ETV Bharat / entertainment

Adipurush New Poster: ପବିତ୍ର ରାମ ନବମୀରେ ଆଦିପୁରୁଷର ନୂଆ ପୋଷ୍ଟର ରିଲିଜ

author img

By

Published : Mar 30, 2023, 1:10 PM IST

'ଆଦିପୁରୁଷ'ର ନିର୍ମାତାମାନେ ରାମ ନବମୀଙ୍କ ଶୁଭ ଅବସରରେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ପୋଷ୍ଟରରେ ପ୍ରଭାସ ଏବଂ କ୍ରିତି ରାମ ଏବଂ ସୀତା ଭାବରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

ପବିତ୍ର ରାମ ନବମୀ ଅବସରରେ 'ଆଦିପୁରୁଷ'ର ନୂଆ ପୋଷ୍ଟର ରିଲିଜ

ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'ର ଘୋଷଣା ପର ଠାରୁ ପ୍ରଶଂସକମାନେ ଏହାକୁ ଅପେକ୍ଷା କରି ରହିଛନ୍ତି । ନିକଟରେ ଫିଲ୍ମ ନିର୍ମାତାମାନେ ଏହାର ଟିଜର ରିଲିଜ କରିଥିଲେ । ଏହାକୁ ଦେଖି ଫ୍ୟାନ୍ସମାନେ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ତେବେ ଆଜି ପବିତ୍ର ରାମନବମୀ ଅବସରରେ ସାଉଥ ଅଭିନେତା ପ୍ରଭାସ ଏବଂ ନିର୍ମାତାମାନେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ଯାହାକୁ ଖୁବ ପସନ୍ଦ କରିଛନ୍ତି ଫ୍ୟାନ୍ସ ।

ନିଜ ଇନଷ୍ଟାଗ୍ରାମରେ ସାଉଥ ସୁପରଷ୍ଟାର ପ୍ରଭାସ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ଯେଉଁଥିରେ ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତିଙ୍କୁ ରାମ ଏବଂ ସୀତା ରୂପରେ ଦେଖିବାକୁ ମିଳିଛି । ଏହି ପୋଷ୍ଟର ସେୟାର କରି ଅଭିନେତା ଲେଖିଛନ୍ତି ଯେ, ମନ୍ତ୍ର ଠାରୁ ବଡ ତୋର ନାଁ । ଜୟ ଶ୍ରୀ ରାମ । ତେବେ ଏହି ପୋଷ୍ଟର ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ରାମନବମୀ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି ।

ତେବେ 2023 ଜୁନ୍ 16ରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ପ୍ରଭାସ, କ୍ରିତି ସାନନ୍, ସୈଫ ଅଲି ଖାନ୍, ସନ୍ନି ସିଂ ଏବଂ ଆହୁରି ଅନେକ କଳାକାରଙ୍କୁ ଦେଖିବାକୁ ମିଳିବ । ଏହି ପୋଷ୍ଟରରେ ରାଘବ ରୂପରେ ପ୍ରଭାସଙ୍କୁ, ଜାନକୀଙ୍କ ରୂପରେ କ୍ରିତି ସାନନ, ଶେଷଙ୍କ ରୂପରେ ସନ୍ନି ସିଂ ଏବଂ ବଜରଙ୍ଗଙ୍କ ରୂପରେ ଦେବଦତ୍ତ ନାଗଙ୍କୁ ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ପ୍ରଭାସ 'ଆଦିପୁରୁଷ'ରେ' ରାଘବ 'ଭୂମିକାରେ ଅଭିନୟ କରୁଥିବାବେଳେ' ସୋନୁ କେ ଟିଟୁ କି ସ୍ବିଟି 'ଅଭିନେତା ସନ୍ନି ସିଂ ପ୍ରଭୁ ରାମଙ୍କ ସାନଭାଇ' ଲକ୍ଷ୍ମଣ 'ଭୂମିକାରେ ନଜର ଆସିବେ । ଏଥିସହିତ ସୈଫ ଅଲି ଖାନ ଲଙ୍କାପତି ଲଙ୍କେଶ 'ରାବଣ'ର ଚରିତ୍ରରେ ଅଭିନୟ କରିବେ । ଏହା ବ୍ୟତୀତ କ୍ରିତି ସାନନଙ୍କୁ ମାତା 'ସୀତା' ଭାବରେ ଦେଖିବାକୁ ମିଳିବ । 'ଆଦିପୁରୁଷ'ର କାହାଣୀ 7ହଜାର ବର୍ଷ ପୂର୍ବେ ସ୍ଥିର ହୋଇଥିଲା, ଯେତେବେଳେ ଅଯୋଧ୍ୟା ରାଜା ରାମ ତାଙ୍କ ପତ୍ନୀ ଜାନକୀଙ୍କୁ ରାବଣରୁ ମୁକ୍ତ କରିବାକୁ ଲଙ୍କା ଯାତ୍ରା କରିଥିଲେ। ଜୁନ୍ 16, 2023 ରେ ପ୍ରଭାସ ଏବଂ କ୍ରିତି ସାନନ୍ ଅଭିନୀତ ଚଳଚ୍ଚିତ୍ର ବିଶ୍ୱ ସ୍ତରରେ ରିଲିଜ କରିବାକୁ ଯାଉଛି।

ପ୍ରଭାସଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, 2023ରେ ଆଗାମୀ ତେଲୁଗୁ ଫିଲ୍ମ ସାଲାରରେ ନଜର ଆସିବେ ପ୍ରଭାସ । ଏହାସହ ନାଗା ଅଶ୍ବିନଙ୍କ ପ୍ୟାନ ଇଣ୍ଡିଆ ଫିଲ୍ମ 'ପ୍ରୋଜେକ୍ଟ କେ'ରେ ମଧ୍ୟ ନଜର ଆସିବେ । ଯାହା 2024 ଜାନୁଆରୀ 12ରେ ସିନେମା ହଲରେ ରିଲିଜ ହେବ । ସେହିପରି କ୍ରିତି ସାନନଙ୍କୁ ଆଦିପୁରୁଷ ପରେ କ୍ରିତିଙ୍କୁ ଟାଇଗର ଶ୍ରଫଙ୍କ ସହ ବିକାଶ ବାହଲ ନିର୍ଦ୍ଦେଶିତ ଫିଲ୍ମ ଗଣପତିରେ ଦେଖିବାକୁ ମିଳିବ । ଯାହା ଅକ୍ଟୋବରରେ ରିଲିଜ୍ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.