ETV Bharat / entertainment

ଆଦିପୁରୁଷ ବିବାଦ ମଧ୍ୟରେ 'ରାମାୟଣ'କୁ ନେଇ ଏପରି ଦାବି କଲେ ନୀତେଶ ତିୱାରୀ

author img

By

Published : Jul 13, 2023, 5:40 PM IST

ନିର୍ଦ୍ଦେଶକ ନୀତେଶ ତିୱାରୀ ବର୍ତ୍ତମାନ ଆଗାମୀ ଫିଲ୍ମ ରାମାୟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଆଦିପୁରୁଷ ଫିଲ୍ମ ବିବାଦ ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ର ରାମାୟଣ କାହାର ଭାବନାକୁ ଆଘାତ କରିବ ନାହିଁ । ଅଧିକ ପଢନ୍ତୁ

ଆଦିପୁରୁଷ ବିବାଦ ମଧ୍ୟରେ 'ରାମାୟଣ'କୁ ନେଇ ଏହା ଦାବି କଲେ ନୀତେଶ ତିୱାରୀ

ହାଇଦ୍ରାବାଦ: ନିକଟରେ ପ୍ରଭାସଙ୍କ ଚଳଚ୍ଚିତ୍ର ଆଦିପୁରୁଷ ରିଲିଜ ହୋଇଥିଲା । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମ ତାର ସଂଳାପ ଏବଂ VFX, ଚରିତ୍ର ପାଇଁ ବିବାଦରେ ଛନ୍ଦି ହୋଇଥିଲା । ଯାହାକୁ ନେଇ ଦେଶର କୋଣ ଅନୁକୋଣରେ ଫିଲ୍ମକୁ ବିରୋଧ କରାଯିବା ସହ କଡା ସମାଲୋଚନା କରାଯାଇଥିଲା । ଅନ୍ୟପଟେ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀତେଶ ତିୱାରୀ ରାମାୟଣ ଉପନ୍ୟାସ ଉପରେ ରାମାୟଣ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି । ନିକଟରେ ଏ ବିଷୟରେ ଆଲୋଚନା କରି ସେ ଦାବି କରିଛନ୍ତି ଯେ ତାଙ୍କ ଚଳଚ୍ଚିତ୍ର କାହାର ଭାବନାକୁ ଆଘାତ କରିବ ନାହିଁ ।

ରାମାୟଣ ବିଷୟରେ ନୀତେଶ ତିୱାରୀ କ’ଣ କହିଛନ୍ତି?

ନିକଟରେ ଏକ ସାକ୍ଷାତକାରରେ ନୀତେଶ ତିୱାରୀ କହିଛନ୍ତି ଯେ, "ମୋର ପ୍ରଶ୍ନ ବହୁତ ସରଳ । ମୁଁ ପ୍ରସ୍ତୁତ କରୁଥିବା ବିଷୟବସ୍ତୁର ଉପଭୋକ୍ତା ମୁଁ ନିଜେ ମଧ୍ୟ ଅଟେ । ଯଦି ମୁଁ ମୋର ବିଷୟବସ୍ତୁ ସହ ନିଜେ ନିଜକୁ ଆଘାତ କରୁ ନାହିଁ, ତେବେ ମୁଁ ଅନ୍ୟମାନଙ୍କୁ ମଧ୍ୟ ଆଘାତ କରିବି ନାହିଁ ।" ଏହି ସମୟରେ ନୀତେଶ ତିୱାରୀଙ୍କୁ ରାମାୟଣର କାଷ୍ଟିଂ କାଉଚ ବିଷୟରେ ମଧ୍ୟ ପଚରାଯାଇଥିଲା । ତାଙ୍କୁ ପଚରାଯାଇଥିଲା କି ସେ ଫିଲ୍ମ ପାଇଁ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ସାଇନ କରିଛନ୍ତି କି ? ଏଥିରେ ସେ ଚୁପ ରହିଥିଲେ ଏବଂ ଶୀଘ୍ର ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି କହିଥିଲେ ।

ସୂଚନା ଥାଉ କି, ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ବୱାଲ' ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ବରୁଣ ଧୱନ ଏବଂ ଜାହ୍ନବୀ କପୁରଙ୍କ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମ 21 ଜୁଲାଇରେ ପ୍ରାଇମ ଭିଡିଓରେ ରିଲିଜ ହେବ । ବରୁଣଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି ଜାହ୍ନବୀ । ଏଥି ସହିତ ନୀତେଶ ରାମାୟଣ ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଏହି ଫିଲ୍ମରେ ରଣବୀର କପୁରଙ୍କୁ ପ୍ରଭୁ ଶ୍ରୀରାମ ଭୂମିକାରେ ଏବଂ ଆଲିଆ ମାତା ସୀତା ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ରାମାୟଣରେ ସୀତା ହେବେ ଆଲିଆ ଭଟ୍ଟ, ଏମିତି ପ୍ରତିକ୍ରିୟା ରଖିଲେ ସୁନୀଲ ଲହରୀ

ସେପଟେ ଆଦିପୁରୁଷ କଥା କହିବାକୁ ଗଲେ, ଓମ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଜୁନ୍ 16 ରେ ରିଲିଜ କରିଥିଲା। ଏହି ଚଳଚ୍ଚିତ୍ରର ସଂଳାପ ମନୋଜ ମୁନ୍ତାଶୀର ଶୁକ୍ଲା ଲେଖିଥିଲେ । ଆଦିପୁରୁଷ ଫିଲ୍ମରେ ସାଉଥ ଅଭିନେତା ପ୍ରଭାସ ରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ କ୍ରିତି ସାନନ୍ ମାତା ସୀତାଙ୍କ ଭୂମିକାରେ ଏବଂ ରାବଣ ଭୂମିକାରେ ସୈଫ ଅଲି ଖାନ ନଜର ଆସିଛନ୍ତି । ତେବେ ଫିଲ୍ମର ସଂଳାପ VFX ଏବଂ ଚରିତ୍ରକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ନିର୍ମାତାଙ୍କୁ ଏନେଇ କଡା ସମାଲୋଚନା କରାଯାଇଥିଲା। ଫଳରେ ଏହାର ପ୍ରଭାବ ଫିଲ୍ମର ରୋଜଗାରକୁ ପ୍ରଭାବିତ କରିଥିଲା । ବିବାଦ ପରେ ଫିଲ୍ମର ସଂଳାପ ପରିବର୍ତ୍ତନ କରାଯାଇଥିଲା । ତଥାପି 600 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ତାର ବଜେଟ ମୂଲ୍ୟ ବାହାର କରିବାରେ ସଫଳ ହୋଇପାରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.