ETV Bharat / entertainment

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ପ୍ରେମରେ ପଡ଼ିଲେ କ୍ରିତି ସାନନ୍ !

କ୍ରିତି ସାନନ୍ ବାହୁବଲୀ ଷ୍ଟାର ପ୍ରଭାସଙ୍କୁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଉଭୟ ଷ୍ଟାରଙ୍କ ଡେଟିଂ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

author img

By

Published : Sep 18, 2022, 10:45 AM IST

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ପ୍ରେମରେ ପଡ଼ିଲେ କ୍ରିତି ସାନନ୍ !
ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ପ୍ରେମରେ ପଡ଼ିଲେ କ୍ରିତି ସାନନ୍ !

ହାଇଦ୍ରାବାଦ: ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ କ୍ରିତି ସାନନ୍ ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । କ୍ରିତି ସାନନ୍ ବାହୁବଲୀ ଷ୍ଟାର ପ୍ରଭାସଙ୍କୁ ଡେଟ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ଉଭୟ ଷ୍ଟାରଙ୍କ ଡେଟିଂ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କ୍ରିତି ପ୍ରଭାସଙ୍କୁ ଡେଟ୍ କରୁଛନ୍ତି କି ?

କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ଡେଟିଂ ଖବର ସୋ' କଫି ଓ୍ବିଥ୍‌ କରଣ ପରେ ଆରମ୍ଭ ହୋଇଛି । କଫି ଓ୍ବିଥ୍‌ କରଣ ସୋ’ରେ କ୍ରିତି କଲିଂ ସେଗମେଣ୍ଟ ରାଉଣ୍ଡରେ ପ୍ରଭାସଙ୍କୁ କଲ୍‌ କରିଥିଲେ । ସେବେଠୁ ଉଭୟଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବଣ୍ଡିଂ ଥିବା ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ଅପଡେଟ୍‌ ରିପୋର୍ଟ ଅନୁଯାୟୀ, ପ୍ରଭାସ ଏବଂ କ୍ରିତିଙ୍କ ମଧ୍ୟରେ ଏକ ରୋମାଣ୍ଟିକ ରିଲେସନସିପ୍‌ ଥିବା ଚର୍ଚ୍ଚା ହେଉଛି ।

ଏକ ସୁତ୍ର ମୁତାବିକ, ଉଭୟଙ୍କ ମଧ୍ୟରେ ଥିବା ବଣ୍ଡିଂ ଆଦିପୁରୁଷ ଫିଲ୍ମର ସେଟରେ ମଜବୁତ ହୋଇଛି । ପ୍ରଭାସ ଜଣେ ଲାଜକୁଳା ସ୍ୱଭାବର ହୋଇଥିବାରୁ ସେମାନଙ୍କର ବଣ୍ଡିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କିନ୍ତୁ ସେ କ୍ରିତିଙ୍କ ସହ ଖୋଲାଖୋଲି କଥା ହେଉଛନ୍ତି । ତଥାପି, ସେମାନଙ୍କ ସମ୍ପର୍କ ବିଷୟରେ ଏତେ ଶୀଘ୍ର କିଛି ବି କହିବା ଠିକ୍‌ ହେବ ନାହିଁ ।

ଗତ ବର୍ଷ କ୍ରିତି ତାଙ୍କର ଏକ ସାକ୍ଷାତକାରରେ ପ୍ରଭାସଙ୍କ ବିଷୟରେ ନିଜର ମତ ଦେଇଥିଲେ । କ୍ରିତି କହିଥିଲେ ଯେ ,ପ୍ରଭାସଙ୍କୁ ଯେବେ ପ୍ରଥମ ଥର ଦେଖିଲି ମୋତେ ଲାଗିଲା ସେ ଟିକେ ଲାଜକୁଳା ସ୍ୱଭାବର, କିନ୍ତୁ ଯେତେବେଳେ ସେ ଚାଟିଂ କରିବା ଆରମ୍ଭ କଲେ ସେତେବେଳେ ପ୍ରଭାସ ବହୁତ ଖୋଲା ମନେ ହେଉଥିଲେ ।

ପ୍ରଭାସ ଏବଂ କ୍ରିତିଙ୍କ ଫିଲ୍ମ ଆଦିପୁରୁଷ ବିଷୟରେ କହିବାକୁ ଗଲେ ଉଭୟ ତାରକାଙ୍କ ଫିଲ୍ମ 12 ଜାନୁୟାରୀ 2023 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ କ୍ରିତି ଏବଂ ପ୍ରଭାସଙ୍କ ବ୍ୟତୀତ ସୈଫ ଅଲି ଖାନ ମଧ୍ୟ ଅଭିନୟ କରିଛନ୍ତି । ସେମାନଙ୍କର ଡେଟିଂ ଖବର ଆସିବା ପରେ ପ୍ରଶଂସକମାନେ କ୍ରିତି ଏବଂ ପ୍ରଭାସଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ଉତ୍ସାହିତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.