ETV Bharat / entertainment

ବିକିଙ୍କୁ ପଛରେ ପକାଇପାରନ୍ତି ରଣବୀର; ଏତିକି ଆଡଭାନ୍ସ ବୁକିଂ କଲେକ୍ସନ କଲାଣି ଆନିମଲ-ସାମ ବାହାଦୂର

'ସାମ୍ ବାହାଦୂର' ଏବଂ 'ଆନିମଲ' ଡିସେମ୍ବର 1ରେ ରିଲିଜ ହେବାକୁ ଯାଉଛି । ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 28, 2023, 2:16 PM IST

ବିକିଙ୍କୁ ଫଛରେ ପକାଇପାରନ୍ତି ରଣବୀର, ଆନିମଲ ଏବଂ ସାମ ବାହାଦୂର ଆଡଭାନ୍ସ ବୁକିଂ କଲେକ୍ସନ କେତେ?
ବିକିଙ୍କୁ ଫଛରେ ପକାଇପାରନ୍ତି ରଣବୀର, ଆନିମଲ ଏବଂ ସାମ ବାହାଦୂର ଆଡଭାନ୍ସ ବୁକିଂ କଲେକ୍ସନ କେତେ?t

ହାଇଦ୍ରାବାଦ: ଡିସେମ୍ବର 1ରେ, 2023 ବର୍ଷର ଦୁଇଟି ବଡ ଚଳଚ୍ଚିତ୍ର ମଧ୍ୟରେ ବକ୍ସ ଅଫିସରେ ଟକ୍କର ହେବାକୁ ଯାଉଛି । ରଣବୀର କପୁରଙ୍କ ଅଭିନୀତ 'ଆନିମଲ' ଏବଂ ବିକି କୌଶଲଙ୍କ 'ସାମ ବାହାଦୂର' ଏହି ଡିସେମ୍ବର 1 ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ରିଲିଜ ହେବ । ଉଭୟ ଚଳଚ୍ଚିତ୍ରର ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଏବଂ ରିଲିଜ୍ ପୂର୍ବରୁ ଉଭୟଙ୍କ ବିଷୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳୁଛି । ବର୍ତ୍ତମାନ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଏ କେତେ ଆୟ କଲାଣି ଜାଣନ୍ତୁ,

  • " class="align-text-top noRightClick twitterSection" data="">

ସାକ୍ନଲ୍କିଙ୍କ ରିପୋର୍ଟ ଅନୁସାରେ, ଆନିମଲର ଆଡଭାନ୍ସ ବୁକିଂ ବିଷୟରେ କହିବାକୁ ଗଲେ, ରଣବୀର କପୁରଙ୍କ ଫିଲ୍ମ ପାଇଁ ବର୍ତ୍ତମାନ ସୁଦ୍ଧା ୩୩ ଲକ୍ଷ ୪ ହଜାର ୧୭୩ ଟିକେଟ ବିକ୍ରି ହୋଇସାରିଲାଣି । ଫଳରେ ଫିଲ୍ମ ରିଲିଜ ପୂର୍ବରୁ ପ୍ରାୟ ୯.୭୫ କୋଟି ଆୟ କରିସାରିଲାଣି । ଖୁବଶୀଘ୍ର ୧୦ କୋଟି ଆୟ କରିବ । ସେହିପରି ବିକି କୌଶଲଙ୍କ ଫିଲ୍ମ ସାମ ବାହାଦୂର ଆଡଭାନ୍ସ ବୁକିଂ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଏବେ ସୁଦ୍ଧା ୨୬ ହଜାର ୧୨ ଟିକେଟ ବିକ୍ରି ହୋଇଛି । ଫିଲ୍ମ ମୋଟ ୮୮.୦୯ ଲକ୍ଷ ଆୟ କରିଛି । ଆଡଭାନ୍ସ ବୁକିଂ ରେକର୍ଡକୁ ଦେଖିଲେ ବିକିଙ୍କୁ ପଛରେ ପକାଇପାରେ ଆନିମଲ ବୋଲି ଅନୁମାନ କରାଯାଉଛି ।

ସୂଚନା ଥାଉ କି, ଚଳିତ ବର୍ଷ ବକ୍ସ ଅଫିସରେ ଅନେକ ବଡ ଚଳଚ୍ଚିତ୍ର ମୁହାଁମୁହିଁ ହୋଇଥିଲେ । ସନ୍ନି ଦେଓଲଙ୍କ "ଗଦର 2" ଏବଂ ଅକ୍ଷୟ କୁମାରଙ୍କ "OMG 2" ଅଗଷ୍ଟ 11, 2023ରେ ଏକାସାଙ୍ଗେ ମୁକ୍ତିଲାଭ କରିଥିଲା । ଉଦଘାଟନୀ ଦିବସରେ ଉଭୟ ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଥିଲା ଏବଂ ପ୍ରଥମ ଦିନରେ ସେମାନେ ଭାରତରେ ପ୍ରାୟ ୮୦୦ କୋଟି ଟଙ୍କା ରୋଜଗାର କରିଥିଲେ । ତେବେ ରିପୋର୍ଟ ଅନୁଯାୟୀ, 'ଗଦର 2'ର ମୋଟ କଲେକ୍ସନ 525.45 କୋଟି ଏବଂ 'OMG 2' ର ମୋଟ ଆୟ 150.17 କୋଟି ଥିଲା । ତେବେ ବର୍ତ୍ତମାନ ସାମ ବାହାଦୂର ଏବଂ ଆନିମଲ ମଧ୍ୟରେ ପୁଣି ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି । ଏଥର କିଏ ମାରୁଛି ବାଜି ତାହା ଆଗାମୀ ଦିନରେ ହିଁ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ: ଓଟିଟିରେ ଧମାକା କରିବ 'ଆନିମଲ', ଜାଣନ୍ତୁ କଣ ପ୍ଲାନ

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏହି ଚଳଚ୍ଚିତ୍ର ଡିସେମ୍ବର ୧ ରେ ରିଲିଜ ହେବ ।

ସେପଟେ 'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ ମାନିକଶାହଙ୍କ ଭୂମିକାରେ ନଜର ଆସିବେ । ଏଥିସହ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.