ହେବା ସହ ପରବର୍ତ୍ତୀ ସମୟରେ ବେଶ ଗର୍ବ ଅନୁଭବ କରିଥିଲେ । ସୁସ୍ମିତା ହୃଦଘାତର ଶିକାର ହେବା ପରେ ମଧ୍ୟ ସେହି ପୁରୁଣା ଆତ୍ମବଳ ସହିତ ରାମ୍ପ ୱାକ୍‌ କରିଥିଲେ । ଯାହାକି ସମସ୍ତଙ୍କୁ ପ୍ରେରଣା ଯୋଗାଇଛି । ସେ ଅନୁଶ୍ରୀ ରେଡ୍ଡିଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଗ୍ରୀନ ରଙ୍ଗର ଲେହେଙ୍ଗା ପିନ୍ଧି ୱାକ୍‌ କରିଥିଲେ । ଏହି ଲେହେଙ୍ଗା ଲୁକ୍‌ରେ ଗର୍ଜିଅସ ଲାଗୁଥିଲେ ସୁସ୍ମିତା । ଖାଲି ସେତିକି ନୁହେଁ ସୁସ୍ମିତାଙ୍କ ଡ୍ୟାନ୍ସ ମଧ୍ୟ କରିଥିଲେ । ସୁସ୍ମିତାଙ୍କୁ କମବ୍ୟାକକୁ ନେଇ ସମସ୍ତେ ପ୍ରଶଂସା କରିବା ସହିତ କରତାଳିରେ ଷ୍ଟେଜ କମ୍ପି ଉଠିଥିଲା ।

ଏହା ବି ପଢନ୍ତୁ- ହୃଦଘାତର ଶିକାର ହୋଇଥିଲେ ମିସ୍ ୟୁନିଭର୍ସ ସୁସ୍ମିତା, ସୋସିଆଲ ମିଡିଆରେ ଦେଲେ ସୂଚନା

ହାଇଦ୍ରାବାଦର ଡିଜାଇନର ଅନୁଶ୍ରୀଙ୍କ ଏହି ଡିଜାଇନକୁ ବେଶ ପସନ୍ଦ କରିଛନ୍ତି ସୁସ୍ମିତା । ଅନୁଶ୍ରୀଙ୍କ ଲାଟେଷ୍ଟ କଲେକ୍ସନ 'ଅହିଲ୍ୟା' ସୁସ୍ମିତାଙ୍କୁ ବେଶ ଫିଟ ଆସିଥିଲା । ପାୱାରଫୁଲ ମହିଳାଙ୍କ ପାଇଁ ଏହି ଲେହେଙ୍ଗା ଡିଜାଇନ କରିଥିଲେ ଅନୁଶ୍ରୀ । ସୂଚନା ଥାଉ କି ଚଳିତ ମାସ ପ୍ରଥମ ସପ୍ତାହରେ ସୁସ୍ମିତା ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହେବା ସହ ସେ ଧୀରେ ଧୀରେ ସୁସ୍ଥ ହୋଇଥିଲେ । ସେ ଇନଷ୍ଟାଗ୍ରାମ ସେସନରେ କହିଥିଲେ ଯେ ଯେତେବେଳେ ଡାକ୍ତର ତାଙ୍କୁ କାମ କରିବା ଲାଗି ଅନୁମତି ଦେଇଥିଲେ ଏହାପରେ ସେ Aarya 3 ସେଟ୍‌କୁ ଫେରିଥିଲେ ।

ସୁସ୍ମିତାଙ୍କ ହୃଦଘାତ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଏହି ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ । ମାତ୍ର ଏବେ ସେ ସୁସ୍ଥ ଥିବା ବେଳେ କାମକୁ ଫେରିଛନ୍ତି । ଆଗକୁ ସୁସ୍ମିତା କିନ୍ନର ସମାଜସେବୀ ଗୌରୀ ସାୱନ୍ତଙ୍କ ଭୂମିକାରେ ନଜର ଆସିବେ । ଏହି ବ୍ରାଓଗ୍ରାଫିକ ଫିଲ୍ମର ନାମ ରହିଛି 'ତାଲି' ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.