ETV Bharat / entertainment

Adipurush Advance Booking: ରିଲିଜ ପୂର୍ବରୁ ରେକର୍ଡ, ପ୍ରଥମ ଦିନରେ 36 ହଜାର ଟିକେଟ୍ ବିକ୍ରି

ଜୁନ୍ 16ରେ ରିଲିଜ ହେବ ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ' । ତେବେ ଫିଲ୍ମର ଆଡଭାନ୍ସ ଟିକେଟ ବୁକିଂ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଫିଲ୍ମ 36,000 ଟିକେଟ୍ ବିକ୍ରି କରି ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ

author img

By

Published : Jun 12, 2023, 4:39 PM IST

ରିଲିଜ ପୂର୍ବରୁ ରେକର୍ଡ, ପ୍ରଥମ ଦିନରେ 36 ହଜାର ଟିକେଟ୍ ବିକ୍ରି

ହାଇଦ୍ରାବାଦ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆଦିପୁରୁଷ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗତକାଲିଠାରୁ ଫିଲ୍ମର ଆଡଭାନ୍ସ ଟିକେଟ ବୁକିଂ ଆରମ୍ଭ ହୋଇଛି। ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଅଧିକ ଟିକେଟ ବିକ୍ରି କରି ରେକର୍ଡ ସୃଷ୍ଟି କରିଛି । ରବିବାର ଦିନ ଫିଲ୍ମ ପାଇଁ ଆଡଭାନ୍ସ ଟିକେଟ ବୁକିଁ ଆରମ୍ଭ ହୋଇଛି । ପ୍ରଥମ ଦିନ ପାଇଁ ଫିଲ୍ମର 36,000 ଟିକେଟ୍ ବିକ୍ରି ହୋଇସାରିଲାଣି । ଏହିପରି ସଫଳତାର ସହ ଆଦିପୁରୁଷ ବର୍ତ୍ତମାନ ସବୁଠାରୁ ବଡ଼ ଚଳଚ୍ଚିତ୍ର ତାଲିକାରେ ସାମିଲ ହେବାକୁ ଯାଉଛି ।

ରବିବାର ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ଓମ ରାଉତ୍‌ ନିର୍ଦ୍ଦେଶିତ ଫିଲ୍ମ ତିନୋଟି ନ୍ୟାସନାଲ ଚେନ୍‌ PVR, ଆଇନକ୍ସ, ଏବଂ ସିନେପଏଲ୍ସ (PVR, Inox, ଏବଂ Cinepolis) ପାଇଁ ପ୍ରାୟ 36,000 ଟିକେଟ୍ ବିକ୍ରି ସରିଛି । ଆଦିପୁରୁଷ ଆସନ୍ତା ଶୁକ୍ରବାର ରିଲିଜ ହେବ । ତେବେ ଆଡଭାନ୍ସ ବୁକିଂ ଆରମ୍ଭ ହେବାର 24 ଘଣ୍ଟା ନପୂରୁଣୁ ଫିଲ୍ମ ଅଧିକାଂଶ ଟିକେଟ ବିକ୍ରି ହୋଇଛି । ଗତକାଲି ରାତି 11.30 ପର୍ଯ୍ୟନ୍ତ, ପ୍ରଭାସଙ୍କ ଅଭିନୀତ ଏହି ଫିଲ୍ମର କେବଳ ହିନ୍ଦୀ ସଂସ୍କରଣରୁ 1.40 କୋଟି ଆୟ କରିଛି । 3D ସଂସ୍କରଣରୁ 1.35 କୋଟି ଆୟ କରିଛି । ଉଭୟକୁ ମିଶାଇ ଆଦିପୁରୁଷର ମୋଟ 36 ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇଛି।

ପ୍ରଥମ ଦିନ ପାଇଁ ଆଦିପୁରୁଷର ୩୫ ହଜାର ଟିକେଟ ବିକ୍ରି ହୋଇଛି । PVR 8800 ଟିକେଟ ବିକ୍ରି କରିଥିବା ବେଳେ INOX 6100 ଟିକେଟ୍ ବିକ୍ରି କରିଛି । ସେହିଭଳି ସିନେପଏଲ୍ସ 3500 ଟିକେଟ୍ ବିକ୍ରି କରିଛି । ଆଜିକୁ ମିଶାଇ ଫିଲ୍ମ ରିଲିଜ୍ ପାଇଁ ଆଉ 5 ଦିନ ବାକି ଅଛି ଏବଂ ଆଡଭାନ୍ସ ବୁକିଂର ଟ୍ରେଣ୍ଡ ଅନୁଯାୟୀ ଏହି ଫିଲ୍ମ 'ପଠାନ', କେଜିଏଫ୍ ୨ ଏବଂ 'ୱାର' ଭଳି ବଡ଼ ଓପନିଂ ଫିଲ୍ମର ଲିଷ୍ଟରେ ସାମିଲ ହେବାକୁ ଯାଉଛି ।

ଚଳିତ ବର୍ଷ ମୁକ୍ତିଲାଭ କରିଥିବା 'ପଠାନ' ହେଉଛି ବଲିଉଡର ସବୁଠୁ ବଡ ଆଡଭାନ୍ସ ବୁକିଂ ଫିଲ୍ମ । ନ୍ୟାସନାଲ ଚେନରେ 'ପଠାନ୍' ପାଇଁ 5.56 ଲକ୍ଷରୁ ଅଧିକ ଟିକେଟ୍ ବୁକ୍ କରାଯାଇଥିଲା । ହିନ୍ଦୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଏହି ରେକର୍ଡ 'ବାହୁବଲୀ 2' ନାମରେ ଅଛି, ଆଡଭାନ୍ସ ବୁକିଂରେ ଏହି ଫିଲ୍ମ ପାଇଁ 6.50 ଲକ୍ଷ ଟିକେଟ୍‌ ବୁକ୍ କରାଯାଇଥିଲା । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ୟଶଙ୍କ KGF-2 (5.05 ଲକ୍ଷ) ଏବଂ ଏହାପରେ ହ୍ରିତିକ ରୋଶନଙ୍କ 'ୱାର୍‌' (4.04 ଲକ୍ଷ) ରହିଛି । 'ଆଦିପୁରୁଷ'ର ଅଗ୍ରୀମ ବୁକିଂ ଅନୁସାରେ ଏହି ଚଳଚ୍ଚିତ୍ର ପାଇଁ 4.5 ଲକ୍ଷରୁ 5 ଲକ୍ଷ ଟିକେଟ୍ ଓପନିଂ ଦିନ ପାଇଁ ନ୍ୟାସନାଲ ଚେନ୍‌ରେ ଆଗରୁ ବୁକ୍ କରାଯାଇପାରିବ । ଏଭଳି ସଫଳତା ଜାରି ରହିଲେ ଆଗାମୀ ଦିନରେ 'ଆଦିପୁରୁଷ' କେଜିଏଫ୍-2 ଏବଂ' ପଠାନ୍'କୁ ପଛରେ ପକାଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.